କନ୍ଧମାଳ ଜିଲ୍ଲା ବରିଷ୍ଠ ନାଗରିକ ସଂଘ,ପକ୍ଷରୁ ଅନୁରୋଧ ପତ୍ର ପ୍ରଦାନ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ବରିଷ୍ଠ ନାଗରିକ ସଂଘର କର୍ମକର୍ତ୍ତା ମାନେ ଆଜି ସର୍କିଟ ହାଉସ ଠା ରେ କେନ୍ଦ୍ରମନ୍ତ୍ରୀ (ଜଳଶକ୍ତି) ଇ. ବିଶେସ୍ୱର ଟୁଡୁଙ୍କୁ ସାକ୍ଷାତ କରି କନ୍ଧମାଳ ଜିଲ୍ଲା ର ସମସ୍ୟା ସମ୍ବନ୍ଧରେ ଏକ ଦାବିପତ୍ର ଦେଇଥିଲେ l ଗୋପାଳପୁର -ସମ୍ବଳପୁର ରେଳପଥ ଫୁଲବାଣୀ ଦେଇ ଯିବା ପାଇଁ ଅନୁରୋଧ କରିଥିଲେ, କେନ୍ଦ୍ର ସରକାରଙ୍କ ଦ୍ୱାରା ନିର୍ମାଣ କରାଯାଉଥିବା ଵୌଦରୁ ମହାନଦୀର ଜଳ “ଵୃହତ ପାଇପ୍ ଜଳ ଯୋଗାଣ ” ଫୁଲଵାଣୀ ଦେଇ ବାଲିଗୁଡ଼ା ସବଡିଭିଜନକୁ ଯିବା ପାଇଁ ଅନୁରୋଧ। ଏହାହେଲେ ଫୁଲବାଣୀ ସହର ବାସୀ 24 x 7 ଵିଶୁଦ୍ଧ ଜଳ ପାଇବେ,
ଵରିଷ୍ଠ ନାଗରିକମାନଙ୍କୁ ରେଳଯାତ୍ରା ସମୟରେ ପୂର୍ବରୁ ଦିଆଯାଉଥିବା ରିହାତି ପୂନର୍ବାର ଲାଗୁ କରିବା,ଫୁଲବାଣୀରେ ଏକ ଆୟୁର୍ଵେଦ ମେଡିକାଲ କଲେଜ ସ୍ଥାପନ କରିବାକୁ ଅନୁରୋଧ, ବଡସାଲୁଙ୍କୀ ଓ ପିଲାସାଲୁଙ୍କୀରେ ବେରେଜ୍ ନିର୍ମାଣ କରିବା, କେନ୍ଦ୍ର ସରକାରଙ୍କ “Save river” ଯୋଜନାରେ ନଦୀତଟରେ ବୃକ୍ଷରୋପଣ ଓ ସୁଲଭ ଶୌଚାଳୟ ନିର୍ମାଣ କରିବା, କନ୍ଧମାଳ ଜିଲ୍ଲାରେ ଦର୍ଶନୀୟ ସ୍ଥାନ ର ଉନ୍ନତି କରଣ କରିବାକୁ ଅନୁରୋଧ। ଏହାସହିତ ମନ୍ତ୍ରୀଙ୍କ ସହିତ ସୌହାର୍ଦ୍ଦ୍ୟ ମୂଳକ ସାକ୍ଷାତ ସମୟରେ ବରିଷ୍ଠ ନାଗରିକ ସଂଘ ର ଦାବି କୁ ଉପଯୁକ୍ତ ପଦକ୍ଷେପ ନେବାକୁ ଦୃଢ ପ୍ରତିଶୃତି ଦେଇଥିଲେ।

nis-ad
Leave A Reply

Your email address will not be published.