ଇଭିଏମ ଭିତରେ ୩ ପ୍ରାର୍ଥିନୀଙ୍କ ଭାଗ୍ୟ : ୫୫.୪ ପ୍ରତିଶତ ମତଦାନ ।

ଫୁଲବାଣୀ : ସ୍ଥାନୀୟ ବିଜ୍ଞାପିତ ଅଞ୍ଚଳ ପରିଷଦ ଉପ ନିର୍ବାଚନ ଅଧ୍ୟକ୍ଷା ପଦ ପାଇଁ ୩ ପ୍ରମୁଖ ଦଳ ପ୍ରାର୍ଥିନୀ ନିର୍ବାଚନ ମଇଦାନ ରେ ଜୋରଦାର ପ୍ରଚାର କରିଥିଲେ । କେଉଁ ଦଳ ଷ୍ଟାର, ମନ୍ତ୍ରୀ, ସାଂସଦ, ସମେତ ଅନ୍ୟ ମାନଙ୍କ ଦ୍ଵାରା ପ୍ରଚାର କରିଥିଲ ତ କେଉଁ ଦଳ ଆଞ୍ଚଳିକ ନେତୃତ୍ୱ କର୍ମୀଙ୍କ ଦ୍ବାରା ପ୍ରଚାର କରିଥିଲେ ଓ କେଉଁ ଦଳ ବିଧାୟକ ମାନଙ୍କୁ ସାମିଲ କରି ପ୍ରଚାର କରିବା ସହିତ ବାଇକ୍ ରାଲୀ କରି ଶକ୍ତି ନିଜର ପ୍ରଦର୍ଶନ କରିଥିଲେ । ତାପରେ ମଧ୍ୟ ଘର ଘର ବୁଲି ଭୋଟର ମାନଙ୍କୁ ଆତ୍କୃଷ୍ଟ କରିଥିଲେ । ସମସ୍ତ ପ୍ରଚେଷ୍ଟା ପରେ ଆଜି ୩ ପ୍ରମୁଖ ଦଳକୁ ବିଜ୍ଞାପିତ ଅଞ୍ଚଳ ବାସି ନିଜର ମତ ପ୍ରକାଶ କରିବା ନିମନ୍ତେ ବୁଥ ମାନଙ୍କରେ ପହଞ୍ଚି ବହୁମୂଲ୍ୟ ମତ ଇଭିଏମ୍ ବୋଟମ ପ୍ରେସ କରି ଦେଇଛନ୍ତି । ତେବେ ବିଜେଡି ପକ୍ଷରୁ ସ୍ୱର୍ଗତ ପୂର୍ବତନ ଅଧ୍ୟକ୍ଷା ଭାନୁପ୍ରଭା ମିଶ୍ରଙ୍କ ସୁପୁତ୍ରି ଦେବସ୍ମିତା ଶତପଥୀ, ବିଜେପି ପକ୍ଷରୁ ପୂର୍ବରୁ ସ୍ବାଧିନ ପାର୍ଥି ଭାବରେ ମାଠିଆ ଚିହ୍ନରେ ପ୍ରତିଦ୍ବନ୍ଦୀତା କରିଥିବା, ବର୍ତମାନ ବିଜେପି ପକ୍ଷରୁ ପ୍ରତିଦ୍ବନ୍ଦୀ କରୁଥିବା ପାର୍ଥି ରଞ୍ଜିତା ନାୟକ, ଏବଂ କଂଗ୍ରେସ ପକ୍ଷରୁ ପୂର୍ବରୁ ଓ ବର୍ତ୍ତମାନ ପ୍ରତିଦ୍ବନ୍ଦୀ କରିଥିବା ପ୍ରାର୍ଥୀନୀ ମଧୁଲିନା ଦିଗାଲ, ନିର୍ବାଚନ ମଇଦାନରେ ଉହ୍ଲେଇ ଥିବା ବେଳେ ଆଜି ସକାଳ ୮ ଘଣ୍ଟା ସମୟ ଠାରୁ ମତଦାନ ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା ୫ ଘଣ୍ଟା ସମୟରେ ମତଦାନ ଶେଷ ହୋଇଥିଲା ।ନିର୍ବାଚନ ଅଧିକାରୀ ରଞ୍ଜନ କୁମାର୍ ସାହୁ ସମସ୍ତ ନିର୍ବାଚନ ପରିଚାଳନା କରିଥିଲେ ।ସେପଟେ ବାଲିଗୁଡା ଉପଜିଲ୍ଲାପାଳ ଶ୍ରୀମତୀ ମଧୁସ୍ମିତା ମଧ୍ୟ ସମସ୍ତ ବୁଥ ପରିଦର୍ଶନ କରିଥିଲେ । ସ୍ଥାନୀୟ ପୋଲିସ ଥାନା ଅଧିକାରୀ ଅଜୟ କୁମାର୍ ସ୍ୱାଇଁ ସମସ୍ତ ସୁରକ୍ଷା ସମ୍ପାଦିତ କରିଥିଲେ ଓ ପ୍ରତି ବୁଥ ରେ ପୋଲିସ ମୁତୟନ କରି ସୁରକ୍ଷା ବ୍ୟବସ୍ଥା କଡାକଡି କରିଥିଲେ ଓ ଶାନ୍ତି ଶୃଙ୍ଖଳା ସହ ମତଦାନ ଶେଷ ହୋଇଥିବା ସୂଚନା ରହିଛି ।ନିର୍ବାଚନ ଶେଷ ବେଳକୁ ୫୫.୪ ଶତକଡା ମତଦାନ ହୋଇଥିବା ସୂଚନା ରହିଛି ।ତେବେ ସମସ୍ତ ବୁଥ ମଧ୍ୟରେ ଶାନ୍ତି ଶୃଙ୍ଖଳା ଭାବରେ ମତଦାନ ସାରିଥିବା ନିର୍ବାଚନ ଅଧିକାରୀ ସୂଚନା ରହିଛି ।ନିର୍ବାଚନ ଶେଷ ପରେ ସମସ୍ତ ବୁଥ ପୋଲିଂ ଅଫିସର ବ୍ଲକ କାର୍ଯ୍ୟାଳୟ ପହଞ୍ଚିଥିଲେ ଓ ଇଭିଏମ୍ ଜମା ଦେଇଥିଲେ ।ଶେଷରେ ଷ୍ଟ୍ରଙ୍ଗ ରୁମ ମଧ୍ୟରେ କଡା ସୁରକ୍ଷା ଭିତରେ ଇ ଭି ଏମ୍ ଗୁଡ଼ିକ ନିର୍ବାଚନ ଅଧିକାରୀ, ଉପଜିଲ୍ଲାପାଳ ଓ ସମସ୍ତ ଦଳର କର୍ମୀ ମାନଙ୍କ ଉପସ୍ଥିତିରେ ରଖା ଯାଇଥିଲା ।

nis-ad
Leave A Reply

Your email address will not be published.