ଲଜ୍ୟା ନବମ ଶ୍ରେଣୀ ଛାତ୍ରୀ ଗର୍ଭବତୀ,ଥାନାରେ ଏତଲା..

ଫୁଲବାଣୀ : ସଦର ବ୍ଲକ ଅନ୍ତର୍ଗତ ଏକ ଆଶ୍ରମ ବିଦ୍ୟାଳୟର ଜନୈକା ନବମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ହୋଇଥିବା ଅଭିଯୋଗ ହୋଇଛି। ବିଦ୍ୟାଳୟର ଛାତ୍ରୀ ନିବାସରେ ରହୁଥିବା ଛାତ୍ରୀ ଜଣକ ଅସୁସ୍ଥତା ଅନୁଭବ କରିବାରୁ ତାଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରିବା ସମୟରେ ସେ ଗର୍ଭବତୀ ଥିବା ଜଣାପଡିଥିଲା। ଗତ ୨୫ ତାରିଖରେ ବିଦ୍ୟାଳୟ କର୍ତ୍ତୃପକ୍ଷ ତାଙ୍କୁ ଅଧିକ ପରୀକ୍ଷା ପାଇଁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ତେବେ ସେଠାରେ ଡାକ୍ତର ତାଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରି ଦେଇଥିଲେ। ବ୍ରହ୍ମପୁର ବଡ ମେଡିକାଲରେ ସବିଶେଷ ପରୀକ୍ଷା ପରେ ଛାତ୍ରୀ ଜଣକ ୫ ମାସ ମାସର ଗର୍ଭବତୀ ଥିବା ଜଣାପଡ଼ିଥିଲା। ୨୫ ତାରିଖରେ ପ୍ରଧାନ ଶିକ୍ଷୟିତ୍ରୀ ସୁଜାତା ଦାସ ଏନେଇ ସଦର ଥାନାରେ ଏତଲା ଦେଇଛନ୍ତି l ପୁଲିସ ନାବାଳିକାଙ୍କୁ ପଚରା ଉଚରା କରିବା ପରେ ଏହି ଘଟଣା ପଛରେ ଜନୈକ ସ୍ଥାନୀୟ ଯୁବକଙ୍କ ହାତ ଥିବା ପୀଡ଼ିତା ନାବାଳିକା ପ୍ରକାଶ କରିଥିଲେ। ପୁଲିସ ୧୯୧/୨୩ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ପୀଡିତାଙ୍କୁ ଜିଲ୍ଲା ଶିଶୁ କଲ୍ୟାଣ ସମିତିରେ ହାଜର କରାଯିବା ପରେ ସଖୀ ୱାନ୍ ଷ୍ଟପ ସେଣ୍ଟର ରେ ରଖାଯାଇଛି l ଅଭିଯୁକ୍ତ ଯୁବକ ଫେରାର ହୋଇ ଯାଇଥିବା ତଦନ୍ତକାରୀ ଅଧିକାରୀ ସମ୍ବିତ ବେହେରା ପ୍ରକାଶ କରିଛନ୍ତି। ଜିଲ୍ଲା ମଙ୍ଗଳ ଅଧିକାରୀ ରବୀନ୍ଦ୍ର ନାଥ ମିଶ୍ର ଏ ସମ୍ପର୍କରେ କି ପଦକ୍ଷେପ ନେଉଛନ୍ତି ତାହା ଦେଖିବାର ବାକି ରହିଛି, ଏବଂ ଆଶ୍ରମ ବିଦ୍ୟାଳୟ ର ସୁରକ୍ଷା ପ୍ରତି ମଧ୍ୟ ସ୍ଥାନୀୟ ବୁଦ୍ଧିଜୀବୀ ଆଙ୍ଗୁଠି ଉଠଉଛନ୍ତି ଏବଂ ହଷ୍ଟେଲ ଦାୟିତ୍ୱ ରେ ଥିବା ଶିକ୍ଷକ ଉପରେ ଜିଲ୍ଲା ପ୍ରଶାସନ କିଭଳି ପଦକ୍ଷେପ ନେଉଛି ତାହା ଦେଖିବାକୁ ରହିଲା

nis-ad
Leave A Reply

Your email address will not be published.