ନିସର୍ତ୍ତ ରେ ଖବର ପ୍ରକାଶ ପରେ ଆସିକା ରେ ଭୁବନେଶ୍ୱର ଭିଜିଲାନ୍ସ ବିଭାଗ ର ଚଢ଼ାଉ …


ଭୁବନେଶ୍ୱର ଭିଜିଲାନ୍ସ ଅଫିସର ଙ୍କୁ ଦେଖି କାନ୍ଥ ଡେଇଁ ଚମ୍ପଟ ମାରିଲେ କନିଷ୍ଠ ଯନ୍ତ୍ରୀ….!

ବ୍ରହ୍ମପୁର : ୩୦-୧୧ ଗତ କାଲି ନିସର୍ତ୍ତ ରେ ବ୍ରହ୍ମପୁର ଦୁର୍ନୀତି ନିବାରଣ ବିଭାଗ କୋମା ରେ ବୋଲି ଖବର ପ୍ରକାଶ ପାଇଥିଲା।ଆଜି ଭୁବନେଶ୍ୱର ର ଭିଜିଲାନ୍ସ ବିଭାଗ ପକ୍ଷରୁ ଏକା ସଙ୍ଗେ ଭୁବନେଶ୍ୱର,ଆସିକା,ଭଂଜନଗର ରେ କନିଷ୍ଠ ଯନ୍ତ୍ରୀ ଘରେ ଚଢ଼ାଉ ଜାରି। ଭୁବନେଶ୍ୱର ବ୍ଲକ ର ଗ୍ରାମ୍ୟ ଜଳ ଯୋଗାଣ ଓ ପରିମେଳ ସଂସ୍ଥାର କନିଷ୍ଠ ଯନ୍ତ୍ରୀ ସୁନିଲ କୁମାର ପାଢୀ ଙ୍କ ଭୁବନେଶ୍ୱର ସ୍ଥିତ ଜାଗମରା ଘରେ ଚଢ଼ାଉ ବେଳେ ସେ ଛାତ ଡେଇଁ ଛୁ ମାରିଥିଲେ। ଭିଜିଲାନ୍ସ ବିଭାଗ ର ଏକ ଦଶ ଜଣିଆ ଟିମ ଏକା ସାଙ୍ଗରେ ଭୁବନେଶ୍ୱର, ଆସିକା,ଭଂଜନଗରରେ ଚଢ଼ାଉ କରଯାଇଛି। ଭିଜିଲାନ୍ସ ବିଭାଗ ପକ୍ଷରୁ ଆସିକା ସୁନାମ୍ବସାହି ସ୍ଥିତ ପୈତୃକଘର, ଆସିକା ବସଷ୍ଟାଣ୍ଡ ର ମାର୍କେଟ କମ୍ପ୍ଲେକ୍ସ ଓ ଭଂଜନଗର ସ୍ଥିତ ସମ୍ପର୍କୀୟ ଙ୍କ ଘରେ ଏକା ସାଙ୍ଗରେ ରେ ଭିଜିଲାନ୍ସ ର ଟିମ ଚଢ଼ାଉ କରିଛନ୍ତି। ସୁନିଲ କୁମାର ପାଢୀ ଙ୍କ ଜାଗମରା ରେ ତିନିମହଲା ଗୃହ, ଆସିକା ରେ ଏକ ଗୃହ ଓ ମାର୍କେଟ କଂପ୍ଲେକ୍ସ ଭଂଜନଗର ରେ ଗୃହ ଠାବ ହୋଇଥିବା ଜଣା ପଡ଼ିଛି। ସୁନିଲ କୁମାର ପାଢୀ ଙ୍କ ପିତା ଜଗବନ୍ଧୁ ପାଢ଼ୀ ସେ ଜଣେ ଅବସର ପ୍ରାପ୍ତ ବନାଞ୍ଚଳ ଅଧିକାରୀ ପୂର୍ବରୁ ସେ ମଧ୍ୟ ଭିଜିଲାନ୍ସ ବିଭାଗ ଦ୍ୱାରା ଗିରଫ ହୋଇ ଜେଲ ଯାଇଥିଲେ। ପ୍ରକାଶ ଥାଉ କି ଆସିକା ରେ ଗତ କିଛି ବର୍ଷ ହେଲା ବିଭିନ୍ନ ସରକାରୀ କାର୍ଯ୍ୟାଳୟ ରେ ଦୁର୍ନୀତି ଚାରମସୀମା ପହଞ୍ଚିଛି ବୋଲି ଅଭିଯୋଗ ହୋଇ ଆସୁଛି। ଏଠାକାର ପୂର୍ବରୁ କାର୍ଯ୍ୟରତ ବହୁ କୁବେର ବାବୁଙ୍କ ଗୁମର ଖୋଲିଲେ ସେମାନଙ୍କ ସମ୍ପତ୍ତି ର ରହସ୍ୟ ଉନ୍ମୋଚନ ହେବ ବୋଲି ଆଜିର ଚଢ଼ାଉ ପରେ ସହର ରେ ଚର୍ଚ୍ଚା ର ବିଷୟ ହୋଇଛି। ଗତ କାଲି ନିସର୍ତ୍ତ ରେ ଗଞ୍ଜାମ ଜିଲ୍ଲାରେ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ରେ ପିସି କାରବାର ଚରମସୀମା ରେ ବହୁ ବାବୁଜଣେ ଜଣେ କୁବେର ବୋଲି ଖବର ପ୍ରକାଶ ପାଇଥିଲା। ଦୀର୍ଘ ଦିନ ହେଲା ଗଞ୍ଜାମ ଜିଲ୍ଲାରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ ହୋଇନଥିବା ଯୋଗୁଁ ଦୁର୍ନୀତି ଏବେ ପ୍ରତେକ କ୍ଷେତ୍ରରେ ଦେଖିବାକୁ ମିଳୁଛି। ବ୍ରହ୍ମପୁର ରେ ଥିବା ଭିଜିଲାନ୍ସ ବିଭାଗ ଏକ ରକମ କୋମାରେ କହିଲେ କିଛିବି ଭୁଲ ହେବ ନାହିଁ ଲୋକଙ୍କ ଏହି ବିଭାଗ ପ୍ରତି ଭରଷା ତୁଟିବାକୁ ବସିଲାଣି ପ୍ରତ୍ୟେକ ଦିନ ଅଭିଯୋଗ ଆସୁଛି କିନ୍ତୁ ବିଭାଗୀୟ ଅଧିକାରୀ ନିଘୋଡ଼ ନିଦ ରେ…

nis-ad
Leave A Reply

Your email address will not be published.