ରାଜ୍ୟ ଯୁବମୋର୍ଚ୍ଚା ସଭାପତିଙ୍କୁ ସାକ୍ଷାତ କଲେ ଗଞ୍ଜାମ ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ପ୍ରତିନିଧି ଦଳ

ବ୍ରହ୍ମପୁର,୧୩/୮ : ଭାରତୀୟ ଜନତା ପାର୍ଟି ଗଞ୍ଜାମ ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ଶିବ ଶଙ୍କର ନାୟକଙ୍କ ନେତୃତ୍ବରେ ଏକ ଯୁବ ପ୍ରତିନିଧି ଦଳ ଓଡ଼ିଶା ପ୍ରଦେଶର ନୂତନ ଭାବେ ଦାୟିତ୍ଵ ନେଇଥିବା ରାଜ୍ୟ ଯୁବ ମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡା ଏବଂ ରାଜ୍ୟ ଯୁବ ମୋର୍ଚ୍ଚା ପ୍ରଭାରୀ ଶଶାଙ୍କ ରାଜଙ୍କୁ ଆଜି ଭୁବନେଶ୍ୱର ସ୍ଥିତ ବିଜେପି ରାଜ୍ୟ କାର୍ଯ୍ୟାଳୟ ଠାରେ ସାକ୍ଷାତ କରି ପୁଷ୍ପଗୁଛ ଏବଂ ଉପଢ଼ୌକନ ଦେଇ ସ୍ୱାଗତ କରିବା ସହ ସମ୍ୱର୍ଦ୍ଧିତ କରିଛନ୍ତି । ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡାଙ୍କ ନେତୃତ୍ୱରେ ଯୁବ ମୋର୍ଚ୍ଚା ଅଧିକ ସୁଦୃଢ଼ ହେବା ସହ ଆଗାମୀ ଦିନରେ ରାଜ୍ୟରେ ଚାଲିଥିବା ଦୁର୍ନୀତି,ଭ୍ରଷ୍ଟାଚାର ବିଜୁ ଜନତା ଦଳ ସରକାରକୁ ମୁକାବିଲା କରି ରାଜ୍ୟ ଶାସନରୁ ହଟେଇବାକୁ ଯୁବ ମୋର୍ଚ୍ଚା ସଫଳ ହେବ ବୋଲି ଗଞ୍ଜାମ ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ଶିବ ଶଙ୍କର ନାୟକ ଆଶା ବ୍ୟକ୍ତ କରିଛନ୍ତି । ଆଜିର ଏହି ଗସ୍ତରେ ଯୁବନେତା ତୁତୁନ ପାତ୍ର,ସୋମନାଥ ପାତ୍ର,ସୁରେଶ ରେଡ୍ଡୀ,ମାତା ପ୍ରସାଦ ନାୟକ,ମନୋଜ ମହାରଣା,କମଲ ପାତ୍ର,ସୁମିତ ପାତ୍ର,ଦେବୁନ ପଟନାୟକ,କିଶୋର ସାହୁ, ଆକାଶ ଗୌଡ଼,ରିତେଶ,ଗୁଡ଼ୁ,ଲିଙ୍ଗରାଜ, କାଳୁ ମଣ୍ଡଳ,ରୁଦ୍ରନାରାୟଣ ପ୍ରମୁଖ ଯୁବ ମୋର୍ଚ୍ଚା କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।

nis-ad
Leave A Reply

Your email address will not be published.