ଛତ୍ରପୁର : ପବିତ୍ର କୁମାର ପୂର୍ଣ୍ଣିମା ଦିନ ଠାରୁ ସ୍ଥାନୀୟ ଲୋୟାର ବସଷ୍ଟାଣ୍ଡ ଲକ୍ଷ୍ମୀ ବଜାର ମାର୍କେଟ କମ୍ପେ୍ଲକ୍ସ ଠାରେ ମା ଗଜଲକ୍ଷ୍ମୀଙ୍କ ପୂଜା ମହା ଆଡମ୍ଭର ସହକାରେ ପାଳିତ ହୋଇଯାଇଛି । ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମା ଗଜଲକ୍ଷ୍ମୀଙ୍କ ପୂଜା ଲାଗି ପୂଜା କମିଟି ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ସନ୍ଧ୍ୟା ଆଳତୀ ଦର୍ଶନ ଲାଗି ଛତ୍ରପୁର ଏବଂ ଆଖପାଖ ଅଂଚଳର ବହୁ ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ପୂଜା କମିଟି ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଆଜି ଏହାର ଦ୍ୱିତୀୟ ଦିନରେ ମାଙ୍କ ସନ୍ଧ୍ୟା ଆଳତୀ ଦର୍ଶନ କରିବା ପାଇଁ ବହୁ ଶ୍ରଦ୍ଧାଳୁ ପ୍ରବଳ ଭିଡ ଜମାଇଥିଲେ । ସୂଚନା ଥାଉ କି, ଲୋୟାର ବସଷ୍ଟାଣ୍ଡ ସ୍ଥିତ ଲକ୍ଷ୍ମୀ ବଜାର ପୂଜା କମିଟି ପକ୍ଷରୁ ଦୀର୍ଘ ୨୩ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ମା ଗଜଲକ୍ଷ୍ମୀଙ୍କ ପୂଜା ଧୁମଧାମରେ ପାଳନ କରାଯାଉଥିବା ବେଳେ ଚଳିତ ବର୍ଷ ମାଙ୍କ ପୂଜା କମିଟି ପକ୍ଷରୁ ବହୁ ଯାକଜକମ ରେ କରାଯାଉଛି, ମାଙ୍କ ଏହି ପୂଜା ନଭେମ୍ବର ୩ ତାରିଖରେ ଉଦଯାପିତ ହେବ l ସକାଳୁ କର୍ମକାଣ୍ଡ ବିଶେଷଜ୍ଞ ପଣ୍ଡିତ ଡ଼.ସରୋଜ କୁମାର ଶତପଥିଙ୍କ ପୌରହିତରେ ସୂର୍ଯ୍ୟପୂଜା, ହୋମ ଅନୁଷ୍ଠିତ ହୋଇଥିଲା l ଆଚାର୍ଯ୍ୟ ଭାବେ ପଣ୍ଡିତ ରଞ୍ଜନ କୁମାର ଶତପଥୀ ପୂଜା କାର୍ଯ୍ୟ ତୁଲାଇଥିଲେ l ମାଙ୍କ ଆଳତି ଦର୍ଶନ କରିବା ପାଇଁ ଛତ୍ରପୁର ଏବଂ ଆଖ ପାଖ ଅଂଚଳର ବହୁ ଶ୍ରଦ୍ଧାଳୁ ପୂଜା ମଣ୍ଡପରେ ଭିଡ଼ ଜମାଇଥିବା ଦେଖିବାକୁ ମିଳିଛି l ସମସ୍ତ କାର୍ଯ୍ୟକ୍ରମ କୁ ପୂଜା କମିଟି ର ସଭାପତି ବସନ୍ତ କୁମାର ମହାରଣା, ଉପ ସଭାପତି ମନୋଜ କୁମାର ସାହୁ, ସମ୍ପାଦକ ପ୍ରଦୀପ କୁମାର ସାହୁ, କୋଷାଧ୍ୟକ୍ଷ ଅତୁଲ କୁମାର ଦାଶ, ଏସ. ପ୍ରବୀଣ କୁମାର, କେ. କମଲାଙ୍କର, ଆରତ ବିଶ୍ୱାଳ, ଲିପୁନ ବିଶ୍ୱାଳ, କେଞ୍ଚୁ ପୁରୋହିତ, ସୁରେନ୍ଦ୍ର ବେହେରା, ବାବୁ ବେହେରା, ସରୋଜ ପାଢ଼ୀ, ସନ୍ତୋଷ ଚୌଧୁରୀ,ଅଖିଳ ପାଣିଗ୍ରାହୀ, ପ୍ରଶାନ୍ତ କୁମାର ମହାରଣା,ସରୋଜ କୁମାର ସାମଲ, ଅଶୋକ କୁମାର ବେହେରା, କେ ଶ୍ରୀନିବାସ ଦୋରା ଙ୍କ ସମେତ ବହୁ ପୂଜା କମିଟିର ସଦସ୍ୟ ମାନେ ଉପସ୍ଥିତ ଥିଲେ l
Sign in
Sign in
Recover your password.
A password will be e-mailed to you.