କନ୍ଧମାଳ ରେଳପଥ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ନଭେମ୍ବର ୮ତାରିଖରେ ଶୋଭାଯାତ୍ରା ପାଇଁ ନିଷ୍ପତ୍ତି…

ଫୁଲବାଣୀ :ଏଫସିଆଇ ଦେବ ମଣ୍ଡପଠାରେ ଜିଲା ରେଳପଥ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସଭାପତି କମଳାକାନ୍ତ ପାଣ୍ଡେଙ୍କ ସଭାପତିତ୍ୱରେ ଆଗାମୀ ୮ତାରିଖରେ ଆନ୍ଦୋଳନ ପାଇଁ ଆଜିର ବୈଠକରେ ନିଷ୍ପତ୍ତି ନିଆଯାଇଛି। ଅଶୋକ ପରିଡା ଉପସ୍ଥିତ ସଦସ୍ୟମାନଙ୍କୁ ସ୍ୱାଗତ ଜଣାଇ କମିଟି ପକ୍ଷରୁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ପ୍ରାରମ୍ଭିକ ସୂଚନା ଦେଇଥିଲେ। ରାଜନୈତିକ ଦଳ ପକ୍ଷରୁ କଂଗ୍ରେସର ବିସ୍ମୟ ମହାପାତ୍ର, ଘନ ଶବର ଯୋଗ ଦେଇଥିବା ବେଳେ ଆମ ଆଦମୀ ପାର୍ଟିର ମହେନ୍ଦ୍ର ମଲିକ ଗିରିଷ ପଟ୍ଟନାୟକ,ବିଜେଡି ପକ୍ଷରୁ ପ୍ରତାପ କୁମାର ପାତ୍ର, ବିଜେପି ଜିଲ୍ଲା ଉପସଭାପତି ରମେଶ ଚନ୍ଦ୍ର ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ। ଗୋପାଳପୁର ସମ୍ବଲପୁର ଭାୟା ଫୁଲବାଣୀ ଏବଂ ଲାଞ୍ଜିଗଡ ଅନଗୁଳ ଭାୟା ବାଲିଗୁଡା ରେଳପଥ ନିର୍ମାଣ ସମ୍ପର୍କରେ ଆଲୋଚନା କରାଯାଇଥିଲା।ପୂର୍ବରୁ ରେଳ ମାନଚିତ୍ରରେ ଫୁଲବାଣୀ ସଦର ମହକୁମାକୁ ରେଳପଥ ସଂଯୋଗ କରୁଥିବା ବେଳେ ଗତ ଦଶ ମାସ ତଳେ କନ୍ଧମାଳ ପ୍ରତି ଅବହେଳା ପ୍ରଦର୍ଶନ ସ୍ୱରୂପ ରେଳପଥ ନିର୍ମାଣ ପରିବର୍ତ୍ତନକରାଯାଇଥିବାରୁ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆନ୍ଦୋଳନ ପାଇଁ ପଦକ୍ଷେପ ନିଆଯାଇଛି।ବାରମ୍ବାର ଏ ସମ୍ପର୍କରେ ରେଳ ବିଭାଗକୁ ଅବଗତ କରାଯାଇଥିଲା ବେଳେ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନାହିଁ।ତେଣୁ ନଭେମ୍ବର ଆଠ ତାରିଖରେ ସରକାରଙ୍କୁ ଚରମପତ୍ର ଦେବାକୁ ନିଷତ୍ତି ନିଆଯାଇଛି।ଏହି ଅବସରରେ ଜି ଉଦୟଗିରିର ମହମ୍ମଦ ଜିଆଉଦ୍ଦୀନଙ୍କ ସହ ଟିକାବାଲିର ପ୍ରାଣନାଥ ଦିଗାଲ , ଚକାପାଦର ଭାବଗ୍ରାହୀ ପ୍ରଧାନ,ପ୍ରତାପ ପ୍ରଧାନ, କୁଇ ସମାଜର ପଞ୍ଚାନନ କହଁର, ଅବନୀ କହଁର, ମୋହନ ପ୍ରଧାନ, ଫିରିଙ୍ଗିଆର ମହେନ୍ଦ୍ର ମଲିକ, ଖଜୁରିପଡାର ଅଚ୍ୟୁତାନନ୍ଦ ସେଠୀ, ଲଳିତ ମଲିକ ପ୍ରମୁଖ ଯୋଗ ଦେଇଥିଲେ। ବଣିକ ସଂଘର ଅଶୋକ ପଟ୍ଟନାୟକ, ପ୍ରେସକ୍ଳବର ସୁନିଲ ପଟ୍ଟନାୟକ, ପ୍ରଶାନ୍ତ ବେହେରା, ଆଇନଜୀବୀ ସଂଘର ଭଗବାନ ମହାନ୍ତି, ମିଡିଆ ଫୋରମର ସନ୍ତୋଷ କୁମାର ଦିଗାଲ, ଅଟୋ ସଂଘର ହୁସେନ ଖାଁ, ବରିଷ୍ଠ ନାଗରିକ କମିଟିର ପ୍ରଣବ ମଣ୍ଡଳ, ମଧୁସୂଦନ ସାହୁ,କୃଷ୍ଣ ଚନ୍ଦ୍ର ମିଶ୍ର, ଶିକ୍ଷକ ସଂଘର ଉପେନ୍ଦ୍ର ମହାରଣା,ନିଃସ୍ୱାର୍ଥ ପରମାର୍ଥ ସଂଘର ବି ରାଜଗୋପାଳ ପାତ୍ର,ଏକଲ ଅଭିଯାନର ପ୍ରିୟ ରଞନ ଚୌଧୁରୀ,ଜିଲା ବିକାଶ ପରିଷଦର ନାରାୟଣ ସାହୁ, କନ୍ଧମାଳ ଯୁବ ଛାତ୍ର ପରିଷଦର ଶିବାଷିଶ ପଣ୍ଡା, ବିଜେପି ଯୁବ ମୋର୍ଚ୍ଚାର ଜଗନ୍ନାଥ ସାହୁ, ଲେଖକ ସାମୁଖ୍ୟର ବନ ବିହାରୀ ନନ୍ଦ, ସୋମନାଥ ସାହୁ, ବସ ଆସୋସିଏସନର ପ୍ରଦ୍ୟୁମ୍ନ ପଣ୍ଡା, ରୋଟାରୀର କୁନ୍ଦନ ସିଂ,ପଦ୍ମଚରମ ସ୍ୱାଇଁ,ବସ୍ତି ଉନ୍ନୟନ କମିଟିର ସଞୟ ଦିଗାଲ , ଅଶୋକ ମେହେର, ଶୀବାଜୀ ଜେନା, ଆଇନଜୀବୀ ବିଜୟକୃଷ୍ଣ ପଟ୍ଟନାୟକ,ବ୍ରଜ ପଟ୍ଟନାୟକ,ଚେସ ଆସୋସିଏସନର ବିରଜା ନାହାକ ସ୍ୱଛାସେବୀ ଶିବ ଶଙ୍କର ବେହେରା, ମନୋଜ ଚୌଧୁରୀ, ସତ୍ୟପ୍ରିୟ ମହାନ୍ତି ପ୍ରମୁଖ ଯୋଗ ଦେଇ ଆଲୋଚନା ରେ ଭାଗ ନେଇଥିଲେ। ଆସନ୍ତା ନଭେମ୍ବର ୮ତାରିଖରେ ମାଦିକୁନ୍ଦା ଛକରୁ ଏକ ଶୋଭାଯାତ୍ରାରେ ବାହାରି ଜିଲା ପାଳଙ୍କ ଜରିଆରେ ସରକାରଙ୍କୁ ଏକ ଚରମପତ୍ର ଦେବାକୁ ନିଷ୍ପତ୍ତି ନିଆଯାଇଛି।ଆନ୍ଦୋଳନକୁ ଗତିଶିଳ କରିବାକୁ ପ୍ରତି ବ୍ଲକର ପ୍ରତିନିଧିଙ୍କୁ ନେଇ ଏକ ଜିଲା ସ୍ତରୀୟ କମିଟି ଗଠନ କରାଯାଇଛି।

nis-ad
Leave A Reply

Your email address will not be published.