ୟୁନିସେଫ ଟିମର ହିଞ୍ଜିଳିକାଟୁ ବ୍ଳକ ପରିଦର୍ଶନ

ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ବ୍ଳକ ର ବିଭିନ୍ନ କ୍ଷେତ୍ର ମଙ୍ଗଳବାର ପରିଦର୍ଶନ କଲେ ୟୁନିସେଫ ଟିମ । ପ୍ରଥମେ ହିଞ୍ଜିଳିକାଟୁ ବ୍ଳକ କାର୍ଯ୍ୟାଳୟ ରେ ୟୁନିସେଫ ଟିମର ମୁଖ୍ୟ କ୍ଷେତ୍ର ଅଧିକାରୀ ୱିଲିଆମ ଜେହାନଲନ ଓ ପାଣି ପରିମଳ ୱାସ ବିଶେଷ ଅଧିକାରୀ ସିପ୍ରା ସକସେନା,ଓମକାର ଖାରେ ପହଞ୍ଚି ହିଞିଳିକାଟୁ ବ୍ଳକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁବ୍ରତ କୁମାର ଜେନା ଙ୍କ ସହ ଆଲୋଚନା କରିଥିଲେ । ପରେ ହିଞ୍ଜିଳିକାଟୁ ବ୍ଳକ ଅନ୍ତର୍ଗତ ଶାସନ ଆମ୍ବଗାଁ ପଞ୍ଚାୟତ ର ଜଳ ଜୀବନ ମିଶନ, ବର୍ଜ୍ୟବସ୍ତୁ ପରିଚାଳନା, ଅଙ୍ଗନବାଡ଼ି କେନ୍ଦ୍ର,ନନ୍ଦିକ ପ୍ରାଥମିକ ବିଦ୍ୟାଳୟ ଓ ପୋଚିଲିମା ସରକାରୀ ଆଇଟିଆଇ ର‌ ଜଳ, ପରିମଳ ଏବଂ ସ୍ୱଚ୍ଛତା (ୱାସ) ସେବାର କାର୍ଯ୍ୟାନ୍ୱୟନ ଏବଂ ଅଗ୍ରଗତି ବୁଲି ଦେଖିଲେ। ଏହି ସର୍ବେ କରିବା ପାଇଁ ଆସିଥିବା ମୁଖ୍ୟ କ୍ଷେତ୍ର ଅଧିକାରୀ ୟୁନିସେଫ ଓଡିଶା ଟିମ୍ ର ୱିଲିଆମ,ଜଳ ପରିମଳ ଏବଂ ସ୍ଵଛତା ୱାସ ର ମୁଖ୍ୟସିପ୍ରା ସକ୍ସେନା ଓ ଓମକାର ଖାରେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ସେମାନଙ୍କ ସହିତ ହିଞିଳିକାଟୁ ବ୍ଳକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁବ୍ରତ କୁମାର ଜେନା, ଜିଲ୍ଲାପରିଷଦ ସଭ୍ୟା ଏ ସୁଦର୍ଶନ, ଆମ୍ବଗାଁ ପଞ୍ଚାୟତ ସରପଞ୍ଚ ଜନାର୍ଦ୍ଦନ ସେଠିଙ୍କ ସହିତ ଅଙ୍ଗନୱାଡିର କର୍ମୀ ଓ ଗ୍ରାମବାସୀ ମାନେ ଉପସ୍ଥିତ ରହିଥିଲେ ।

nis-ad
Leave A Reply

Your email address will not be published.