ପାଦେ ପାଦେ ରେ ରହିଗଲା ବିଜେଡି ର ପଦ ଯାତ୍ରା.. !

ବିଜେଡି ରେ ଥିବା ଗୋଷ୍ଠୀ କନ୍ଦଳ ବାଟରୁ ଯାଇ ହାଟରେ ଗଡୁଛି…


ବ୍ରହ୍ମପୁର:୨୧-୧୦ ଗଞ୍ଜାମ ଜିଲ୍ଲା ରେ ଅକ୍ଟୋବେର ମାସରୁ ବିଜେଡି ଦଳ ପକ୍ଷରୁ ବିଭିନ୍ନ ନିର୍ବାଚନ ମଣ୍ଡଳୀ ରେ ଚାଲିଥିଲା ଜନ ସମ୍ପର୍କ ପଦ ଯାତ୍ରା। ଏଥର ଅଧିକାଂଶ ନିର୍ବାଚନ ମଣ୍ଡଳୀ ରେ ଗୋଷ୍ଟି କନ୍ଦଳ ଯୋଗୁଁ ଜନ ସମ୍ପର୍କ ପଦ ଯାତ୍ରା ଫିକା ପଡିଯାଇଛି। ବହୁ ନିର୍ବାଚନ ମଣ୍ଡଳୀ ରେ ଦଳ ଭିତରେ ଲାଗି ରହିଥିବା ଗୋଷ୍ଟି କନ୍ଦଳ ର ମୁଖା ସମ୍ପୂର୍ଣ୍ଣ ଖୋଲି ଯାଇଥିବା ଜଣା ପଡ଼ିଛି। ବର୍ତ୍ତମାନ ଦୀର୍ଘ ବର୍ଷ ହେଲା ରାଜ୍ୟ ଭାର ବିଜେଡ଼ି ହାତରେ ରହିଛି।ବିରୋଧୀ ଦଳ ସକ୍ରିୟ ନଥିବା ଯୋଗୁଁ ବହୁ ରାଜନୈତିକ ଦଳର ନେତା ମାନେ ଏବେ ବିଜେଡି ରେ ମାଳ ମାଳ ଆଶ୍ରୟ ନେଇଛନ୍ତି। କ୍ଷମତା ଲଢ଼େଇ ଏବେ ବିଜେଡି ପାଇଁ କାଳ ହୋଇଛି।ଦଳ ଭିତରେ ଗୋଷ୍ଟି କନ୍ଦଳ ଏବେ ଗଞ୍ଜାମ ଜିଲ୍ଲାରେ ବହୁ ନିର୍ବାଚନ ମଣ୍ଡଳୀ ରେ ହାଟରେ ପଡ଼ି ଦାଣ୍ଡରେ ଗଡ଼ିଲାଣି। ଦଳରେ ଭିତରେ ନେତା ମାଳ ମାଳ ଥିବା ଯୋଗୁଁ ଏବେ ପାରିବାରିକ ରାଜନୀତି କୁ ଜୋର ଦାର ବିରୋଧ କରାଯାଉଛି।ଚୌକି ପାଇଁ ଏହି ଲଢ଼େଇ ବିଭିନ୍ନ ଗୋଷ୍ଟି ଏବେ ଆଗାମୀ ନିର୍ବାଚନ ରେ ଟିକେଟ ଖଣ୍ଡେ ପାଇବା ପାଇଁ ଜୋର ଦାର ଲବି ଆରମ୍ଭ କରି ଦେଲେଣି।ବର୍ତ୍ତମାନ ବିଧାୟକ, ବିଧାୟିକା ଥିବା ବ୍ୟକ୍ତି ମାନେ ନିଜର ବଂଶ ବିସ୍ତାର ପାଇଁ ନିଜ ନିଜର ପୁଅ, ଝିଅ ମାନ ଙ୍କୁ ଦଳରେ ପ୍ରବେଶ କରିବାକୁ ଲବି ଆରମ୍ଭ କରିଛନ୍ତି।ଯାହା ଫଳରେ ଦୀର୍ଘ ବର୍ଷ ହେଲା ଦଳର ରେ ଥିବା ନେତା ମାନେ ଏବେ ଚୁପ ହୋଇ ନ ବସି ନିଜ ନିଜର ସମର୍ଥକ ଙ୍କୁ ମେଳି କରି ଟିକେଟ ପାଇଁ ଲବି ଆରମ୍ଭ କରିଦେଇଛନ୍ତି। ଏଥି ପାଇଁ ଚଳିତ ବର୍ଷ ଜନ ସମ୍ପର୍କ ଯାତ୍ରା ଗୋଷ୍ଟି କନ୍ଦଳ ଯୋଗୁଁ ଫିକା ପଡିଯାଇଛି।କେତେକ ନିର୍ବାଚନ ମଣ୍ଡଳୀ ରେ କେବଳ ହାତ ଗଣତି କର୍ମୀ ଓ ନେତା ରହିଥିବା ଯୋଗୁଁ ଏହି ପଦ ଯାତ୍ରା ମାତ୍ର ଗୋଟେ ଦୁଇ ଦିନରେ ସିମିତ ରହିଯାଇଛି।ଏହାକୁ ରାଜ୍ୟ ମୁଖିଆ ଙ୍କ ନିକଟରେ ବିରୋଧୀ ଗୋଷ୍ଟି ଅଭିଯୋଗ କରିଥିବା ଚର୍ଚ୍ଚା ହେଉଛି।ଆଗାମୀ ନିର୍ବାଚନ ରେ ଗଞ୍ଜାମ ଜିଲ୍ଲାରେ ବିଜେଡ଼ି ର ବହୁ ନୂଆ ମୁହଁ ଙ୍କୁ ସୁଯୋଗ ଦେବାକୁ ଦଳ ଚିନ୍ତା କରି ପର୍ଯ୍ୟବେକ୍ଷକ ମାନଙ୍କୁ ଦାଇତ୍ୱ ଦେଇଥିବା ଓ ଦବଦବା ଥିବା ନେତାଙ୍କ ସନ୍ଧାନ ରେ ଦଳ ଚିନ୍ତାକରୁଛି ବୋଲି ଚର୍ଚ୍ଚା ଜୋର ଧରିଛି। ମୁଖ୍ୟତଃ ଦିଗପହଣ୍ଡି, ଆସ୍କା, ଖଲ୍ଲିକୋଟ, ଗୋପାଳପୁର, ପୋଲସରା ଆଦି ନିର୍ବାଚନ ମଣ୍ଡଳୀରେ ବିଜେଡିର ସ୍ଥିତି ସାଙ୍ଘାତିକ କହିଲେ ଚଳେ ଯାହାକି ଦଳରେ ଲାଗିରହିଥିବା ଗୋଷ୍ଠି କନ୍ଦଳ ହିଁ ଏଥିପାଇଁ ଦାଇ କହିଲେ କିଛିବି ଭୁଲ ହେବ ନାହିଁ l ଜିଲ୍ଲା ସଭାପତି କୌଣସି ନିର୍ବାଚନ ମଣ୍ଡଳୀ ଗସ୍ତ କରୁନଥିବା ଦେଖିବାକୁ ମିଳୁଛି ଯାହା ଫଳରେ ତୃଣ ମୂଳ ରେ ଥିବା ମନ ବଲ ଭାଙ୍ଗି ଗଲାଣି ଯାହାକି ବିଜେଡି ପଦ ଯାତ୍ରା ରେ ତାହାର ନଗ୍ନ ଚିତ୍ର ଦେଖିବାକୁ ମିଳିଛି l ଆଗାମୀ ସାଧାରଣ ନିର୍ବାଚନ ରେ ଏହା ବାଟ ହୁଡ଼ିବ ନାହିଁତ ଯାହାକୁ ନେଇ ବୁଦ୍ଧିଜୀବୀ ଓ ସାଧାରଣ ରେ ଚର୍ଚ୍ଚା ହେଲାଣି…

nis-ad
Leave A Reply

Your email address will not be published.