ଏକ ସୁସ୍ଥ ଭବିଷ୍ୟତ ପାଇଁ ଅଣ୍ଡା ସମ୍ବନ୍ଧୀୟ ଆଲୋଚନା ଚକ୍ର ଅନୁଷ୍ଠିତ…

ଫୁଲବାଣୀ : ଜିଲ୍ଳା ସ୍ତରୀୟ ବିଶ୍ଵ ଅଣ୍ଡା ଦିବସ ୨୦୨୩ ଫୁଲବାଣୀ ସ୍ଥିତ ଆର ସେ ଟି ଠାରେ ପାଳିତ ହୋଇଯାଇଛି l ଏହି ଅବସରରେ ଉତ୍କଳ ବାଳାଶ୍ରମ କେନ୍ଦୁପଦର ଏବଂ ଗୁଡାରୀ ସ୍ଥିତ ସାଧନ ଅନାଥାଶ୍ରମ ଠାରେ ଅନ୍ତେବାସୀଙ୍କୁ ସିଝା ଅଣ୍ଡା, ଚକୋଲେଟ୍ ଏବଂ ଟିଫିନ ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ ବଣ୍ଟନ କରାଯାଇଥିଲା l ସେହିପରି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପେଞ୍ଜିସାହି, ଫୁଲବାଣୀର ପ୍ରାୟ ୨୦୬ ଜଣ ଛାତ୍ରଛାତ୍ରୀଙ୍କୁ ମଧ୍ଯ ବଣ୍ଟନ କରାଯାଇଥିଲା l ପ୍ରାୟ ୧୮୦ ଚାଷୀ ମା ଏବଂ ସ୍ଵୟଂ ସହାୟିକା ଗୋଷ୍ଠୀର ସଦସ୍ଯ ଏହି ସଚେତନତା କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ l ଏହି ପରିପ୍ରେକ୍ଷୀରେ “ଏକ ସୁସ୍ଥ ଭବିଷ୍ୟତ ପାଇଁ ଅଣ୍ଡା ” ସମ୍ବନ୍ଧରେ ଏକ ଆଲୋଚନା ଚକ୍ର ଚାଷୀ ଓ ପ୍ରାଣୀ ବିଶେଷଜ୍ଞଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଥିଲା l ଜିଲ୍ଲା ଚିକିତ୍ସା ଅଧିକାରୀ ଡା ସଞ୍ଜୀବ କୁମାର ପଟେଲ ଙ୍କ ପୌରହିତ୍ୟ ଓ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ କାର୍ଯ୍ୟକ୍ରମ ସମାପନ ହୋଇଥିଲା l

ଏହି କାର୍ଯ୍ୟକ୍ରମ ରେ ଆର ଏସ ଟି ର ନିର୍ଦ୍ଦେଶକ ଚନ୍ଦ୍ର ଶେଖର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅଣ୍ଡା ର ମୁଖ୍ୟ ଉପାଦେୟତା ସମ୍ବନ୍ଧରେ ବକ୍ତବ୍ୟ ରଖିଥିଲେ l ସେହିପରି ଏଡିଭିଓ (ଡି ସି)ଡାଃ ସନ୍ତୋଷ କୁମାର ପଟ୍ଟନାୟକ, ଡଃ ଆଶିଷ କୁମାର ଦୋରା, ଡଃ ପିୟୁଷ କୁମାର ସୋରେନ, ଡଃ ଦେବାଶିଷ ସାହୁ, ଡଃ ଅସୀମ କୁମାର ପାତ୍ର ପ୍ରମୁଖ ଯୋଗଦେଇ ଥିଲେ l ଜିଲ୍ଲା ନୋଡାଲ ଅଧିକାରୀ ଡଃ ଅଳକା ପଟ୍ଟନାୟକ ଅଣ୍ଡା ଦିବସର ମହତ୍ଵ ଏବଂ ବିଭିନ୍ନ ସରକାରୀ ଯୋଜନା ର ବର୍ଣ୍ଣନା କରିବା ସହିତ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ l ରାଜ୍ଯ ସ୍ତରୀୟ କାର୍ଯ୍ୟକ୍ରମର ସିଧାପ୍ରସାରଣ ଚାଷୀ ମାନେ ଦେଖିବାକୁ ପାଇଥିଲେ l

nis-ad
Leave A Reply

Your email address will not be published.