ଜିଲ୍ଲାସ୍ତରୀୟ ସରପଞ୍ଚ ମହାସଂଘ, କନ୍ଧମାଳର ସାମ୍ବାଦିକ ସମ୍ମିଳନୀ

ଫୁଲବାଣୀ : ଜିଲ୍ଲା ସ୍ତରୀୟ ସରପଞ୍ଚ ମହାସଂଘ, କନ୍ଧମାଳର ଏକ ସାମ୍ବାଦିକ ସମ୍ମିଳନୀ ସ୍ଥାନୀୟ ସାମ୍ବାଦିକ ଭବନ ଠାରେ ସରପଞ୍ଚ ସଂଘର ସଭାପତି ସୁଦର୍ଶନ କହଁରଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି l ଏ ନେଇ ଏକ ଦଶ ଦଫା ଦାବିପତ୍ର ରାଜ୍ଯ ସରକାରଙ୍କ ନିକଟକୁ କନ୍ଧମାଳ ଜିଲ୍ଲାପାଳଙ୍କ ଜରିଆରେ ପ୍ରଦାନ କରାଯାଇଛି l ଏଥିରେ ଉଲ୍ଲେଖ ରହିଛି ଯେ ଓଡିଶା ସ୍ତରୀୟ ପଞ୍ଚାୟତରାଜ ନିୟମାନୁଯାୟୀ ଅନ୍ୟୁନ ୨୯ ଗୋଟି ଦାୟିତ୍ଵ ପଞ୍ଚାୟତକୁ ହସ୍ତାନ୍ତର କରିବା ସତ୍ତ୍ଵେ ଗ୍ରାମପଞ୍ଚାୟତର ପ୍ରତିନିଧି ସରପଞ୍ଚମାନଙ୍କୁ ଅଣଦେଖା କରାଯାଇଛି । ତ୍ରିସ୍ତରୀୟ ପଞ୍ଚାୟତରାଜ ବ୍ୟବସ୍ଥାରେ ମୂଳସ୍ତମ୍ଭ ଗୋଟିଏ ସରପଞ୍ଚ ହୋଇଥିବା ବେଳେ ସରପଞ୍ଚ ମାନଙ୍କ ମାସିକ ଭତ୍ତା ମାତ୍ର ଟ. ୨୩୫୦ ଅଟେ, ଯାହାକି ଅନ୍ୟ ରାଜ୍ୟର ବାଦ୍ଧକ୍ୟ ଭତ୍ତା ତୁଳନାରେ କମ୍ ରହିଛି । ପଞ୍ଚାୟତ ସ୍ତରରେ ଯେଉଁ ଗୁରୁତ୍ବପୂର୍ଣ ଦାୟିତ୍ଵ ପାନୀୟ ଜଳ, ପରିମଳ ବ୍ୟବସ୍ଥା, ଶିକ୍ଷା, ସ୍ବାସ୍ଥ୍ୟ ଭଳି ଗୁରୁତ୍ବପୂର୍ଣ୍ଣ ଦାୟିତ୍ଵ ଗୁଡିକ ପଞ୍ଚାୟତ ପରିବର୍ତ୍ତେ ପଞ୍ଚାୟତ ସମିତି ମାଧ୍ୟମରେ କାର୍ଯ୍ୟ କରାଯାଇଅଛି ।ବିଭିନ୍ନ ଦାବୀ ଗୁଡିକ ଯଥା ଓଡ଼ିଶାର ଅର୍ଥ ରାଶି ସିଧା ସଳଖ ଗ୍ରାମପଞ୍ଚାୟତକୁ ହସ୍ତାନ୍ତର କରାଯାଉ,
ସରପଞ୍ଚ ମାନଙ୍କର ଅନାସ୍ଥା ପ୍ରସ୍ତାବକୁ ଉଚ୍ଛେଦ କରାଯାଉ, ସରପଞ୍ଚମାନଙ୍କ ମାସିକ ଭତ୍ତା ଟ. ୫୦୦୦୦ କରାଯାଉ,ପଞ୍ଚାୟତକୁ ଜରୁରୀକାଳିନ ପାଇଁ ବ୍ୟବସ୍ଥା କରାଯାଉ, ସରପଞ୍ଚଙ୍କ ସ୍ଥାୟୀ ପାଣ୍ଠି ବ୍ୟବସ୍ଥା କରାଯାଉ, ଗ୍ରାମପଞ୍ଚାୟତକୁ ଦିଅ ଯାଇଥିବା ପାଣ୍ଠି ବଦ୍ଧିତ କରାଯାଉ, ଗ୍ରାମପଞ୍ଚାୟତ ର ବିକାଶ ନିମନ୍ତେ ପ୍ରତ୍ୟେକ କାର୍ଯ୍ୟକର୍ମ ଦଳୀୟ କର୍ମୀଙ୍କ ଦ୍ବାରା ଚୟନ ନ କରାଯାଇ ପବ୍ଲିସଭା ଓ ଗ୍ରାମ ସଭା ମାଧ୍ୟମରେ ଚୟନ କରାଯାଉ, ପାନୀୟଜଳ ଓ ପରିମଳ ଦାୟିତ୍ଵ ପଞ୍ଚାୟତକୁ ହସ୍ତାନ୍ତର କରାଯାଉ, ସରପଞ୍ଚମାନଙ୍କ ଅବସର କାଳୀନ ରଜା ବା ୫୦୧୦ କରାଯାଉ ।ସରପ ମାନଙ୍କର ଜୀବନ ବୀମା ଅତି କମ୍ ରେ ୧୦,୦୦୦୦୦ /- (ଦଶ ଲକ୍ଷ ) କରାଯାଉ । ଅନ୍ୟ ମାନଙ୍କ ମଧ୍ୟରେ ମହାସଂଘ ର ସମ୍ପାଦକ ସଞ୍ଜୟ ନାୟକ, ଉପ ସଭାପତି ଶ୍ରୀମତୀ ଜାନକୀ ପ୍ରଧାନ,ସହ ସମ୍ପାଦକ ଲାଲ ମୋହନ କହଁର, କୋଷାଧ୍ୟକ୍ଷ ରୋହିତ କହଁରଙ୍କ ସମେତ ୭୦ ଉର୍ଦ୍ଧ୍ୱ ସରପଞ୍ଚ ଉପସ୍ଥିତ ଥିଲେ l

nis-ad
Leave A Reply

Your email address will not be published.