ହିଞ୍ଜିଳିକାଟୁ ପୌରପାଳିକା ଦ୍ଵାରା ସଚେତନତା କାର୍ଯ୍ୟକ୍ରମ

ହିଞ୍ଜିଳିକାଟୁ (୧୪/୧୦) : ହିଞ୍ଜିଳିକାଟୁ ସୁସ୍ଥ ଓଡିଶା ଗଠନ ପାଇଁ ନିଜ ଅଞ୍ଚଳ, ନିଜ ସହରକୁ ସ୍ୱଚ୍ଛ ରଖିବା ପ୍ରତ୍ୟେକ ନାଗରିକଙ୍କର ମୌଳିକ କର୍ତ୍ତବ୍ୟ ହେବା ଦରକାର ଏହି ପରିପେକ୍ଷିରେ ହିଞ୍ଜିଳିକାଟୁ ପୌରପାଳିକା ପରିମଳ ବିଭାଗର କର୍ମଚାରୀ ଓ ସ୍ୱଚ୍ଛସାଥିଙ୍କ ଦ୍ଵାରା ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ୱାର୍ଡ ନଂ ୫ରେ ଶନିବାର ଏକ ସଚେତନତା କାର୍ଯ୍ୟକ୍ରମ ହୋଇଯାଇଛି।କଠିନ ବର୍ଜ୍ୟବସ୍ତୁ କୁ ପୁନଃଚକ୍ରଣ କ୍ଷମ କରିବା ପାଇଁ ସ୍ୱଚ୍ଛ ସର୍ବେକ୍ଷଣ ୨୦୨୩ ସଚେତନତା ବାର୍ତ୍ତା ଦିଆଯାଇଛି।ସହରକୁ ସ୍ୱଚ୍ଛ ଓ ସୁସ୍ଥ ରଖିବା ପାଇଁ ପୌରପାଳିକା ଦ୍ଵାରା ବିଭିନ୍ନ ପ୍ରକାରର କାର୍ଯ୍ୟକ୍ରମ କରିବା ସହ ଜନସାଧାରଣ ମାନଙ୍କୁ ସଚେତନତା କରାଯାଉଛି।
ଏହି ପ୍ରରିପ୍ରେକ୍ଷିରେ ୱାର୍ଡ ନମ୍ବର ୫ ରେ ପୌରପାଳିକା ଦ୍ଵାରା ଘରକୁ ଘର ଵୁଲି ସଂଗୃହିତ କରାଯାଉଥିବା ଆବର୍ଜନା କୁ ବର୍ଗୀ କରଣ ତଥା ଓଦା ଓ ଶୁଖିଲା ସହ ପୃଥୁକିକରଣ କରି ଅଦରକାରୀ ଵିଦ୍ବୁତ ଉପକରଣ ଦେବା ପାଇଁ ଏକ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା। ୫ ନମ୍ବର ୱାର୍ଡର ସମସ୍ତ ଘର ବୁଲି ଆବର୍ଜନା ସଂଗ୍ରହ କରି ଅଦରକାରୀ ଵିଦ୍ବୁତ ଉପକରଣ ଦେବା ପାଇଁ ସଚେତନ କରିବା ସହ ଅନୁରୋଧ କରାଯାଇଛି। ଏହି ସଚେତନତା କାର୍ଯ୍ୟକ୍ରମ ରେ ୱାର୍ଡ ନମ୍ବର ୫ର‌ ୱାର୍ଡ ସଭ୍ୟ ବିଭୁପ୍ରସାଦ ପଣ୍ଡା, ପୂର୍ବତନ ୱାର୍ଡ ସଭ୍ୟ ବିଶ୍ବମ୍ବର ସାହୁ, ପୂର୍ବତନ ସଭ୍ୟ ରମେଶ ଚନ୍ଦ୍ର ପଣ୍ଡା, ରାମଚନ୍ଦ୍ର ମହାରଣା ଙ୍କ ସହ ସ୍ୱଚ୍ଛ ସାଥୀ, ସାନିଟେସନ ଏକ୍ସପର୍ଟ ସୁପରଭାଇଜର ମାନେ ସଚେତନତା କାର୍ଯ୍ୟକ୍ରମ ରେ ଭାଗନେଇଥିଲେ।

nis-ad
Leave A Reply

Your email address will not be published.