ଦାରିଙ୍ଗବାଡ଼ିରେ ଇକୋ ରିଟ୍ରିଟ ପ୍ରକଳ୍ପର ଶୁଭ ଉଦଘାଟନ…

ଦାରିଙ୍ଗବାଡ଼ି (୧/୧୧) : ଓଡ଼ିଶାରେ ଚାରିଟି ସ୍ଥାନରେ ଇକୋ ରିଟ୍ରିଟ ପ୍ରକଳ୍ପର ଶୁଭ ଉଦଘାଟନ ହୋଇଛି । ସେଥିମଧ୍ୟରୁ କନ୍ଧମାଳ ଜିଲ୍ଲା ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡ଼ିରେ ଆଜି ପ୍ରତିବର୍ଷ ଭଳି ଇକୋ ରିଟ୍ରିଟ ପ୍ରକଳ୍ପର ଶୁଭ ଉଦଘାଟନ କରାଯାଇଛି । ଏହାର ଉଦଘାଟନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ପର୍ଯ୍ୟଟନ ଉନ୍ନୟନ ଅଧ୍ୟକ୍ଷ ଲେଲିନ ମହାନ୍ତି ଯୋଗଦେଇ ଶୁଭ ଉଦଘାଟନ କଲେ । ତାଙ୍କ ସହିତ ଘୁ. ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ, ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ରୋଦନ ମଲିକ,ଦାରିଙ୍ଗବାଡ଼ି ସମିତି ଅଧ୍ୟକ୍ଷ ସୁଶାନ୍ତ ପ୍ରଧାନ, ସରପଞ୍ଚ ଚନ୍ଦ୍ରିକା ମଲିକ , ଜିଲ୍ଲାପାଳ ଡା.ଆଶିଷ ଈଶ୍ୱର ପାଟିଲ, ଆରକ୍ଷୀ ଅଧିକ୍ଷକ ଶୁଭେନ୍ଦୁ ପାତ୍ର ,ବିଡିଓ ଗଦାଧର ପାତ୍ର, ତହସିଲଦାର ଶରତ ଶବର, ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ପାତ୍ର ଉପସ୍ଥିତ ଥିଲେ । ଏଠାରେ ୨୫ଟି ତମ୍ବୁରେ ପାଞ୍ଚତାରକା ହୋଟେଲର ସମସ୍ତ ସୁବିଧା କରାଯାଇ ଅଛି । ଏହା ସହିତ ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ବୁଲିବା ପାଇଁ ବିଭିନ୍ନ ବ୍ୟବସ୍ଥା ରହିଛି। ଏଥି ପାଇଁ ଅତିଥି ମାନେ ତାଙ୍କ ବକ୍ତବ୍ୟରେ ପର୍ଯ୍ୟଟଙ୍କୁ ସ୍ୱାଗତ କରିବା ସହିତ ଅଞ୍ଚଳ ବାସୀ ସମୁହ, ଅତିଥି ମାନଙ୍କ ସମସ୍ତ ପ୍ରକାର ସୁବିଧା, ସମ୍ମାନ ଓ ସୁରକ୍ଷିତ ଭାବେ ରହିବା ପାଇଁ କାମନା କରିଥିଲେ।

nis-ad
Leave A Reply

Your email address will not be published.