ଆସିକା ଏନ.ଏ.ସି ରେ ଦୁର୍ନୀତି ଚରମ ସୀମାରେ.. !ଉନ୍ନୟନ କାର୍ଯ୍ୟ ନାମରେ ହରିଲୁଟ…!!

ପ୍ରଶାସନ ଏଠାରେ ଜଳକା.. ନା ମାଲ ଖାଇ ଚୁପ…!


ବ୍ରହ୍ମପୁର : ୬-୧୧ ଆସିକା ବିଜ୍ଞାପିତ ଅଞ୍ଚଳ ପରିଷଦ ରେ ଥିବା ବିଭିନ୍ନ ୱାର୍ଡ଼ ରେ ଉନ୍ନୟନ କାର୍ଯ୍ୟ ନାଁ ରେ ସରକାରୀ ଟଙ୍କାରେ ଖେଳ ଚାଲିଥିବା ଚର୍ଚ୍ଚା ହେଉଛି। ଗତ ଥର ନିର୍ବାଚିତ ହୋଇଥିବା ଅଧକ୍ଷା ଙ୍କ ସମୟରେ ସମସ୍ତ ୱାର୍ଡ଼ ରେ କଂକ୍ରିଟ ରୋଡ଼ ନିର୍ମାଣ ହୋଇଥିଲା। ଏହା ସାଙ୍ଗକୁ ବିଭିନ୍ନ ୱାର୍ଡରେ ଡ୍ରେନେଜ ନିର୍ମାଣ ହୋଇଥିଲା ଯାହାକି ଅତି ଉର୍ନତି ମୂଳକ ହୋଇଛି ଯାହାକି ନଷ୍ଟ ହୋଇନାହିଁ l କିନ୍ତୁ ସେହି କାର୍ଯ୍ୟ କୁ ପୁଣି ସଜା ଯାଉଛି l ସୂଚନା ଥାଉକି ଏଥର ସରକାର ନିୟମ ଅନୁସାରେ ନୂଆ କାଉସିଲେର ଓ ଅଧକ୍ଷା ପାଇଁ ସିଧା ନିର୍ବାଚନ ହୋଇଥିଲା। ସହରାଞ୍ଚଳ ର

ସୌନ୍ଦର୍ଯ୍ୟ କରଣ ପାଇଁ ସରକାର କୋଟି କୋଟି ଟଙ୍କା ଅନୁଦାନ ମଧ୍ୟ ଦେଉଛନ୍ତି। କିନ୍ତୁ ଆସ୍କା ଏନ.ଏ.ସି ରେ ଉନ୍ନୟନ ନାମରେ ବିଭିନ୍ନ କାର୍ଯ୍ୟ ଚାଲିଛି । କଂକ୍ରିଟ ରାସ୍ତା ଉପରେ ଫେବର ରୋଡ଼ ନିର୍ମାଣ ଚାଲିଛି।ନିର୍ମାଣ ହେବାର ସ୍ୱଳ୍ପ ଦିନ ମଧ୍ୟରେ କେଉଁଠି ଫେବର ଦବି ଗଲାଣିତ କେଉଁଠି ଭୁଶୁଡ଼ି ଗଲାଣ। ଦୁର୍ନୀତି ସମ୍ପର୍କ ରେ ଅଭିଯୋଗ କରିଲେ କୌଣସି କାର୍ଯ୍ୟାନୁଷ୍ଠାନ ହେଉନାହିଁ। ନୂଆ ଭାବେ ନିର୍ବାଚିତ ହୋଇଥିବା କେତେକ ନିର୍ବାଚିତ ପ୍ରତିନିଧି ସବୁ ଦେଖି ନ ଦେଖିବା ଅଭିନୟ କରୁଥିବା ଚର୍ଚ୍ଚା ହେଉଛି। ବିଭିନ୍ନ କାର୍ଯ୍ୟ ଚାଲିଥିବା ସମୟରେ ଦାୟିତ୍ୱ ରେ ଥିବା ଯନ୍ତ୍ରୀ କିମ୍ବା ଅଧିକାରୀଙ୍କ ଦେଖା ମିଳୁନଥିବା ନେଇ ଚର୍ଚ୍ଚା ମଧ୍ୟ ଜୋର ଧରିଛି। ସୌନ୍ଦର୍ଯ୍ୟ କରଣ ନାମରେ କ୍ରୟ କରା ଯାଇଥିବା ଉପକରଣ ଓ ସାମଗ୍ରୀ ରେ ପିସି କାରବାର ହେବା ସହ ଦର ଠାରୁ ଅଧିକ ବିଲ ହୋଇଥିବା ଚର୍ଚ୍ଚା ହେଉଛି ଯାହାକି ସ୍ୱତନ୍ତ୍ର ଅଡିଟ ର ଆବଶ୍ୟକ ରହିଥିବା ବେଳେ ଭିଜିଲାନ୍ସ ତଦନ୍ତ ପରିସର ଭୁକ୍ତ ନିହାତି ଜରୁରୀ, ଏହି ଦୁର୍ନୀତି ଓ ପିସି କୁ ଗୋଦି ମିଡ଼ିଆ ସମ୍ପୂର୍ଣ ସହଯୋଗ ଓ ଠିକା କାର୍ଯ୍ୟ ରେ ପାର୍ଟନେର ଥିବା ମଧ୍ୟ ଚର୍ଚ୍ଚା କୁ ଆସୁଛି। ଏନ ଏ ସି ମୌଳିକ କାର୍ଯ୍ୟରୁ ଦୁରେଇ ରହି ଉର୍ଣ୍ଣୟନ କାର୍ଯ୍ୟ ରେ ହରିଲୁଟ କୁ ନେଇ ଅଭିଯୋଗ ହେଉଛି l ବିଭିନ୍ନ ୱାର୍ଡ଼ ରେ ହୋଇଥିବା ମିଶନ ଶକ୍ତି ଗୃହ କାର୍ଯ୍ୟରେ ଆସୁନାହିଁ। ଋଷିକୁଲ୍ୟା ନଦୀ ଘାଟରେ କୁଢ଼ କୁଢ଼ ମଇଳା ଦୀର୍ଘ ଘଣ୍ଟା ପଡ଼ି ରହୁଛି। ୧୮ ଟି ୱାର୍ଡ଼ ରେ ହୋଇଥିବା ୱାର୍ଡ଼ ଅଫିସର ରେ ଜିଲିଆତି ହୋଇଥିବା ଅଭିଯୋଗ ହେଉଛି।କମ୍ପୁଟର ଅଭିଜ୍ଞତା ନଥିବା କେତେକ ବ୍ୟକ୍ତି ଙ୍କୁ ନିଯୁକ୍ତି ଦେଇଥିବା ମଧ୍ୟ ଚର୍ଚ୍ଚା ହେଉଛି। ସ୍ୱଚ୍ଛ ଭାରତ ଅଭିଯାନ ନାଁ ରେ ମଧ୍ୟ ଦୁର୍ନୀତି କଥା ଉଠୁଛି। ସହରରେ କେତେ ସ୍ଥାନରେ ହୋଇଥିବା ମିନି ଚିତ୍ତ ବିନୋଦନ କେନ୍ଦ୍ର ରେ ମଧ୍ୟ କାର୍ଯ୍ୟ ନିମ୍ନ ମାନର ହୋଇଥିବା ଚର୍ଚ୍ଚା ହେଉଛି। ଏହି ସମସ୍ତ ଦୁର୍ନୀତି ସମ୍ପର୍କ ରେ ଅଧିକାରୀ ଚୁପ ରାଜନେତା ମାନେ ଚୁପ ହୋଇଥିବା ଯୋଗୁଁ ଦୁର୍ନୀତି ଚରମ ସୀମା ରେ ଛୁଇଁ ଥିବା ଚର୍ଚ୍ଚା ହେଉଛି। ବିଗତ କିଛି ମାସ ହେଲା ଯେଉଁ ସବୁ କାର୍ଯ୍ୟ ହୋଇଛି, ଓ ସାମଗ୍ରୀ କ୍ରୟ ହୋଇଛି, ତାହାର ତଦନ୍ତ ଦୁର୍ନୀତି ନିବାରଣ ବିଭାଗ କରିଲେ ଅସଲ ମୁଖା ଖୋଲିବ ବୋଲି ସାଧରଣ ରେ ଦାବୀ ହେଉଛି। ଅଫିସ କାର୍ଯ୍ୟ ପରେ ରାତ୍ରରେ ମେଳି ବାନ୍ଧି ଆରମ୍ଭ ହେଉଛି କେମିତି ହେବ ହରିଲୁଟ ଓ ରାଜନୀତି ଚର୍ଚ୍ଚା ବୋଲି ମଧ୍ୟ ଲୋକେ କହୁଛନ୍ତି। ଏହି ସବୁ ଦୁର୍ନୀତି ରେ ବାବୁ, କର୍ମଚାରୀ ଙ୍କ ସହ କେତେକ ନିର୍ବାଚିତ ପ୍ରତିନିଧି ଙ୍କ ସହଯୋଗ ଯୋଗୁଁ ସରକାର ବଦନାମ ହେଉଛନ୍ତି। ତେଣୁ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣ ରେ ଦାବୀ ହେଉଛି…

nis-ad
Leave A Reply

Your email address will not be published.