ଆଗୁଆ ନିର୍ବାଚନ ର ସୂଚନା : ଥାନା ଅଧିକାରୀ ମାନଙ୍କ ବଦଳି ଭାରି ପଡିବ ନାହିଁତ..?


ବ୍ରହ୍ମପୁର: ୧୪-୮ ରାଜ୍ୟରେ ଆଗୁଆ ନିର୍ବାଚନ ପାଇଁ ଆଭାସ ମିଳିବା ପୂର୍ବରୁ ଓଡିଶା ସମେତ ଗଞ୍ଜାମ ଜିଲ୍ଲା ରେ ଥିବା ଦୁଇଟି ପୋଲିସ ଜିଲାର ଥାନା ଅଧିକାରୀ ମାନଙ୍କ ବଦଳି ହୋଇଛି। ଯାହାକି ସରକାରଙ୍କ ନିୟମ ଅନୁସାରେ ଗୋଟିଏ ଜିଲ୍ଲାରେ ତିନି ବର୍ଷ ହୋଇଥିଲେ ଥାନା ଅଧିକାରୀ ମାନଙ୍କୁ ବଦଳି କରିବା ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ। କିନ୍ତୁ ଗଞ୍ଜାମ ଜିଲ୍ଲାରେ କେତେକ ଥାନା ରେ ଦୀର୍ଘ ବର୍ଷହେଲା କାର୍ଯ୍ୟ କରୁଥିଲେ ମଧ୍ୟ ଯେଉଁ ଥାନା ଅଧିକାରୀ ମାନଙ୍କୁ ବଦଳି କରଯାଉ ନାହିଁ ସେମାନେ କଣ ରାଜନୈତିକ ନେତା ଓ ସରକାର ଙ୍କ ଗେଲ୍ଲା ପୁଅ କି ବୋଲି ରାଜନୈତିକ ମୋହଲରେ ଚର୍ଚ୍ଚା ହେଉଛି। ଏପଟେ ନିର୍ବାଚନ ପାଇଁ ସ୍ୱଳ୍ପ ସମୟ ଥିବା ଯୋଗୁଁ ଏହି ଦୁଇଟି ପୋଲିସ ଜିଲ୍ଲାରେ ନୂତନ ଭାବେ ଯୋଗ ଦେଇଥିବା ପୋଲିସ ଅଧିକାରୀ ମାନଙ୍କୁ ସେହି ନିର୍ବାଚନ ମଣ୍ଡଳୀ ର ଭୌଗୋଳିକ ସ୍ଥିତି ପରଖିବା ଓ ବିଭିନ୍ନ ଅଞ୍ଚଳ ସହ ପରିଚିତ ହେବାକୁ ସମୟ ନାହିଁ। ଗଞ୍ଜାମ ଜିଲ୍ଲାର ଅଧିକାଂଶ ବିଧାନସଭା ନିର୍ବାଚନ ମଣ୍ଡଳୀ ସ୍ପର୍ଶକାତର ରହିଛି।ଯାହାକି ଏହା ନୂଆ ଥାନା ଅଧିକାରୀ ମାନଙ୍କ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିବ ଓ ସେହି ଅଞ୍ଚଳ ର ପୋଲିସ କୁ ସୂଚନା ଦେଉଥିବା ବ୍ୟକ୍ତି ବିଶେଷ ର ପରିଚୟ ଖୋଜିବା ସହ ତାର ତଥ୍ୟ ଓ କଥା କେତେ ବିଶ୍ୱାସ କରିବାକୁ ପଡିବ ତାହା ସୀମିତି ସମୟରେ ପରଖିବା ପାଇଁ ସମୟ ଲାଗିବା ସ୍ୱାଭାବିକ । ସେପଟେ ଥାନା ଅଧିକାରୀ ମାନଙ୍କ ବଦଳି ସୂଚନା ବାହାରିବା ପରେ ବ୍ରହ୍ମପୁର ପୋଲିସ ଜିଲ୍ଲାରେ ଛିନନ୍ତାଇ ଭଳି ଘଟଣା ବୃଦ୍ଧି ପାଇଛି, ଅପରାଧତତ୍ତ୍ୱ ମାନେ ସକ୍ରିୟ ହେବା ସହ ଅପରାଧ ଘଟାଇବାକୁ ଯୋଜନା ଆରମ୍ଭ କରିଥିବା ଯୋଗୁଁ ନୂଆ ଥାନା ଅଧିକାରୀ ଙ୍କୁ ଏହା ଏବେ ଚ୍ୟାଲେଞ୍ଜ ସୃଷ୍ଟି କରିବ । ନିର୍ବାଚନ ଆଭାସ ମିଳିବା ପରେ ଗଞ୍ଜାମ ଜିଲ୍ଲାରେ ରାଜନୈତିକ ସମିକରଣ ବଦୁଳୁଛି। ଅଶାନ୍ତ ଗଞ୍ଜାମ ନିର୍ବାଚନ ପୂର୍ବରୁ ପୋଲିସ ଅଧିକାରୀ ଙ୍କ ବଦଳି ଭାରି ପଡିବନିତ ବୋଲି ରାଜନୈତିକ ପଣ୍ଡିତ ମାନଙ୍କ ମଧ୍ୟରେ ମୁଖ୍ୟ ଆଲୋଚନା ର ବିଷୟ ହୋଇଛି। କିଛି ଦକ୍ଷତା ପୋଲିସ ଅଫିସର ମାନଙ୍କ ବଦଳି ନିଶ୍ଚୟ ପ୍ରଭାବ ପଡିବ ବୋଲି ବୁଦ୍ଧିଜୀବୀ ଓ ସାଧାରଣ ରେ ଚର୍ଚ୍ଚା ହେଲାଣି l ମୁଖ୍ୟତଃ ଗଞ୍ଜାମ ଜିଲ୍ଲା ନିର୍ବାଚନ ଅତି ସ୍ପର୍ଶି କାତର ଯାହା ଇତିହାସ ବି ମୁକ ସାକ୍ଷୀ ରାଜନୈତିକ ଶତ୍ରୁତା ଏଠାରେ ପ୍ରବଳ, ବ୍ରହ୍ମପୁର ପୋଲିସ ଜିଲ୍ଲାର ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀ ରେ ରାଜନୈତିକ ଶତ୍ରୁତା କୁ ନେଇ ମୁଣ୍ଡ ଗଡ଼ିଲାଣି ଏହି ଭଳି ପରିସ୍ଥିତି ରେ ପୋଲିସ ଅଫିସର ମାନଙ୍କ ବଦଳି ବହୁମୂଲ୍ୟ ଦେବାକୁ ପଡିପାରେ ବୋଲି ଚର୍ଚ୍ଚା ଜୋର ହେଉଛି l ମୁଖ୍ୟତଃ ଗଞ୍ଜାମ ପୋଲିସ ଜିଲ୍ଲାର , ସାନଖେମୁଣ୍ଡି, , ଭଞ୍ଜନଗର କବିସୂର୍ଯ୍ୟନଗର, ଖଲ୍ଲିକୋଟ, ଆସ୍କା ଆଦି ନିର୍ବାଚନ ମଣ୍ଡଳୀ ଅତି ସ୍ପର୍ଶି କାତର, ସେହି ଭଳି ବ୍ରହ୍ମପୁର ପୋଲିସ ଜିଲ୍ଲାର ଦିଗପହଣ୍ଡି, ଗୋପାଳପୁର, ଚିକିଟି, ଓ ବ୍ରହ୍ମପୁର ନିର୍ବାଚନ ମଣ୍ଡଳୀ ସ୍ପର୍ଶି କାତର ମୁଖ୍ୟତଃ ଦିଗପହଣ୍ଡି ଓ ଗୋପାଳପୁର ନିର୍ବାଚନ ମଣ୍ଡଳୀ ରେ ଥିବା ଥାନା ଅଧିକାରୀ ମାନଙ୍କ ବଦଳି ଅପରାଧୀ ଓ ରାଜନୈତିକ ଶତ୍ରୁତା ବ୍ୟକ୍ତି ମାନଙ୍କୁ ଶୁଆଇବି ବୋଲି ରାଜନୈତିକ ପଣ୍ଡିତ ମାନେ ଆକଳନ କଲେଣି l ବଦଳି କରିବା ସରକାରଙ୍କ ଏକ ପ୍ରକ୍ରିୟା କିନ୍ତୁ କିଛି ଥାନା ଅଧିକାରୀ ସରକାରୀ ବଦଳି ନିୟମ ଅନୁସାରେ ବଦଳି ନହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି ଯାହାକି ମାର ମାର ଭଣ୍ଡାରୀକୁ ମାର ନୀତିରେ ଏହି ବଦଳି ହୋଇଥିବା କୁ ଚର୍ଚ୍ଚା ହେଉଛି l ସେ ଯାହାବି ହେଉ ଆଗାମୀ ଦିନ ହିଁ କହିବ ଏହି ଘଡିସନ୍ଧି ସମୟକୁ ନୁଆଁ ପୋଲିସ ଅଧିକାରୀ ମାନେ କିପରି ନିଜ ଦକ୍ଷତା ଦେଖାଇବେ ତାହା ସମୟ ସାପେକ୍ଷ…

nis-ad
Leave A Reply

Your email address will not be published.