କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ବୁର୍ଲା ଭୀମସାରକୁ ୧୧ ଲକ୍ଷ ଫାଇନ୍

ସମ୍ବଲପୁର: ବୁର୍ଲା ଭୀମସାରକୁ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ୧୧ ଲକ୍ଷ ୨୦୦ ହଜାର ଟଙ୍କା ଜରିମାନା କରାଯାଇଛି । ଠିକ୍ ଭାବେ ବର୍ଜ୍ୟ ବସ୍ତୁ ପରିଚାଳନା କରାଯାଉ ନ ଥିବା ଅଭିଯୋଗରେ ଏହି ଜରିମାନା କରାଯାଇଥିବା ସୂଚନା ରହିଛି ।

୨୦୨୩ ଅଗଷ୍ଟ ମାସରେ ଭୀମସାରକୁ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପରିଦର୍ଶନରେ ଆସିଥିଲେ । ମେଡିକାଲର ବିପର୍ଯ୍ୟସ୍ତ ବର୍ଜ୍ୟ ବସ୍ତୁ ପରିଚାଳନାକୁ ନେଇ ଉଦବେଗ ପ୍ରକାଶ କରିବା ସହ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ଭୀମସାରକୁ ୨ ଥର ମଧ୍ୟ ଚିଠି ଲେଖିଥିଲେ । ହେଲେ କୌଣସି ପରିବର୍ତ୍ତନ ନ ହେବା କାରଣରୁ ଏନେଇ ସେପ୍ଟେମ୍ବର ୧୦ ତାରିଖରେ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏଥିପାଇଁ ଭୀମସାରକୁ ୧୧ ଲକ୍ଷ ୨୨ ହଜାର ଟଙ୍କାର ଫାଇନ କରିଛନ୍ତି ।

ଅନ୍ୟପଟେ ଏହାକୁ ସ୍ବୀକାର କରିଛନ୍ତି ଭୀମସାର ଭାରପ୍ରାପ୍ତ ନିର୍ଦ୍ଦେଶକ ଭାବଗ୍ରାହୀ ରଥ । ସେ କହିଛନ୍ତି ଯେ, ଏହି ଅଭିଯୋଗ ସତ ଅଟେ । ଖୁବ୍‌ ଶୀଘ୍ର ବର୍ଜ୍ୟବସ୍ତୁ ପରିଚାଳନା ଠିକ୍ ଭାବେ କରାଯିବ ।

nis-ad
Leave A Reply

Your email address will not be published.