ମହିଳା ସ୍ଵୟଂ ସହାୟକ ଗୋଷ୍ଠୀମାନଙ୍କ ନିମନ୍ତେ ବ୍ୟାଙ୍କ ଋଣ ଓ ସୁଧ ଫେରସ୍ତ ବ୍ୟବସ୍ଥା

ଫୁଲବାଣୀ : ଓଡିଶା ସରକାରଙ୍କର ମିଶନ ଶକ୍ତି ବିଭାଗ ନିର୍ଦ୍ଦେଶ କ୍ରମେ ଫୁଲବାଣୀ ବ୍ଲକ ତରଫରୁ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ମାନଙ୍କ ନିମନ୍ତେ ବ୍ୟାଙ୍କ ଋଣ ଓ ସୁଧ ଫେରସ୍ତ ବ୍ୟବସ୍ତାର ସଚେତନତା କାର୍ଯକ୍ରମ ଜିଲ୍ଲା ପରିଷଦ ଭବନ ଫୁଲବାଣୀ ଠାରେ ଅନୁଷ୍ତିତ ହୋଇଅଛି। ଏହି କାର୍ଯକ୍ରମ ରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ (DSWO) ଶ୍ରୀମତୀ ସରୋଜବାଳା ଆଚାର୍ଯ୍ୟ , ସନ୍ନମାନିତ ଅତିଥି ଭାବେ ଶ୍ରୀଯୁକ୍ତ ସୁନୀଲ କୁମାର ମଲ୍ଲିକ (DPC) ମିଶନ ଶକ୍ତି, କନ୍ଧମାଳ, ଶ୍ରୀଯୁକ୍ତ ପ୍ରବୀଣ କୁମାର ବଣୁଆ ,ଗୋଷ୍ଠି ଉନ୍ନୟନ ଅଧିକାରୀ, ଫୁଲବାଣୀ ଏବଂ ଶ୍ରୀମତୀ ସୁବର୍ଣମାଳା ନାୟକ, ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ , ଫୁଲବାଣୀ , ମୁଖ୍ୟ ବକ୍ତା ଭାବେ ଶ୍ରୀଯୁକ୍ତ ହରେକୃଷ୍ଣ ଜେନା , ଅଗ୍ରୀମ ଜିଲ୍ଲା ବ୍ୟାଙ୍କ ଅଧିକାରୀ, କନ୍ଧମାଳ,ପ୍ରମୁଖ ଉପସ୍ଥିତ ରହି ନିଜ ନିଜର ଅଭିମତ ପ୍ରଦାନ କରିଥିଲେ, ଏହି ଅବସରରେ ଶ୍ରୀମତୀ ପ୍ରତିମା ସାହାଣୀ , ସଭାନେତ୍ରୀ ,ବ୍ଲକ ସ୍ତ୍ତରୀୟ ମହା ସଂଘ ଫୁଲବାଣୀ ଓ କୁମାରୀ କମଳା ବେହେରା , ସଭାନେତ୍ରୀ ,ସୁରଭି ମହା ସଂଘ, URBAN, ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ର ସଦଶ୍ୟା ମନକୁ ବ୍ୟାଙ୍କ ଋଣ ଗ୍ରହଣ ଏବଂ ସୁଧ ଫେରସ୍ଥ ସହ ଉକ୍ତ ଅର୍ଥ ରାଶିକୁ ଜୀବନ ଜୀବିକା କାର୍ଯ୍ୟ ରେ ସଦୁପୋଯୋଗ କରିବା ନିମନ୍ତେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ , ଉପୋରୋକ୍ତ କାର୍ଯକ୍ରମ କୁ ବ୍ଲକ ପ୍ରକଳ୍ପ ସଞ୍ଜୋଜିକା, ମିଶନ ଶକ୍ତି , ସିଟି ମିସନ ର ଦେବଦତ୍ତ ଧିର ବିଶୋୟୀ,ଶ୍ରୀମତୀ ଦିପ୍ତିରାଣୀ ପଟ୍ଟନୟକ, ବ୍ଲକ ପ୍ରକଳ୍ପ ପରିଚାଳକ ଶ୍ରୀଯୁକ୍ତ ସୁଶାନ୍ତ କୁମାର ଲେଙ୍କା ସୂଚାରୁ ରୂପେ ପରିଚାଳନା କରିଥିଲେ , ଏହି କାର୍ଯକ୍ରମ ରେ 220 ଜଣ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ର ସଦଶ୍ୟ ଯୋଗଦାନ ଦେଇଥିଲେ ।ଉକ୍ତ କାର୍ଯକ୍ରମ ରେ ବ୍ୟାଙ୍କ ଋଣ, ସୁଧ ଫେରସ୍ତ ବ୍ୟବସ୍ତା, ସରକାରଙ୍କ BSKY ଯୋଜନା , ମମତା ଯୋଜନା , ଗୋଷ୍ଠୀର ମହିଳା ମାନଙ୍କୁ ସଚେତନ କରା ଯାଇ ଥିଲା , ଶେଷରେ ବ୍ଲକ ପ୍ରକ୍ଲପ ସାହାୟକା ଶ୍ରୀମତୀ ମନିନୀ ନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l

nis-ad
Leave A Reply

Your email address will not be published.