ଜାତୀୟ ବିପର୍ଯୟ ପ୍ରସ୍ତୁତି ଓ ପ୍ରଶମନ ଦିବସ ପାଳିତ

ଦାରିଙ୍ଗବାଡ଼ି (୨୯/୧୦) : ଦାରିଙ୍ଗବାଡ଼ି ବ୍ଲକ ପ୍ରଶାସନ ତଥା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗଦାଧର ପାତ୍ରଙ୍କ ଅଧ୍ୟକ୍ଷତାରେ ଜାତୀୟ ବିପର୍ଯୟ ପ୍ରସ୍ତୁତି ଓ ପ୍ରଶମନ ଦିବସ ପାଳିତ ହୋଇଛି ।ବିଡିଓ ପାତ୍ରଙ୍କ ସହିତ ତହସିଲଦାର ଶରତ ଶବର ଓ ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ପାତ୍ର ,ସ୍ବେଚ୍ଛାସେବୀ ଅନୁଷ୍ଠାନ ଜାଗୃତି ସମ୍ଫାଦକ କୈଳାଶ ଚନ୍ଦ୍ର ଦଣ୍ଡପାଟ,ବନାନୀ ପରିଷଦ ସଭାପତି ପତିତପାବନ ରାଉତ, ସମସ୍ତ ଲାଇନ ବିଭାଗର ପଦାଧିକାରୀ ଓ ବିଭିନ୍ନ ପଞ୍ଚାୟତ ଜନ ସାଧାରଣ ଯୋଗ ଦେଇଥିଲେ । ଜାତୀୟ ବିପର୍ଯୟ ପ୍ରସ୍ତୁତି ଓ ପ୍ରଶମନ ବିଷୟରେ ବକ୍ତବ୍ୟ ରଖି ସଚେତନର ବାର୍ତ୍ତା ଦେଇଥିଲେ । ଏହି ଅବସରରେ ଅଗ୍ନିଶମ ବିଭାଗ ପକ୍ଷରୁ ହାବିଲଦାର ସତ୍ୟନାରାୟଣ ବେହେରା ଓ ଚନ୍ଦ୍ରଶେଖର ବେହେରାଙ୍କ ନେତୃତ୍ୱରେ ପ୍ରଶାନ୍ତ କୁମାର ଜେନା, ବାପୁନା ରାଉତ, ଲଖାଣ ବାରିକ ଓ ସୁନୀଲ ଯାନୀଙ୍କ ସହଯୋଗରେ ମୋକଡ୍ରିଲ୍ ପ୍ରଦର୍ଶନ କରି ବିପର୍ଯୟ ବେଳେ ଅସୁରକ୍ଷିତ ସ୍ଥାନ ଓ ବିପଦରେ ରହିଥିବା ଲୋକଙ୍କୁ କିଭଳି ଭାବେ ସୁରକ୍ଷା ଦେବା ଓ ସୁରକ୍ଷିତ ସ୍ଥାନକୁ କିଭଳି ଭାବେ ସ୍ଥାନାନ୍ତର କରାଯିବା ସମ୍ପର୍କରେ ପ୍ରଦର୍ଶନ କରି ସଚେତନ କରିଥିଲେ ।

nis-ad
Leave A Reply

Your email address will not be published.