ହୀରାକୁଦ ଜଳଭଣ୍ଡାରରୁ ୧୨ଟି ଗେଟ୍‌ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ

ସମ୍ବଲପୁର: ମହାନଦୀର ଉପରମୁଣ୍ଡରୁ ବର୍ଷା ଜଳ ପ୍ରବେଶ କରୁଥିବାରୁ ହୀରାକୁଦ ଜଳଭଣ୍ଡାରରୁ ଆଜି ଅପରାହ୍‌ଣରେ ୨ଟି ପର୍ଯ୍ୟାୟରେ ୫ଟି ଲେଖାଏଁ ଗେଟ୍ ଖୋଲାଯାଇଛି। ପୂର୍ବରୁ ୨ଟି ଗେଟ୍‌ ଦେଇ ଜଳଭଣ୍ଡାରରୁ ଜଳ ନିଷ୍କାସନ କରାଯାଉଥିଲା। ଆଜି ପୁଣି ୧୦ଟି ଗେଟ୍‌ ଦେଇ ଜଳ ନିଷ୍କାସନ କରାଯିବା ପରେ ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରରୁ ମୋଟ୍‌ ୧୨ଟି ଗେଟ୍‌ ଦେଇ ଜଳ ନିଷ୍କାସନ ହେଉଛି। ହୀରାକୁଦ ନଦୀବନ୍ଧ କର୍ତ୍ତୃପକ୍ଷ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ହୀରାକୁଦ ଜଳଭଣ୍ଡାରରୁ ୧୨ଟି ଗେଟ୍ ଖୋଲାଯିବା ପୂର୍ବରୁ ତଳିଅଞ୍ଚଳରେ ବସବାସ କରୁଥିବା ଲୋକଙ୍କ ପାଇଁ ସତର୍କ ସୂଚନା ଦିଆଯାଇଛି। ବିଗତ ଦିନରେ ଲଗାଣ ବର୍ଷା ପ୍ରଭାରେ ମହାନଦୀରେ ବନ୍ୟାଜଳ ପ୍ରବାହିତ ହେଉଛି। କିନ୍ତୁ ଗୁରୁବାର ଠାରୁ ବର୍ଷା ଛାଡ଼ିଥିବା ବେଳେ ମହାନଦୀରେ ଏବେ ଜଳସ୍ତର କମୁଛି। କଟକ ଜିଲ୍ଲା ମୁଣ୍ଡଳିରେ ଠାରେ ବନ୍ୟାଜଳ ପ୍ରାୟ ୩୬ ଘଣ୍ଟା ମଧ୍ୟରେ ପହଞ୍ଚିବ। ଏନେଇ ଜଳସଂପଦ ବିଭାଗ ସ୍ଥିତି ଉପରେ ନଜର ରଖିଛି।

nis-ad
Leave A Reply

Your email address will not be published.