କନ୍ଧମାଳ ପ୍ରଗତି ଚିନ୍ତନ ପରିଷଦ ଟ୍ରଷ୍ଟ ରିଲିଫ ବଣ୍ଟନ କାର୍ଯ୍ୟକ୍ରମ

ଫୁଲବାଣୀ : ଆଜି ସଦର ବ୍ଲକ ଅନ୍ତର୍ଗତ ଡାଙ୍ଗୁଲୁ ଗ୍ରାମ ଠାରେ କନ୍ଧମାଳ ପ୍ରଗତି ଚିନ୍ତନ ପରିଷଦ ଟ୍ରଷ୍ଟ ଆନୁକୂଲ୍ୟରେ ଭାରତୀୟ ରେଡ଼କ୍ରସ ସଂସ୍ଥା ଦ୍ୱାରା ପ୍ରଦତ୍ତ ରିଲିଫ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏଥିରେ ଗ୍ରାମର ଶତାଧିକ ଗରିବ, ନିଷ୍ପେସିତ, ଭିନ୍ନକ୍ଷମ ଓ ବୃଦ୍ଧବୃଦ୍ଧା ଲୋକଙ୍କୁ କମ୍ବଳ, ପାଲ, ଶାଢ଼ୀ, ଲୁଙ୍ଗି, ଗାମୁଛା, ମଗ ଓ ସାବୁନ ଆଦି ବଣ୍ଟନ କରାଯାଇଥିଲା l ଏସବୁ ଦ୍ରବ୍ୟ ପାଇ ଗ୍ରାମବାସୀ ଖୁସିବ୍ୟକ୍ତ କରିବା ସହିତ ଅନୁଷ୍ଠାନର କର୍ମକର୍ତାଙ୍କ ଉଦ୍ୟମକୁ ଭୁୟସୀ ପ୍ରଶଂସା କରିଥିଲେ l ଏହି କାର୍ଯ୍ୟକ୍ରମକୁ ଗ୍ରାମର ଯୁବକ ମିଲନ ସାହୁ, ବଦ୍ରୀନାଥ ଭୁକ୍ତ ଓ ପଞ୍ଚାନନ ସାହୁ ପ୍ରମୁଖ ସହଯୋଗ କରିଥିଲେ l ପରିଷଦ ର ଉପସଭାପତି ସୁବାସ ଚନ୍ଦ୍ର ପ୍ରଧାନ, ଶୁଭେନ୍ଦୁ ତ୍ରିପାଠୀ ଙ୍କ ସମେତ ସାଧାରଣ ସମ୍ପାଦକ କାର୍ତ୍ତିକେଶ୍ୱର ନାୟକ, ସହ ସମ୍ପାଦକ ଭାଗିରାମ ଡିଗାଲ, ଶ୍ରମିକ ନେତା ଘନ ଶବର ପ୍ରମୁଖ ଯୋଗ ଦେଇଥିଲେ l ଆଗାମୀ ଦିନରେ ଫୁଲବାଣୀ ବ୍ଲକର କଟ୍ରିଙ୍ଗିଆ ଓ ଫିରିଙ୍ଗିଆ ବ୍ଲକ ର ସଲାଗୁଡା ଠାରେ ଆଉ ଦୁଇଟି ଏପରି କାର୍ଯ୍ୟକ୍ରମ ହେବ ବୋଲି ନିଷ୍ପତି ହୋଇଛି l

nis-ad
Leave A Reply

Your email address will not be published.