ବ୍ରାହ୍ମଣୀଗାଁ ଥାନାର ଶୃଙ୍ଖଳିତ ପଞ୍ଜୀକୃତ ହୋମଗାର୍ଡ ସଂଘ ଏବଂ ମାନବାଧିକାର ମିସନର ମିଳିତ ବୈଠକ ଅନୁଷ୍ଠିତ

ଦାରିଙ୍ଗବାଡ଼ି, ୧୩/୮ : କନ୍ଧମାଳ ଜିଲ୍ଲା ଶୃଙ୍ଖଳିତ ପଞ୍ଜୀକୃତ ହୋମଗାର୍ଡ ସଂଘ କାର୍ଯ୍ୟକାରୀ ସଭାପତି ଅଖୟ କୁମାର ରାୟ ଏବଂ କନ୍ଧମାଳ ଜିଲ୍ଲା ମାନବାଧିକାର ମିସନ କନ୍ଧମାଳ ଜିଲ୍ଲା ସଭାପତି ବିରାଜ କୁମାର ପ୍ରଧାନଙ୍କ ତତ୍ବାବଧାନରେ ବ୍ରାହ୍ମଣୀ ଗାଁ ଥାନାର ସମସ୍ତ ଶୃଙ୍ଖଳିତ ହୋମଗାର୍ଡ ଭାଇ ଭଉଣୀ ମାନଙ୍କୁ ନେଇ ବ୍ରାହ୍ମଣୀଗାଁ ଗ୍ରାମ ପଞ୍ଚାୟତ ସ୍ଥିତ ରାଜୀବଗାନ୍ଧୀ ସଭା ଗୃହରେ ଏକ ବୈଠକ ଆୟୋଜନ କରାଯାଇଥିଲା। ପ୍ରଥମେ ବ୍ରାହ୍ମଣ ଗାଁ ମୁକ୍ତେଶ୍ଵର ଶୈବପୀଠ ଠାରେ ଏକ ସ୍ବଛଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଓ ବ୍ରାହ୍ମଣୀଗାଁ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ବୈଠକର ଆୟୋଜନ କରାଯାଇଥିଲା। କାର୍ଯ୍ୟକ୍ରମ ପ୍ରାରମ୍ଭରେ କନ୍ଧମାଳ ଜିଲ୍ଲାର ଇଷ୍ଟଦେବୀ ମାଁ ବରାଳ ଦେବୀଙ୍କ ପଟଚିତ୍ର ରଖି ପୂଜାର୍ଚ୍ଚନା କରି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। ବୈଠକରେ ମୁଖ୍ୟ ଅତିଥି କନ୍ଧମାଳ ଜିଲ୍ଲା ଶୃଙ୍ଖଳିତ ପଞ୍ଜୀକୃତ ହୋମଗାର୍ଡ ସଂଘ ପରାମର୍ଶଦାତା ତଥା ସାମ୍ବାଦିକ ଖିରୋଦ କୁମାର ସାହାଣୀ ଓ ନିଖିଳ ଉତ୍କଳ ହୋମଗାର୍ଡ ସଂଘ ର ଷ୍ଟେଟ୍ ଆର୍ଡଭାଇଜର୍ ତଥା ମାନବାଧିକାର ମିଶନ ର ମିଡ଼ିଆ ସମ୍ପାଦକ ସାମ୍ବାଦିକ କୁନା ଦିଗାଲଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ତାହା ସହିତ କନ୍ଧମାଳ ଜିଲ୍ଲାର ହୋମଗାର୍ଡ ସଂଘ କର୍ମକର୍ତ୍ତା ଏବଂ ମାନବାଧିକାର ମିସନ କର୍ମକର୍ତ୍ତାଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ବୈଠକର ମୂଖ୍ୟ ଉଦ୍ଦେଶ୍ୟ କନ୍ଧମାଳ ଜିଲ୍ଲା ଶୃଙ୍ଖଳିତ ପଞ୍ଜୀକୃତ ହୋମଗାର୍ଡ ସଂଘ କର୍ମକର୍ତ୍ତା ମଞ୍ଜୁଳା ନାୟକଙ୍କ ହାଇକୋର୍ଟ ଡିଗ୍ରୀ କେସ ମାନବାଧିକାର ମିସନ ଚୈୟାରପରସନ ଶ୍ରୀଯୁକ୍ତ ମହେନ୍ଦ୍ର ଶର୍ମା ରାଜ୍ୟ ସଭାପତି ଦିଲ୍ଲିପ କୁମାର ଧଳ ମହିଳା ସଭାନେତ୍ରୀ ଆରତୀ ମଙ୍ଗରାଜ ଙ୍କ ଆଲୋଚନା ପ୍ରକାର ସୁପ୍ରିମକୋର୍ଟରେ କେସ ଫାଇଲ୍ କରାଯାଇଥିଲା। ଉକ୍ତ କେସ୍ ଜର୍ଜମେଣ୍ଟ ଅଡର ରାଜ୍ୟ ସରକାରଙ୍କୁ ହସ୍ତାନ୍ତର କରାଯାଇଥିଲା। କିନ୍ତୁ ଦୁଃଖର ବିଷୟ ରାଜ୍ୟ ସରକାର ସୁପ୍ରିମକୋର୍ଟ ନିର୍ଦ୍ଦେଶକୁ ଅବମାନନା କରିଥିବାରୁ। ବର୍ତ୍ତମାନ କନ୍ଧମାଳ ଜିଲ୍ଲା ଶୃଙ୍ଖଳିତ ପଞ୍ଜୀକୃତ ହୋମଗାର୍ଡ ସଂଘ କର୍ମକର୍ତ୍ତା ଏବଂ ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘ କର୍ମକର୍ତ୍ତାଙ୍କ ଆଲୋଚନା ପ୍ରକାରେ ସୁପ୍ରିମକୋର୍ଟର ବରିଷ୍ଠ ଆଇନଜୀବି ପ୍ରିୟା ପୁରୀ, ଆଇନ୍ ଜୀବି ରଞ୍ଜନ କୁମାର ଦୁବେ, ଆଇନ୍ ଜୀବି ଦିଲ୍ଲିପ କୁମାର ପଲେଇ ଙ୍କ ଆଲୋଚନା ପ୍ରକାରେ ସୁପ୍ରିମ କୋର୍ଟରେ ରାଜ୍ୟ ସରକାରଙ୍କ ବିରୁଦ୍ଧରେ କଣ୍ଟେମଣ୍ଟ ବା ଅବମାନନା କେସ୍ କିପରି କରାଯାଇଛି ସେ ବିଷୟରେ ଆଲୋଚନା କରାଯାଇଥିଲା। ଆଗାମୀ ଦିନରେ ବ୍ରାହ୍ମଣୀଗାଁ ଥାନା ସମସ୍ତ ଅଫିସର ଏବଂ ହୋମଗାର୍ଡ ଭାଇ ମାନଙ୍କ ମଧ୍ୟରେ ସୁସମ୍ପର୍କ ରଖି ନିଜ ନିଜର ଡିୟୁଟି ଓ ପରବର୍ତ୍ତୀ ସମୟରେ ସମାଜର ମଙ୍ଗଳ ନିମନ୍ତେ ବିଭିନ୍ନ କାର୍ଯ୍ୟକ୍ରମ କିପରି କାରାଯାଇ ପାରିବ ସେ ବିଷୟରେ ଆଲୋଚନା କରାଯାଇଥିଲା। ଶେଷରେ ବ୍ରାହ୍ମଣୀ ଗାଁ ଥାନାର ସମସ୍ତ ଶୃଙ୍ଖଳିତ ହୋମଗାର୍ଡ ଭାଇ ମାନଙ୍କୁ ନେଇ ବ୍ରାହ୍ମଣ ଗାଁ ଥାନା ହୋମଗାର୍ଡ ସଂଘ କର୍ମକର୍ତ୍ତା ଚୟନ କରାଯାଇଥିଲା। ସଭାପତି ଭାବରେ ଅନଳ ରାଜି ରଣସିଂ ,ଉପ ସଭାପତି ଜିତେନ୍ଦ୍ର ରାଜଗୁରୁ, ସମ୍ପାଦକ ସୁରେଶ ମଲ୍ଲିକ, ସହ ସମ୍ପାଦକ ରବିନ୍ଦ୍ର ରଣସିଂ, କୋଷାଧ୍ୟକ୍ଷ ରବି ମାଝି, ଉପ କୋଷାଧ୍ୟକ୍ଷ ମଧୁସୂଦନ ପାତ୍ର, ଉପ କାର୍ଯ୍ୟକାରୀ ସଭାପତି ଲକ୍ଷ୍ମଣ କାର୍ଜି, ପରାମର୍ଶ ଦାତା ଭାବରେ ଅଞ୍ଚଳରେ ବରିଷ୍ଠ ସାମ୍ବାଦିକ ଲକ୍ଷ୍ମୀକାନ୍ତ ରାଜଗୁରୁ, ସାମ୍ବାଦିକଅଶୋକ ସିଂ, ସାମ୍ବାଦିକ ସତ୍ୟାର୍ଥ ସିଂ ଙ୍କୁ କନ୍ଧମାଳ ଜିଲ୍ଲା ଶୃଙ୍ଖଳିତ ପଞ୍ଜୀକୃତ ହୋମଗାର୍ଡ ଏବଂ ମାନବାଧିକାର ମିସନ କର୍ମକର୍ତ୍ତାଙ୍କ ଉପସ୍ଥିତିରେ ଚୟନ କରାଯାଇଥିଲା। ଶେଷରେ କନ୍ଧମାଳ ଜିଲ୍ଲା ଶୃଙ୍ଖଳିତ ପଞ୍ଜୀକୃତ ହୋମଗାର୍ଡ ସଂଘ କାର୍ଯ୍ୟକାରୀ ସଭାପତି ଅଖୟ କୁମାର ରାୟ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ। ବରିଷ୍ଠ ଗୃହରକ୍ଷୀ ବିଭୀଷଣ ନାୟକ ଓ ରମାକାନ୍ତ ସିଂଙ୍କ ତତ୍ୱାବଧାନ ଓ ଥାନା ଅଧିନସ୍ତ ସମସ୍ତ ଗୃହରଖୀଙ୍କ ସହଯୋଗରେ ସମସ୍ତ କାର୍ଯ୍ୟ ସମ୍ପାଦିତ ହୋଇଥିଲା।

nis-ad
Leave A Reply

Your email address will not be published.