ସାପ କାମୁଡାରେ ନାବାଳିକା ମୃତ୍ୟୁ…

କୁଆଁରମୁଣ୍ଡା : ସୁନ୍ଦରଗଡ଼ ଜିଲ୍ଲାର କୁଆଁରମୁଣ୍ଡା ଫାଣ୍ଡି ଅଧୀନସ୍ଥ ଝାରବେଡା ପଞ୍ଚାୟତ ଅନ୍ତର୍ଗତ ରିୟୁ ଗ୍ରାମର ୧୨ ବର୍ଷିଆ ନାବାଳିକା ଚନ୍ଦ୍ରିକା କୁମହାର ଗତ କାଲି ନିଜ ଘର ଖଟରେ ସୋଇଥିବା ସମୟରେ ଏକ ଚିତ୍ତୀ ବିଷାକ୍ତ ସାପ କାମୁଡିବାରୁ ଅଚେତ ହୋଇ ପଡିଥିଲେ ! ଏହା ଦେଖି ପରିବାର ଲୋକେ ଗୁରୁତର ଥିବା ନାବାଳିକା ଚନ୍ଦ୍ରିକା କୁମହାରକୁ ସଙ୍ଗେ ସଙ୍ଗେ ରାଉଲକେଲା ସରକାରୀ ଡାକ୍ତରଖାନାକୁ ନେଇଥିବା ବେଳେ ଆଜି ସକାଳ ପ୍ରାୟ ୬.୩୦ ସମୟରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା ! ଏହା ଜାଣି ଘୋର ଲୋକେ କୁଆଁରମୁଣ୍ଡା ଫାଣ୍ଡିରେ ଏକ ଲିଖିତ ଦରଖାସ୍ତ ଦେଇଥିଲେ ! ଦରଖାସ୍ତକୁ ଆଧାର କରି କୁଆଁରମୁଣ୍ଡା ପୋଲିସ ଡାକ୍ତରଖାନାକୁ ଯାଇ ସବ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ସବ ବେବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିବା ପୋଲିସ ପକ୍ଷରୁ ପ୍ରକାଶ !

nis-ad
Leave A Reply

Your email address will not be published.