୧୧୫ ଗ୍ରାମ ବ୍ରାଉନସୁଗାର ଜବତ, ମହିଳା ଗିରଫ

ଖୋର୍ଦ୍ଧା: ଖୋର୍ଦ୍ଧା ଭ୍ରାମ୍ୟମାଣ ଅବକାରୀ ଟିମ୍‌ ପକ୍ଷରୁ ଚଢ଼ଉ କରାଯାଇ ଶୁକ୍ରବାର ସକାଳୁ ଖୋର୍ଦ୍ଧା ପୌରାଂଚଳର ଠେଙ୍ଗାହାଟ ଛକ ନିକଟରୁ ଜଣେ ମହିଳାଙ୍କ ଠାରୁ ୧୧୫ ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଛି। ଗିରଫ ହୋଇଥିବା ମହିଳା ଜଣକ ଠେଙ୍ଗାହାଟ ନିକଟବର୍ତୀ ସ୍ବପ୍ନେଶ୍ବର ସାହିର ଦମୟନ୍ତୀ ନାୟକ (୪୫)। ଏନେଇ ଖୋର୍ଦ୍ଧା ଅବକାରୀ ଥାନାରେ ୭୯/୨୦୨୩ ଏକ ମାମଲା ରୁଜୁ କରାଯିବା ସହ ମହିଳାଙ୍କୁ କୋର୍ଟ ଚାଲାଣ କରାଯାଇଛି। ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୧୫ଲକ୍ଷ ୫୦ହଜାର ଟଙ୍କା ହେବ।

ସୂଚନାଯୋଗ୍ୟ, ଖୋର୍ଦ୍ଧା ଟାଉନ ଥାନା ଅଧୀନ ଗୁରୁଜଙ୍ଗ ନବୋଦୟ ବିଦ୍ୟାଳୟ ନିକଟରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ କରାଯାଇ ଗତ ଜୁଲାଇ ୨୫ ତାରିଖରେ ୪୧ ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଥିଲା। ଏହି ଘଟଣା ସହିତ ଜଡ଼ିତ ଜଣେ ଯୁବକକୁ ଗିରଫ କରାଯାଇଥିଲା। ସେହିପରି ଜୁଲାଇ ୧୮ ତାରିଖରେ ଖୋର୍ଦ୍ଧା ଟାଉନ ଥାନା ପୁଲିସର ଏକ ସ୍ବତନ୍ତ୍ର ଟିମ୍‌ ସାମନ୍ତରାପୁର ସ୍ବ​ପ୍ନେଶ୍ବରସାହିରେ ଜଣକ ଘରେ ଚଢ଼ଉ କରି ୩୦ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ କରିଥିଲେ। ଏହି ମାମଲାରେ ଘର ମାଲିକ ସହ ୩ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା।

nis-ad
Leave A Reply

Your email address will not be published.