ଆର୍ଥିକ ସାକ୍ଷରତା ଶିବିର…



ବ୍ରହ୍ମପୁର,୨୧/୧୦- ବ୍ରହ୍ମପୁର ଉପଖଣ୍ଡ ପ୍ରଶାସନର ସଞ୍ଚୟ ଓ ଆର୍ଥିକ ସେବା ବିଭାଗ ଆନୁକୁଲ୍ୟରେ ସ୍ଥାନୀୟ ରାଜସ୍ବ ଡାକ ବଙ୍ଗଳା ସମ୍ମିଳନୀ କକ୍ଷରେ ସ୍ଵଳ୍ପ ସଞ୍ଚୟ ଅଭିକର୍ତ୍ତା ଙ୍କ ନିମନ୍ତେ ଏକ ସାକ୍ଷରତା ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ଆରମ୍ଭ ରେ ଅତିରିକ୍ତ ଜିଲ୍ଲା ଆର୍ଥିକ ସେବା ଓ ସଞ୍ଚୟ ଅଧିକାରୀ ଶ୍ରୀମତୀ ସୁମନା ପଣ୍ଡା ଅତିଥି ମାନଙ୍କର ପରିଚୟ ପ୍ରଦାନ କରି ସେମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ l ମୁଖ୍ୟ ଅତିଥି ଭାବେ ଯୋଗଦେଇ ବ୍ରହ୍ମପୁର ର ପୋଷ୍ଟାଲ ଡିଭିଜନର ବରିଷ୍ଠ ଡାକ ଅଧିକ୍ଷକ ଶ୍ରୀ ତାରିଣୀ ଚରଣ ପାଢ଼ୀ ବିଭିନ୍ନ ସ୍ଵଳ୍ପ ସଞ୍ଚୟ ଯୋଜନା, ଭାରତ ସରକାରଙ୍କ ଦ୍ବାରା ପ୍ରଚଳିତ ଦ୍ବାରା ପ୍ରଚଳିତ ବିଭିନ୍ନ ବୀମା ଓ ଅଟଳ ପେନସନ ଯୋଜନା ଉପରେ ଆଲୋକପାତ କରିଥିଲେ l ଶ୍ରୀ ପାଢ଼ୀ ବିଶେଷ କରି ମହିଳା ସମ୍ମାନ ସଞ୍ଚୟ ସାର୍ଟିଫିକେଟ ଓ ସୁକନ୍ୟା ସମୃଦ୍ଧି ଯୋଜନା ଉପରେ ଗୁରୁତ୍ବ ଦେଇଥିଲେ l ଇଣ୍ଡିଆନ ପୋଷ୍ଟାଲ ପେମେଣ୍ଟ୍ ବ୍ୟାଙ୍କର ଅଧିକାରୀ ଶ୍ରୀ ଏସ ଭେଙ୍କଟରମଣ ଡିଜିଟାଲ କାରବାର,ସାଇବର ଅପରାଧ ଓ ଚିଟଫଣ୍ଡ ର ଅପକାରିତା ବିଷୟରେ ସ୍ଵଳ୍ପ ସଞ୍ଚୟ ଅଭିକର୍ତ୍ତା ମାନଙ୍କୁ ଖୁବ୍ ସରଳ ଭାବରେ ଅବଗତ କରାଇଥିଲେ l ଶେଷରେ ସହକାରୀ ନିର୍ଦେଶକ,ସଞ୍ଚୟ ଆର୍ଥିକ ସେବା ଗଞ୍ଜାମ ଶ୍ରୀ ଧ୍ରୁବ ଚରଣ ନାୟକ ସ୍ଵଳ୍ପ ସଞ୍ଚୟ ବିଷୟରେ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ ଓ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ l

nis-ad
Leave A Reply

Your email address will not be published.