ଆଗୁଆ ନିର୍ବାଚନର ଆଭାସ ପରେ :ଭୋଟ ଭୟ ରେ ରୋଷେଇ ଗ୍ୟାସ ସିଲିଣ୍ଡେର ଦର ହ୍ରାସ…

ଆଚ୍ଛେ ଦିନ ବୁରେ ଦିନ ସବୁ ସରକାର ଙ୍କ ହାତରେ


ବ୍ରହ୍ମପୁର ,: ଗତ କିଛି ବର୍ଷ ହେଲା ଗରିବ ଖଟିଖିଆ ସାଧରଣ ଜନତା ବିଭିନ୍ନ ସାମଗ୍ରୀ ରେ ରୀତିମତ ଦର ବୃଦ୍ଧି ରୁ ବର୍ତ୍ତିନଥିଲେ। ଏବେ ଆଗୁଆ ସାଧରଣ ନିର୍ବାଚନ କୁ ନେଇ ଚର୍ଚ୍ଚା ହେଉଥିବା ଯୋଗୁଁ କେନ୍ଦ୍ର ସରକାର ଭୋଟ ଭୟରେ ରୋଷେଇ ଗ୍ୟାସ ଦର ଦୁଇ ଶହ ଟଙ୍କା ସଙ୍ଗେ ସଙ୍ଗେ ହ୍ରାସ କରିଛନ୍ତି। ଦୀର୍ଘ ଦିନ ହେଲା ଜାତୀୟ ଗଣମାଧ୍ୟମ ଠାରୁ ଆରମ୍ଭ କରି ଆଞ୍ଚଳିକ ଗଣମାଧ୍ୟମ ରେ ବାରମ୍ବାର ବିଭିନ୍ନ ଖାଉଟି ଦ୍ରବ୍ୟ ଓ ଅତି ଆଵଶ୍ୟକୀୟ ସାମଗ୍ରୀ ରେ ଦର ବୃଦ୍ଧି ନେଇ ଖବର ପ୍ରକାଶ ପାଉ ଥିଲା। କେତେକ ବ୍ୟବସାୟୀ ମନଇଚ୍ଛା ଦର ବୃଦ୍ଧି କରଛନ୍ତି, ତେଣୁ ସରକାର ଙ୍କ ହାତରୁ ଦର ନିୟନ୍ତ୍ରଣ ବାହାରକୁ ଚାଲିଯାଉଛି,ବୋଲି ଚର୍ଚ୍ଚା ଜୋର ଧରିଥିଲା। ଆଜି ରାଜନୈତିକ ପଣ୍ଡିତ ମାନଙ୍କ ପକ୍ଷରୁ ଆଗୁଆ ନିର୍ବାଚନ ହେଲେ କେନ୍ଦ୍ର ସରକାର ଙ୍କୁ ଦର ବୃଦ୍ଧି ମହଙ୍ଗା ପଡ଼ିବ ବୋଲି ଚର୍ଚ୍ଚା ହେବା ଫଳରେ ସଙ୍ଗେ ସଙ୍ଗେ ରୋଷେଇ ଗ୍ୟାସ ସିଲିଣ୍ଡେର ର ଦର ହ୍ରାସ କରାଯାଇଛି,ଆଗକୁ ସାଧରଣ ଜନତାଙ୍କ ଲୋଟେରି ଲାଗିବ ବୋଲି ବିଭିନ୍ନ ମୋହଲ ରେ ଚର୍ଚ୍ଚା ର ବିଷୟ ହୋଇଛି।ଏଠାରୁ ଗୋଟିଏ ସୂଚନା ମିଳୁଛି ସବୁ ଦର ବୃଦ୍ଧି ର ମୁଖ୍ୟ କାରଣ ସରକାର ବୋଲି ସ୍ପଷ୍ଟ ବାରି ହେଉଛି ବୋଲି ସାଧରଣ ଲୋକେ ଏବେ ଚର୍ଚ୍ଚା କରୁଛନ୍ତି।ନିର୍ବାଚନ ପାଇଁ ସରକାର ସବୁ କିଛି କରିପାରିବେ ଦର ବୃଦ୍ଧି ଓ ହ୍ରାସ ସାଧରାଣ ଜନତା ଏବେ ଭାଗ୍ୟ କୁ ଆଦରି ଚୁପ ଚାପ ଦରବୃଦ୍ଧି ର ମାଡ଼ ରେ କଲ ବଲ ହେଉଥିବା ଲକ୍ଷ କରାଯାଉଛି। ନିର୍ବାଚନ ବେଳେ ଲୋକଙ୍କ ପାଇଁ “ଆଚ୍ଛେ ଦିନ “ନିର୍ବାଚନ ପରେ ପୁଣି “ବୁରେ ଦିନ” ବୋଲି ଏବେ ଚର୍ଚ୍ଚା ହେଉଛି।

nis-ad
Leave A Reply

Your email address will not be published.