କାଳିପଲ୍ଲୀ ପଞ୍ଚାୟତରେ ଆୟୁଷ୍ମାନ ସ୍ଵାସ୍ଥ୍ୟ ଆରୋଗ୍ୟ ଶିବିର

ଛତ୍ରପୁର : ଛତ୍ରପୁର ବ୍ଲକ୍ ଅନ୍ତର୍ଗତ କାଳିପଲ୍ଲୀ ପଞ୍ଚାୟତରେ ଆୟୁଷ୍ମାନ ଆରୋଗ୍ୟ ଶିବିର ଆୟୋଜିତ ହୋଇଯାଇଛି । ଏହି ଶିବିର ସମସ୍ତ ପ୍ରକାର ସ୍ଵାସ୍ଥ୍ୟ ଚେକ୍ଅଫ୍ ହୋଇଥିବା ବେଳେ ମାଗଣା ଔଷଧ ବିତରଣ କରାଯାଇଛି । ଅନୁଷ୍ଠିତ ସ୍ବାସ୍ଥ୍ୟ ଶିବିର କୁ କାଳିପଲ୍ଲୀ ପଞ୍ଚାୟତର ସରପଞ୍ଚ ବି.ଲକ୍ଷ୍ମୀ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିବିରକୁ ଉଦ୍ଘାଟନ କରିଥିଲେ । ସି.ହେଚ୍.ସି ମୁନିସିପେଣ୍ଠ ଅଧ୍ୟକ୍ଷ ଡ଼ଃ ସୌମ୍ୟକାନ୍ତ ମହାପାତ୍ର , ନୋଳିଆ ନୂଆଗାଁ ମେଡିକାଲର ଅଧ୍ୟକ୍ଷ ଡ଼ଃ ସନ୍ଦିପ୍ କୁମାର ଗୌଡ଼ , ଆୟୁଷ୍ ଡ଼ଃ ତପଶ୍ୱନି ପାତ୍ର, ସ୍ଵାସ୍ଥ୍ୟ ପରିଦର୍ଶକ.ସଞ୍ଜୟ କୁମାର ସ୍ବାଇଁ ,ଏବଂ ସମସ୍ତ ମହିଳା ସ୍ଵାସ୍ଥ୍ୟକର୍ମୀ ଓ ଗୋଷ୍ଟୀ ସ୍ଵାସ୍ଥ୍ୟ ଅଧିକାରୀଙ୍କ ଉପସ୍ଥିତିରେ ଶିବିର ଆୟୋଜିତ ହୋଇଛି । ଅନୁଷ୍ଠିତ ସ୍ବାସ୍ଥ୍ୟ ଶିବିରରେ ୧୦୦ରୁ ଉର୍ଦ୍ଧ ଲୋକଙ୍କ ଚେକ୍ଅଫ୍ ହୋଇଥିବା ବେଳେ ବିଭିନ୍ନ ଉନ୍ନତ ମାନର ଚିକିତ୍ସା ପାଇଁ ପଞ୍ଚାଯତବାସି ଖୁସୀବ୍ୟକ୍ତ କରିଛନ୍ତି । ବୟସ୍କ ଲୋକଙ୍କ ପାଇଁ ଯଦି ବର୍ଷରେ ଚାରିଥର ଏଭଳି ସ୍ବାସ୍ଥ୍ୟ ଶିବିର ଆୟୋଜିତ ହୋଇଥିଲେ ପଞ୍ଚାୟତର ସମସ୍ତ ଲୋକେ ଉପକୃତ ହେବା ନେଇ ସରପଞ୍ଚ ଅନୁରୋଧ ଜଣାଇଛନ୍ତି ।।

nis-ad
Leave A Reply

Your email address will not be published.