ସୀମାନ୍ତରେ ୧ ଲକ୍ଷ ଇନାମି ମାଓବାଦୀର ଆତ୍ମସମର୍ପଣ…


ମାଲକାନଗିରି, ୧୪।୧୦ ମାଲକାନଗିରି ଜିଲ୍ଲା ସୀମାନ୍ତଏ ଛତିଶଗଡର ଦନ୍ତେୱାଡା ଜିଲ୍ଲାରେ ଭଇରମଗଡ ମାଓ ସଙ୍ଗଠନର ୧ ଲକ୍ଷ ଇନାମି ମାଓ ନେତା ରାକେଶ କଡିୟାମି ଆଜି ପୋଲିସ ନିକଟରେ ଆତ୍ମସମର୍ପଣ କରିଛି । ସୂଚନା ଅନୁଯାୟୀ ଛତିଶଗଡର ଦନ୍ତେୱାଡା ପୋଲିସ ପକ୍ଷରୁ ମାଓବାଦୀ ମାନଙ୍କୁ ମୁଖ୍ୟ ସ୍ରୋତକୁ ଆଣିବା ପାଇଁ ଘରକୁ ଫେର ଅଭିଯାନ ଆରମ୍ଭ କରାଯାଇଛି । ଏହି ଯୋଜନାରେ ପୂର୍ବରୁ ଅନେକ ମାଓବାଦୀ ଆତ୍ମସମର୍ପଣ କରି ସାରିଥିବା ବେଳେ ଆଜି ପୁଣି ଜଣେ ୧ ଲକ୍ଷ ଇନାମି ମାଓବାଦୀ ରାକେଶ ଆତ୍ମସମର୍ପଣ କରିଛି । ମାଓ ସଙ୍ଗଠନ ଭୁଷୁଡିବାରେ ଲାଗିଥିବା ବେଳେ ନିଜର ନୀତି ଆଦର୍ଶ ହରାଉଥିବା ହେତୁ ରାକେଶ ମାଓ ସଙ୍ଗଠନ ଛାଡି ସାଧାରଣ ଜୀବନ ଜାପନ କରିବା ପାଇଁ ନିଷ୍ପତ୍ତି ନେଇ ଆତ୍ମସମର୍ପଣ କରିଥିବା ପୋଲିସ ନିକଟରେ ପ୍ରକାଶ କରିଛି । ଆତ୍ମସମର୍ପଣ କରିଥିବା ନକ୍ସଲାଇଟ୍ ରାକେଶ ଅନେକ ମାଓ ହିଂସା କାଣ୍ଡ ସହ ବିଭିନ୍ନ ସ୍ଥାନରେ ରାସ୍ତା ଖୋଳିବା, ଗଛ କାଟିବା, ମାଓ ବ୍ୟାନର, ପୋଷ୍ଟର ଲଗାଇବା ଏବଂ ବୋମା ଖଞ୍ଜିବା ଭଳି ବିଭିନ୍ନ ଘଟଣାରେ ଜଡିତ ଥିଲା । ତେବେ ଆତ୍ମ ସମର୍ପଣ ନୀତି ଅନୁଯାୟୀ ରାକେଶକୁ ସମସ୍ତ ସରକାରୀ ସହାୟତା ପ୍ରଦାନ କରାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।

nis-ad
Leave A Reply

Your email address will not be published.