ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ପକ୍ଷରୁ ରକ୍ଷା ବନ୍ଧନ ଉତ୍ସବ ପାଳିତ…


ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ଶାଖାର ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ପକ୍ଷରୁ ରକ୍ଷା ବନ୍ଧନ ଉତ୍ସବ ମହା ସମାରୋହ ରେ ଫୁଲବାଣୀସାହି ବରାଳଦେବୀ ମନ୍ଦିର ନିକଟସ୍ଥ ଥିବା ଯୁବକ ସଂଘ କାର୍ଯ୍ୟାଳୟ ଠାରେ ପାଳିତ ହୋଇଯାଇଛି l ଏହି ଅବସରରେ ସଂଘ ପକ୍ଷରୁ ରାଷ୍ଟ୍ରୀୟ ଧ୍ଵଜା ଉତ୍ତୋଳନ ସହ ଦେଶ ମାତୃକାର ବନ୍ଦନା କରାଯାଇଥିଲା l ସଂଘ ପ୍ରମୁଖ ରମେଶ ଚନ୍ଦ୍ର ସାହୁ ଧ୍ଵଜାରେ ରାକ୍ଷୀ ବାନ୍ଧିଥିଲେ l ପରେ ସମସ୍ତ ସଙ୍ଘ ଭାଇ ମାନେ ପରସ୍ପରକୁ ରାକ୍ଷୀ ବାନ୍ଧିବା ସହ ମିଠା ଖୁଆଇ ଥିଲେ l ଏହି କାର୍ଯ୍ୟକ୍ରମରେ ଗୌରୀ ଶଙ୍କର ମହାପାତ୍ର ଦେଶା ତ୍ମକ ଭାଷଣ ପ୍ରଦାନ ସହିତ ରକ୍ଷା ବନ୍ଧନର ଉଦ୍ଦେଶ୍ଯ ଓ ଲକ୍ଷ ସମ୍ବନ୍ଧରେ ବକ୍ତବ୍ୟ ରଖିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ପ୍ରିୟ ରଞ୍ଜନ ଚୌଧୁରୀ, ଶେଷଦେବ ସାହୁ, ଗୋବିନ୍ଦ ନାୟକ, ଆଇନଜିବୀ ରମେଶ ଚନ୍ଦ୍ର ମହାନ୍ତି, ଦୂତୀ କୃଷ୍ଣ ପଣ୍ଡା, କୁନୁ ଭୋଇ,ସ୍ଵରୂପା ନନ୍ଦ ପଟ୍ଟନାୟକ, ଶଙ୍କର ବେହେରାଙ୍କ ସମେତ ବହୁ ସଙ୍ଘ କର୍ମୀମାନେ ଉପସ୍ଥିତ ଥିଲେ l

nis-ad
Leave A Reply

Your email address will not be published.