ଫୁଲବାଣୀ ଟାଉନଥାନା ପୋଲିସକୁ ମିଳିଛି ସଫଳତା ଅଭିଯୁକ୍ତ ଗିରଫ…

ଫୁଲବାଣୀ – ଫୁଲବାଣୀ ଟାଉନ୍ ଥାନା ପୋଲିସକୁ ପୁଣି ମିଳିଛି ସଫଳତା l ଫୁଲବାଣୀ ବ୍ଲକ ଛକ ନିକଟସ୍ଥ ମା ବରାଳଦେବୀ ଷ୍ଟୋରରୁ ଗତ ମାସ ବୁଧବାର 30 ଅଗଷ୍ଟ ରାତିରେ ଦୁଇ ଲକ୍ଷରୁ ଉର୍ଦ୍ଧ ନଗଦ ଟଙ୍କା ସହ ଅନ୍ୟାନ୍ୟ ସାମଗ୍ରୀ ଚୋରି ଘଟଣାରେ ଫୁଲବାଣୀ ଟାଉନ ଥାନା ପୋଲିସ ଅଭିଯୁକ୍ତକୁ ଗିରଫ୍ କରିଛି । ଏହି ଚୋରି ଘଟଣାରେ ଦୁଇ ଅଭିଯୁକ୍ତ ମଧ୍ଯରୁ ଜଣକୁ ଗିରଫ କରିବା ସହ ତା ନିକଟରୁ ନଗଦ ଚାଳିଶ ହଜାର ଟଙ୍କା ଜବତ କରିଛି ଟାଉନ ଥାନା ପୋଲିସ। ଗିରଫ ଅଭିଯୁକ୍ତ ଜଣଙ୍କ ନୟାଗଡ଼ ଜିଲ୍ଲା ଗଣିଆ ଥାନା ଅନ୍ତର୍ଗତ କାଳିକା ପ୍ରସାଦ ଗ୍ରାମର ରାଜା ରାମ ସ୍ବାଇଁ ଓରଫ ରାଜା। ଅନ୍ୟ ଜଣେ ଅଭିଯୁକ୍ତକୁ ପୋଲିସ ଖୋଜୁଛି। ସୂଚନା ପ୍ରକାରେ ଦୋକାନ ମାଲିକ ତ୍ରିଲୋଚନ ମହାପାତ୍ର ଫୁଲବାଣୀ ଟାଉନ ଥାନାରେ ଅଭିଯୋଗ କଲାପରେ ପୋଲିସ 223/23 ରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲା । ଏକ ଟିମ ଜରିଆରେ ଅଭିଯୁକ୍ତି ଉପରେ ନଜର ରଖିଥିଲା । ଏହି ଘଟଣାରେ ପୋଲିସ ସିସିଟିଭି ଓ ଅନ୍ୟାନ୍ୟ ତଥ୍ୟ ଆଧାରରେ ଜଣକୁ ଅଟକ ରଖି ପଚାରା ଉଚରା କରି ତଥ୍ୟ ସଂଗ୍ରହ। ଦୋକାନରେ କାମ କରୁଥିବା ରାଜା ସ୍ବାଇଁ ଓ ତାର ଅନ୍ୟ ଜଣେ ସହଯୋଗୀ ମିଶି ସ୍ଵାଇଲାଇଟ ଭାଙ୍ଗି ଭିତରେ ପଶି ଚୋରି କରିଥିବା ଜଣାପଡ଼ିଛି। ପୋଲିସ ଏକ ଟିମ କରି ଅଭିଯୁକ୍ତକୁ ଗୋଡ଼ାଇ ଗୋଡ଼ାଇ ଗଣିଆ ରେ ପହଂଚି ଅନ୍ୟ ଅଭିଯୁକ୍ତ ମାନଙ୍କୁ ଠାବ କରିଥିଲା। କିନ୍ତୁ ଉକ୍ତ ଦିନ ଅଭିଯୁକ୍ତ ଜଙ୍ଗଲ ଭିତରକୁ ପଳାଇ ଯାଇ ଥିଲେ। ଆଜି ପୋଲିସ ଜଣେଅଭିଯୁକ୍ତକୁ ଗିରଫ କରିଥିବା ନେଇ ଏସଡିପିଓ ସୁ ପ୍ରସନ୍ନ ମଲିକ ସୂଚନା ଦେଇଛନ୍ତି l

nis-ad
Leave A Reply

Your email address will not be published.