ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟରରେ ଯାନ୍ତ୍ରିକ ତ୍ରୁଟି; ମୟୂରଭଞ୍ଜ ଗସ୍ତ ବାତିଲ୍‌

କେନ୍ଦୁଝର : ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଉଡ଼ିପାରିଲା ନାହିଁ ମୁଖ୍ୟମନ୍ତ୍ରୀଙ୍କର ହେଲିକପ୍ଟର୍ । ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ମୟୁରଭଞ୍ଜ ଜିଲ୍ଲା ଗସ୍ତ ବାତିଲ ହୋଇଛି  । ସଡ଼କ ପଥରେ ଭୁବନେଶ୍ଵର ଫେରିଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆଜି କେନ୍ଦୁଝର ଜିଲ୍ଲାରେ ମୁଖ୍ୟମନ୍ତ୍ରୀଙ୍କର ୩ ଦିନିଆ ଗସ୍ତ କାର୍ଯ୍ୟକ୍ରମର ଶେଷ ଦିନ ଥିବା ବେଳେ । ରାଇସୁଆଁ ଏୟାର ଷ୍ଟ୍ରିପରୁ ମୁଖ୍ୟମନ୍ତ୍ରୀ ହେଲିକପ୍ଟର୍ ଯୋଗେ ବାରିପଦା ଯିବାର କାର୍ଯ୍ୟକ୍ରମ ଥିଲା  । ହେଲେ, ହେଲିକ୍ୟାପ୍ଟର୍ ରେ ଯାନ୍ତ୍ରିକ ତ୍ରୁଟି ଦେଖାଦେବାରୁ ମୁଖ୍ୟମନ୍ତ୍ରୀ ବାରିପଦା ଯାଇପାରି ନଥିଲେ  । ସଡ଼କ ପଥରେ ମୁଖ୍ୟମନ୍ତ୍ରୀ ଫେରିବେ ବୋଲି ସୂଚନା ମିଳିଛି ।

nis-ad
Leave A Reply

Your email address will not be published.