ଫୁଲବାଣୀ କମଳା ପ୍ରକାଶନୀ ପକ୍ଷରୁ ସ୍ବେଚ୍ଛାକୃତ ରକ୍ତଦାନ ଶିବିର:୬୨ ୟୁନିଟ୍ ରକ୍ତ ସଂଗୃହୀତ

ଫୁଲବାଣୀ ୨୨।୮: ଫୁଲବାଣୀ ର ପ୍ରତିଷ୍ଠିତ ଅନୁଷ୍ଠାନ କମଳା ପ୍ରକାଶନୀର ଆୟୋଜନ ରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଫୁଲବାଣୀ ରକ୍ତଭଣ୍ଡାର ଠାରେ ଅନୁଷ୍ଠିତ ଏହି ଶିବିରରେ କନ୍ଧମାଳ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ଯୋଗ ଦେଇ ରକ୍ତଦାତା ମାନଙ୍କୁ ପ୍ରୋତ୍ସାହିତ କରିଥିଲେ। ଏହି ଅବସରରେ ଅନୁଷ୍ଠାନ ଦ୍ଵାରା ପ୍ରକାଶିତ ଏବଂ ଏହାର ପ୍ରତିଷ୍ଠାତା ସଦସ୍ୟ ଡ. ନୃସିଂହାନନ୍ଦ ମହାପାତ୍ରଙ୍କ ଦ୍ଵାରା ଲିଖିତ ଅନେକ ପୁସ୍ତକ ଉପହାର ରୁପେ ପ୍ରଦାନ କରାଯାଇ ଥିଲା। ଜିଲ୍ଲାପାଳ ପୁସ୍ତକ ଗୁଡିକ ଲୋକଙ୍କୁ ଦିଗଦର୍ଶନ ପ୍ରଦାନରେ ସହାୟକ ହେବ ବୋଲି କହିବା ସହିତ ପୁସ୍ତକ ସବୁକୁ ଜିଲ୍ଲା ପାଠାଗାରରେ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ। ଶିବିରରେ ଅନ୍ଯତମ ଅତିଥି ଭାବେ ଫୁଲବାଣୀ ଉପଜିଲ୍ଲାପାଳ ଶେଷଦେବ ମିଶ୍ର ଯୋଗ ଦେଇ ଉଦଘାଟନ କରିଥିଲେ।

ଏହି ଅବସରରେ ଫୁଲବଣୀ ଆଇଟିଆଇର ଅଧକ୍ଷ ଇଂ.ପ୍ରକାଶ ଚନ୍ଦ୍ର ସେଠୀ, ରକ୍ତଭଣ୍ଡାର ଅଧିକାରୀ ଡାକ୍ତର ଜୟଦିପ ଘୋଷ, ଫୁଲବାଣୀ ରକ୍ତଦାନ ସମିତିର ସହ-ସମ୍ପାଦକ ତଥା ବିଶିଷ୍ଠ ରକ୍ତଦାତା ପ୍ରଶାନ୍ତ କୁମାର ବେହେରା,କମଳା ପ୍ରକାଶନୀ ର ସଭାପତି ରାମକୃଷ୍ଣ ବେହେରା, କୈଳାଶ ଚନ୍ଦ୍ର ଧଳ, ଉପସଭାପତି ଦୁର୍ଯ୍ୟୋଧନ ପ୍ରଧାନ, ଶ୍ରୀମତୀ ସୁରମା ମହାନ୍ତି, ସାଧାରଣ ସମ୍ପାଦକ ମନୋଜ କୁମାର ଖାଡଙ୍ଗା, ଟିମ ହ୍ୟୁମାନିଟି କନ୍ଧମାଳ ର ଆବାହକ ଭି. ଲୋକନାଥ ରାଜୁ,ବରିଷ୍ଠ ନାଗରିକ ଅନନ୍ତଚରଣ ମିଶ୍ର,ରବିନାରାୟଣ ମିଶ୍ର,ସ୍ବଦେଶୀ ଅନୁଷ୍ଠାନ ର ପ୍ରତିଷ୍ଠାତା ଡ଼ିଲିଟ ପ୍ରଫୁଲ୍ଲ ମହାନ୍ତି ଏବଂ ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ଥିଲେ। ପ୍ରଥମେ ଅନୁଷ୍ଠାନ ର ପ୍ରତିଷ୍ଠାତା ସଦସ୍ୟ ଡ. ନୃସିଂହାନନ୍ଦ ମହାପାତ୍ର ଓ ଫୁଲବାଣୀ ଆଇଟିଆଇ ର ପ୍ରଶିକ୍ଷଣ ଅଧିକାରୀ ପ୍ରଶାନ୍ତ କୁମାର ମିଶ୍ର ରକ୍ତଦାନ କରିଥିଲେ। ପରେ ଅନୁଷ୍ଠାନ ର ସଦସ୍ୟ ଏବଂ ଆଇଟିଆଇର ଓ ପଲିଟେକନିକ୍ କଲେଜର ଛାତ୍ରଛାତ୍ରୀ ମାନେ ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ। ରକ୍ତ ସଂଗ୍ରହ କାର୍ଯ୍ୟକୁଫୁଲବାଣୀ ରକ୍ତଭଣ୍ଡାରର କର୍ମଚାରୀ ଦିନକୃଷ୍ଣ ମହନ୍ତ,ସୂଜିତ କୁମାର ସାହୁ, ପ୍ରଶାନ୍ତ କୁମାର ରତ୍ନାଲୁ,ବରୁଣ ବେହେରା ଓ ସଞ୍ଜୁକ୍ତା ଦଳଛତ୍ର ପ୍ରମୁଖ ସମ୍ପାଦନ କରିଥିଲେ। ଶିବିରରେ ଫୁଲବାଣୀ ପଲିଟେକନିକ୍ କଲେଜର ଅଧ୍ୟାପକ ଅଜୟ କୁମାର ପ୍ରଧାନ, କାହ୍ନୁଚରଣ ପ୍ରଧାନ ଏବଂ ଛାତ୍ର ଛାତ୍ରୀ ମାନେ ରକ୍ତଦାନ କରିଥିଲେ।ପ୍ରସାଦ ସୋନୁ ଶିବିର ପରିଚାଳନା ରେ ସହାୟତା କରିଥିଲେ। ଏଥିରେ ମୋଟ ୬୨ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା।

nis-ad
Leave A Reply

Your email address will not be published.