ଗଞ୍ଜାମରେ ବଳ ଗୋଟାଇ ସକ୍ରିୟ ହେଉଛି କଂଗ୍ରେସ…

ଆଗୁଆ ନିର୍ବାଚନ ସମ୍ଭାବନା , ଓଡିଶା ପହଞ୍ଚିଲେ ନିର୍ବାଚନ ଅଧିକାରୀ….


ବ୍ରହ୍ମପୁର : ଗଞ୍ଜାମର ଏକମାତ୍ର କଂଗ୍ରେସ ବିଧାୟକ ତଥା ଜିଲ୍ଲା କଂଗ୍ରେସ ସଭାପତି ରମେଶ ଜେନା ମାରାଥନ ବ୍ଲକ ଗସ୍ତ କରି ଭୋଟର ମାନଙ୍କୁ ବିରୋଧୀ ମାନଙ୍କୁ କଡା ସମାଲୋଚନା କରିବାରେ ଲାଗିଛନ୍ତି। ଯୁବ ସମାଜକୁ ଆହ୍ୱାନ ଦେବାରେ ଲାଗିପଡିଛନ୍ତି ଆଗଧାଡିର ଟାଣୁଆ କଂଗ୍ରେସ ନେତା ରମେଶ ଜେନା। ରମେଶ ଜେନାଙ୍କ ସବୁ ବ୍ଲକରେ ପ୍ରଶଂସକ ଥିବା ବେଳେ ଧୀରେ ଧୀରେ ତୃଣ ମୂଳ ସ୍ତରରେ ସଂଗଠନକୁ ମଜବୁତ କରିବାରେ ଲାଗିପଡିଛନ୍ତି। ବିଜେଡି ଓ ପିଜେପି କିଭଳି ଭୁଆଁ ଭୁଲାଇ ଲୋକମାନଙ୍କୁ ପ୍ରତାରଣା କରିଚାଲିଛନ୍ତି,ମିଡ଼ିଆ ଆଗରେ କହିଛନ୍ତି ରମେଶ। ରମେଶ ଜେନାଙ୍କ ସଙ୍ଗଠନ କୁ ଦେଖିଲେ ଲାଗୁଛି ଆଗକୁ କଂଗ୍ରେସ ବଳ ସାଉଁଟିବ, ଆଗାମୀ ନିର୍ବାଚନରେ ଭଲ ପ୍ରଦର୍ଶନ କରିବ। ବିଜେପି ଅପେକ୍ଷା ରମେଶ ଜେନାଙ୍କ ବିଜେଡି ବିରୁଦ୍ଧରେ ଶାଣିତ ଆକ୍ରମଣ ନିହାତି ଭୋଟର ମାନଙ୍କୁ ପ୍ରଭାବିତ କରିବ ବୋଲି ରାଜନୈତିକ ସମୀକ୍ଷକ ମାନେ କହିବା ଆରମ୍ଭ କରିଦେଲେଣି। ତଳ ଦିନେ ବରିଷ୍ଠ କଂଗ୍ରେସ ନେତା ଯଥା ଜୟପୁର ବିଧାୟକ ତାରାପ୍ରସାଦ ବାଇନୀପତି ଙ୍କ ବ୍ରହ୍ମପୁର ଗସ୍ତ ମଧ୍ୟ ପ୍ରଭାବ ପଡିଛି ସେ କର୍ମୀ ଓ ନେତା ମାନଙ୍କୁ ତୃଣ ମୂଳ ସ୍ତରକୁ ଯାଇ ଲୋକଙ୍କୁ ଭେଟିବା କୁ କହିଛନ୍ତି l ଗଞ୍ଜାମ ଆଗରୁ କଂଗ୍ରେସର ଗଡ଼ ସାଜିଥିବା ବେଳେ ଘରେ ଘରେ କଂଗ୍ରେସ ନେତା ଥିଲେ,କିନ୍ତୁ ସମୟାନୁକ୍ରମେ ବିଜୁ ଜନତା ଦଳର ଦବଦବା ବଢ଼ିବାରେ ଲାଗିଲା। ବର୍ତ୍ତମାନ ଗଞ୍ଜାମ ରାଜନୀତିରେ ସବୁଠାରେ ଆଗରେ ବିଜେଡି ଥିବା ବେଳେ କଂଗ୍ରେସ ଜିଲ୍ଲା ସଭାପତି ରମେଶ ଜେନାଙ୍କ ଷ୍ଟାଟେଜି ଦେଖିଲେ ଲାଗୁଛି ଏଥର ରାଜନୈତିକ ସମୀକରଣ ଟିକେ ଅଲଗା ହେବ। ଜନସାଧାରଣ ମଧ୍ୟ କଂଗ୍ରେସ ଆଡକୁ ଢଳୁଥିବା ଦେଖିବାକୁ ମିଳୁଛି।ବିଜେଡି ଦଳର ଥିବା ଗୋଷ୍ଠୀ କନ୍ଦଳ ଓ ବହୁ ବିଧାୟକ ଆଶାୟୀ ହିଁ ମୁଣ୍ଡ ବିନ୍ଧାର କାରଣ ସାଜିଛି।ବିଜେଡିର ଭୋଟ ବ୍ୟାଙ୍କ ଅଧିକା ଥିବାବେଳେ କଂଗ୍ରେସ ନିହାତି ପ୍ରଭାବ ବିସ୍ତାର କରିବ ବୋଲି ଚାର୍ଚ୍ଚା ହେଉଛି।ବିଜେପି ନେତା ମାନଙ୍କ ମଧ୍ୟରେ ତାଳ ମେଳ ଅଭାବ ପରିଲକ୍ଷିତ ହେଉଥିବା ବେଳେ ଆଖିଦୃଷ୍ଟିଆ ସଭା ସମିତି କିମ୍ବା ରଣକୌଶଳ ଗଞ୍ଜାମ ଜିଲ୍ଲାରେ ଦେଖିବାକୁ ମିଳୁନାହିଁ। ଦରବୃଦ୍ଧି, ଦୁର୍ନୀତି ଓ ପିସି ଭଳି ଅରାଜକତା ପାଇଁ ବିଜେଡି ଦାୟୀ ବୋଲି କହୁଛି କଂଗ୍ରେସ। ବିଜେଡି ଓ ବିଜେପି ଏକ ମୁଦ୍ରା ର ଦୁଇ ପାର୍ଶ୍ଵ ଏଥି ଯୋଗୁଁ ପୁଣି ଥରେ କଂଗ୍ରେସ କ୍ଷମତା କୁ ଆସିବାକୁ ତୃଣ ମୂଳ ସ୍ତରରେ ପ୍ରୟାସ ଆରମ୍ଭ କରୁଛି। ତେଣୁ ଆଗାମୀ ସାଧାରଣ ନିର୍ବାଚନ ର ସମୀକରଣ ବଦଳିବ ବୋଲି କଂଗ୍ରେସ କହିଛି l କିଛି ଅନ୍ୟ ଦଳର ନେତା ମଧ୍ୟ ସୁଯୋଗ ଅପେକ୍ଷା ରେ ଅଛନ୍ତି କଂଗ୍ରେସ ରେ ଯୋଗ ଦେବା ପାଇଁ ବୋଲି ବରିଷ୍ଠ ନେତା ଭାଲୁ ବାଇନୀପତି କହିଛନ୍ତି l ତେଣୁ ନିର୍ବାଚନ ମଧ୍ୟ ନିର୍ଧାରିତ ସମୟ ରୁ ଆଗୁଆ ହେବା ସମ୍ଭାବନା ଦେଖା ଗଲାଣି ଦିଲ୍ଲୀ ରୁ ନିର୍ବାଚନ ଅଧିକାରୀ ମାନେ ସ୍ଥିତ ସମୀକ୍ଷା କରିବାକୁ ଓଡିଶା ଆସିଛନ୍ତି ତେଣୁ ଏକ ପ୍ରକାର ନିର୍ବାଚନ ବିଗୁଲ ବାଜିଲାଣି, ସବୁଦଳ ପ୍ରସ୍ତୁତି ଆରମ୍ଭ କରିସାରିଲେଣି କେବଳ ଅପେକ୍ଷା ନିର୍ବାଚନ ତାରିଖ କୁ କାରଣ ଆଗୁଆ ନିର୍ବାଚନ ଏକ ପ୍ରକାର ନିଶ୍ଚିତ ହୋଇଛି…

nis-ad
Leave A Reply

Your email address will not be published.