ଟିବି ତଥା ଯକ୍ଷ୍ମା ରୋଗକୁ ନିୟନ୍ତ୍ରଣ କରିବା ଉପରେ କର୍ମଶାଳା ଅନୁଷ୍ଠିତ…

ମାଲକାନଗିରି : ମାଲକାନଗିରି ଜିଲ୍ଲାରେ ଆଜି ଟିବି ତଥା ଯକ୍ଷ୍ମା ରୋଗକୁ ନିୟନ୍ତ୍ରଣ କରିବା ଦିଗରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସଦରରେ ଥିବା ରକ୍ତ ଭଣ୍ଡାରର ସଭା ଗୃହରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମାଲକାନଗିରି ଏଡିପିଏଚଓ ଧନେଶ୍ଵର ମହାପାତ୍ର ଅଧ୍ୟକ୍ଷତା କରିଥିବା ବେଳେ ଜିଲ୍ଲାର ବିଭିନ୍ନ ଘରୋଇ ମେଡିସନ ବିକ୍ରୟ ଦୋକାନୀ ତଥା ଲ୍ୟାବ ଗୁଡିକର ମାଲିକ ଓ ଲାଇସେନ୍ସ ପ୍ରାପ୍ତ କ୍ବାକ ମାନେ ଏଥିରେ ଯୋଗ ଦେଇଥିଲେ । ଜିଲ୍ଲାରେ ଯକ୍ଷ୍ମା ରୋଗ ଉପରେ ରୋକ ଲଗାଇବା ଓ ନିୟନ୍ତ୍ରଣାଧିନ ରଖିବା ଦିଗରେ ଏହି କାର୍ଯ୍ୟକ୍ରମରେ ଆଲୋଚନା କରଯାଇଥିଲା । ବିଶେଷ କରି ଘରୋଇ ଚିକିତ୍ସା କ୍ଷେତ୍ରରେ ଯଦି କେହି ଯକ୍ଷ୍ମା ପୀଡିତ ନିଜର ଚିକିତ୍ସା କିମ୍ବା ପରୀକ୍ଷା କରାଇବାକୁ ଆସନ୍ତି ତେବେ ତୁରନ୍ତ ତାଙ୍କୁ ଚିକିତ୍ସାଳୟକୁ ଯାଇ ଡାକ୍ତରୀ ପରାମର୍ଶ ନେବା ସହ ସେହି ଅନୁଯାୟୀ ଔଷଧ ଗ୍ରହଣ କରିବାକୁ ପରାମର୍ଶ ଦିଆଯାଇଥିଲା । ଯକ୍ଷ୍ମା ରୋଗ ବିଷୟରେ ସମସ୍ତେ ଅବଗତ ଅଛନ୍ତି , ସମସ୍ତେ ମିଳି ମିଶି ଏହା ବିରୋଧରେ ଲଢେଇ କଲେ ଏହାକୁ ସମୂଳେ ବିନାଶ କରାଯାଇ ପାରିବ ତଥା ନିୟନ୍ତ୍ରଣରେ ରଖା ଯାଇ ପାରିବ । ତେଣୁ ମନ ଇଛା ଔଷଧ ଖାଇବା ବଦଳରେ ଯକ୍ଷ୍ମା ରୋଗର ଲକ୍ଷଣ ଦେଖା ଯିବା ମାତ୍ରେ ଡାକ୍ତରୀ ପରାମର୍ଶ ଅନୁଯାୟୀ ପଦକ୍ଷେପ ନେବାକୁ ସମସ୍ତଙ୍କୁ ଆହ୍ୱାନ ଦେବାକୁ ଶ୍ରୀ ମହାପାତ୍ର ଉପସ୍ଥିତ ଔଷଧ ଦୋକାନୀ ମାନଙ୍କୁ ଉପଦେଶ ଦେଇଥିଲେ । ଏହି ଅବସରରେ ଜିଲ୍ଲାର ୩୦ରୁ ରୁଧ୍ଵ ଔଷଧ ଦୋକାନୀଏନଙ୍କ ସହ ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ । କର୍ମଶାଳା ଶେଷରେ ସମସ୍ତ ଅଂଶଗ୍ରହଣ କାରି ଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା ।

nis-ad
Leave A Reply

Your email address will not be published.