ବଣ୍ଡାଘାଟିର ବିକାଶ ଧର୍ମକୁ ଆଖିଠାର : ଲଗାଣ ବର୍ଷାରେ ଚାଲିଛି ରାସ୍ତା କାମ, କାଦୁଅ ରାସ୍ତାରେ ପଡୁଛି ପିଚୁ…


ମାଲକାନଗିରି,: ୩୦।୮ ଜିଲ୍ଲାର ଗାଁ ଗାଁକୁ ପକ୍କା ସଡକ ନିର୍ମଣା କରି ଯାତାୟତର ମାଧ୍ୟମକୁ ସ୍ବଚ୍ଛଳ କରିବା ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ନେଉଥିବା ବେଳେ ବିଶେଷ କରି ମାଲକାନଗିରି ଭଳି ଜିଲ୍ଲାରେ ରାସ୍ତା ନିର୍ମାଣ ଦିଗରେ ଅଧିକ ଗୁରୁତ୍ଵ ଦେଉଛନ୍ତି । ତେବେ ରାଜ୍ୟ ସରକାର ଜିଲ୍ଲାର ବିକାଶ ପାଇଁ ଯେତେ ତତ୍ପର ଅଛନ୍ତି, ସେତିକି ତତ୍ପରତା ଦେଖାଉ ନାହାନ୍ତି ବିଭାଗୀୟ ଅଧିକାରୀ । ଫଳ ସ୍ୱରୂପ ଅନେକ ସ୍ଥାନରେ ନିମ୍ନ ମାନର କାମ ହେଉଥିବା ଅଭିଯୋଗ ହୋଇଛି । ବର୍ତ୍ତମାନ କିଛି ସମାନ ଅଭିଯୋଗ ଆସିଛି ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ବଣ୍ଡାଘାଟିରୁ ଯାହାକି ଧର୍ମକୁ ଆଖିଠାର ନୀତିରେ ସରକାରୀ ନିୟମକୁ ଫୁ କରି ଚାଲିଛି ରାସ୍ତା କାମ ।ଏଠାରେ ସୂଚନା ଥାଉକି ବଣ୍ଡାଘାଟିର ମୁଦୁଲିପଡ଼ା ଠାରୁ ଅଣ୍ଡରହାଲ ପର୍ଯନ୍ତ ରାସ୍ତାକୁ ପୁନଃ ନିର୍ମାଣ କରାଯାଉଥିବା ବେଳେ ଆରଡ଼ି ବିଭାଗ ପକ୍ଷରୁ ଏହି ରାସ୍ତା କାମ କରାଯାଉଛି । ତେବେ ସାଧାରଣତ ଖରାସମୟ କିମ୍ବା ପାଗ ଶୁଖିଲା ଥିବା ବେଳେ ରାସ୍ତା କାମ କରାଯାଉଥିବା ବେଳେ ଏଠି କିନ୍ତୁ ଢୁ ଢୁ ବର୍ଷାରେ ଏବଂ କାଦୁଅ ପଚପଚ ରାସ୍ତାରେ ପକାଯାଉଛି ପିଚୁ ଏବଂ ଜାରି ରହିଛି ରାସ୍ତା ନିର୍ମାଣ କାର୍ଯ୍ୟ । ଯେଉଁ ରାସ୍ତା ତିଆରି ହେଉଛି ସେଥିରେ ପାଦରେ ଚାଲିଲେ ପିଚୁ ଉଠିଯାଉଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ । କେବଳ ଏତିକି ନୁହେ, ବର୍ଷା ବେଳେ ହେଉଥିବା ରାସ୍ତାକୁ ବନ୍ଦ କରିବା ପାଇଁ ପ୍ରତିବାଦ କଲେ ମଧ୍ୟ ଠିକାଦାର ନିଜ ମନମୁଖୀ ଭାବେ ରାସ୍ତା କାର୍ଯ୍ୟଜାରି ରଖିଥିବା ଲୋକେ କହିଛନ୍ତି । ଯାହାକୁ ନେଇ ଅସନ୍ତଷ ପ୍ରକାଶ କରିଛନ୍ତି ଅଞ୍ଚଳବାସୀ ବଣ୍ଡା ଘାଟିର ବିକାଶ ପାଇଁ ରାଜ୍ୟ ସରକାର ସୁବୁ ସମୟରେ ତତ୍ପର ଥିବା ବେଳେ ଅନେକ ପ୍ରକଳ୍ପ ଘୋଷଣା କରି ତାହାକୁ କାର୍ଯ୍ୟକାରୀ କରିବାକୁ ନିର୍ଦେଶ ଦିଆଯାଉଥିବା ବେଳେ ସ୍ଥାନୀୟ ପ୍ରଶାସନିକ ଓ ବିଭାଗୀୟ ଅଧିକାରୀ ଙ୍କ ଅବହେଳା ପାଇଁ କମନିମ୍ନ ମାନର ହେଉଥିବା ଲୋକେ ପ୍ରକାଶ କରିଛନ୍ତି । ଯେଉଁଠି ଲୋକେ ବର୍ଷ ବର୍ଷ ଧରି ଶୋଚନୀୟ ରାସ୍ତାରେ ଯାତାୟତରେ ନାନା ଅସୁବିଧା ଭୋଗୁଥିଲେ, ଏହାକୁ ଦୃଷ୍ଟିରେ ରଖି ସରକାର ରାସ୍ତା ନିର୍ମାଣ ନିମନ୍ତେ ଅର୍ଥ ରାଶି ମଂଜୁର କରିଥିବା ବେଳେ ସଠିକ ଭାବରେ ରାସ୍ତା ନିର୍ମାଣ ନକରି ଅତି ନିମ୍ନମାନର କାମ କରି ଟଙ୍କା ଆତ୍ମସାତ କରିବା ପାଇଁ ଠିକାଦାର ଓ କିଛି ବିଭାଗୀୟ ଅଧିକାରୀ ଉଦ୍ୟମ ଚଳାଇଥିବା ଲୋକେ ଅଭିଯୋଗ କରିଛନ୍ତି । ଏ ବାବଦରେ ଆମେ ବିଭାଗୀୟ ଯନ୍ତ୍ରୀ ରାଜେନ୍ଦ୍ର ମହାଙ୍କୁଡଙ୍କୁ ଯୋଗାଯୋଗ କରିବାରୁ ସେ ପ୍ରକାଶ କରିଛନ୍ତିଯେ, ଯଦି ବର୍ଷାରେ କାମ କରାଯାଉଛି ତାହେଲେ ପୁନର୍ବାର ତାହାକୁ କାମ କରାଯିବ । ଏନେଇ ସେ ନିଜେ ତଦନ୍ତ କରିବେ ଓ ଠିକାଦାରଙ୍କୁ ତାଗିଦ କରିବେ ବୋଲି ପ୍ରକାଶ କରିଛନ୍ତି । ତେବେ ଜିଲ୍ଲା ପ୍ରଶାସନ ଏହାକୁ ଗୁରୁତ୍ୱର ସହ ନେଇ ଏପରି ନିନ୍ନାମନର କାମ କରି ଟଙ୍କା ଆତ୍ମସାତ କରୁଥିବାରୁ ଠିକାଦାରଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ଅଞ୍ଚଳବାସୀ ।

nis-ad
Leave A Reply

Your email address will not be published.