କାହାକୁ ନେଇ ସମୀକ୍ଷା କରିବେ 5T ସଚିବ – ବରିଷ୍ଠ କଂଗ୍ରେସ ନେତା ପୀତବାସ ପଣ୍ଡା

ବ୍ରହ୍ମପୁର: ଆସନ୍ତା ୨୫ ତାରିଖରୁ ୨୭ ତାରିଖ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀଙ୍କର ବ୍ୟକ୍ତିଗତ ସଚିବ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସମୀକ୍ଷା କରିବା ପାଇଁ ଆସୁଥିବା ଜଣାଯାଇଛି । ଦୀର୍ଘ ୨୩ ବର୍ଷ ହେଲା ନବୀନ ପଟ୍ଟନାୟକଙ୍କୁ ଗଞ୍ଜାମବାସୀ ଭୋଟ୍ ଦେଇଆସୁଛନ୍ତି ଓ ମୁଖ୍ୟମନ୍ତ୍ରୀ କରିଛନ୍ତି । ଏହାର ପ୍ରତିବଦଳରେ ଜିଲ୍ଲା ବାସୀ କଣ ପାଇଛନ୍ତି ? ଜିଲ୍ଲାର କ’ଣ ହୋଇଛି ଏହା ବିଚାର କରିବା କଥା । ଏହି ପରିପ୍ରେକ୍ଷୀ ରେ ସଚିବଙ୍କ ଗ୍ରସ୍ତ ରାଜନୈତିକ ଉଦ୍ଦେଶ୍ୟମୂଳକ ନ ହେଉ । ଯଦି ବାସ୍ତବରେ ମୁଖ୍ୟମନ୍ତ୍ରୀଙ୍କ ସଚିବ ଜିଲ୍ଲାର ବିକାଶ କଥା ସମୀକ୍ଷା କରିବାକୁ ଆସୁଛନ୍ତି ,ତେବେ ରୃଗୁଣ ହୋଇଥିବା ଆସିକା ଚିନି କାରଖାନାର ପୁନଃଉଦ୍ଧାର ଓ ଆଖୁ ଚାଷୀଙ୍କୁ ଉପଯୁକ୍ତ ପ୍ରାପ୍ୟ ଦେବାରେ ସମୀକ୍ଷା କରିବେ କି ?

ପାଞ୍ଚ ଲକ୍ଷରୁ ଉର୍ଦ୍ଧ୍ବ ଯୁବକ କାହିଁକି ଭିଟାମାଟି ଛାଡ଼ି ଦାଦନ ଖଟିବାକୁ ଅନ୍ୟ ରାଜ୍ୟକୁ ଯାଉଛନ୍ତି ତାର ବିଷୟରେ ସମୀକ୍ଷା ହେଉ । ହଜାର ହଜାର ବୁଣାକାର, କିଆଫୁଲ ଚାଷୀ କାହିଁକି ନିଜର ବୃତ୍ତି ହରେଇ ବସିଛନ୍ତି ? ସମଗ୍ର ଗଞ୍ଜମ ଜିଲ୍ଲାରେ କୌଣସି ହସ୍ପିଟାଲ ଗୁଡିକ ରେ ୬୦% ଅଧିକ ଡାକ୍ତର ନାହାଁନ୍ତି । ସ୍କୁଲ କଲେଜର ଅବସ୍ଥା ମଧ୍ୟ ସମାନ । ଏହିପରିକି ଗଞ୍ଜାମ ର ଗର୍ବ ଖଲ୍ଲିକୋଟ କଲେଜ ରେ ୯୦ ଜଣ ଶିକ୍ଷକଙ୍କ ପ୍ରତିବଦଳରେ ଅଛନ୍ତି କେବଳ୨୬ ଜଣ । ଟାଟା କମ୍ପାନୀ ଦ୍ୱାରା ଅଧିଗ୍ରହଣ କରାଯାଇଥିବା ଜମିରେ ଆଜି ପର୍ଯ୍ୟନ୍ତ ଶିଳ୍ପ ହୋଇପାରିଲା ନାହିଁ ,ସେହି ଜମି ଚାଷୀଙ୍କୁ ଫେରେଇବେ କି? ଜିଲ୍ଲାର ମତ୍ସଜୀବୀ ଓ ପରିବା ଚାଷୀ ଙ୍କ ପାଇଁ କାହିଁକି ଶୀତଳ ଭଣ୍ଡାରଟିଏ ହୋଇପାରିଲା ନାହିଁ , ତାର ସମୀକ୍ଷା ହେଉ । ମଦ ଓ ବାଲିର ଚୋରା କାରବାରକୁ କାହିଁକି ରାଜ୍ୟ ସରକାର ଆଖି ବନ୍ଦ କରିଦେଇଛନ୍ତି ତାର ସମୀକ୍ଷା କରିବେ କି 5T ସଚିବ ? ଗଛ ଲଗେଇବା , ପୋଖରୀ ଖୋଲାଇବା ଓ କେନାଲ ପୁନଃଉଦ୍ଧାର ନାଁରେ ହେଉଥିବା କୋଟି କୋଟି ଟଙ୍କାର ଦୁର୍ନୀତିର ସମୀକ୍ଷା କରିବେ କି ? ଶିଳ୍ପ ବିହୀନ ଗଂଜାମ ଜିଲ୍ଲାର ଯୁବକଙ୍କ ପାଇଁ ନବୀନ ସରକାରଙ୍କର କଣ ସବୁ ଯୋଜନା ରହିଛି ଘୋଷଣା କରିବେ କି 5T ସରକାର ।


ଅତଏବ 5T ସଚିବ ସମୀକ୍ଷା ନାଁରେ ଲୋକଙ୍କୁ ବିଭ୍ରାନ୍ତି ନ କରି, ରାଜନୈତିକ ପ୍ରଚାର ନ କରି ,ଯଦି ବାସ୍ତବରେ ଜିଲ୍ଲାର ଉର୍ଣ୍ଣତି ଚାହାଁନ୍ତି ତେବେ ଉପରକ୍ତ ଦାବି ଗୁଡିକୁ ସମାଧାନ କରିବାକୁ ପ୍ରତିଶୃତି ଦେବେ କି ବୋଲି ପ୍ରଦେଶ କଂଗ୍ରେସ କମିଟିର ମୁଖପାତ୍ର ପୀତବାସ ପଣ୍ଡା ପ୍ରଶ୍ନ କରିଛନ୍ତି ।

nis-ad
Leave A Reply

Your email address will not be published.