ହାଇଡ୍ରାକୁ ଧକ୍କା ଦେଲା ଟ୍ରକ

ଛତ୍ରପୁର : ଚମାଖଣ୍ଡି ଥାନା ଅନ୍ତର୍ଗତ ଟାଟା ପ୍ଲାଣ୍ଟ ସମ୍ମୁଖରେ ଏକ ହାଇଡ୍ରା କୁ ପଛ ପଟୁ ଧକ୍କା ଦେଲା ଟ୍ରକ l ଯାହାଫଳ ରେ ହାଇଡ୍ରା ଗାଡି ର ଚାଳକ ଗୁରୁତର ଅବସ୍ଥାରେ ମେଡିକାଲ ଭର୍ତ୍ତି ହୋଇଥିବା ବେଳେ ଟ୍ରକ ଚାଳକ ଫେରାର ହୋଇଯାଇଛି,ମିଳିଥିବା ସୂଚନା ମୁତାବକ ଓଡି 01 ଜେ 0731 ନଂ ଏକ ଟ୍ରକ ଓଡି 07 ଇ 8844 ନଂ ଏକ ହାଇଡ୍ରା କୁ ଧକ୍କା ଦେଇଥିଲା l ଯାହା ଫଳରେ ହାଇଡ୍ରା ଟି ରାସ୍ତା ପାର୍ଶ୍ୱକୁ ଓଲଟି ପଡିଥିଲା l ହାଇଡ୍ରା ଡ୍ରାଇଭର ଜଣକ ଗୁରୁତର ଆହତ ହେବାରୁ ଚମାଖଣ୍ଡି ଥାନା ପୋଲିସ ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲ କୁ ସ୍ଥାନାନ୍ତରିତ କରିଥିଲେ l ଦୁର୍ଘଟଣା ଘଟାଇଥିବା ଟ୍ରକ ଡ୍ରାଇଭର ଜଣକ ଘଟଣା ସ୍ଥଳରୁ ଫେରାର ଥିବା ବେଳେ ଦୁଇ ଗାଡି କୁ ଜବତ କରି ପୋଲିସ ଘଟଣା ର ତଦନ୍ତ ଚଳାଇଛି, ଏହି ଦୁର୍ଘଟଣା ହେବା ଫଳ ରେ ଜାତୀୟରଜପଥ ରେ ଦୁଇ ପାର୍ଶ୍ଵ ରେ ଗାଡି ଗୁଡିକ ଅଟକି ରହିଥିଲା, ଏହାର କିଛି ସମୟ ପରେ ପରିସ୍ଥିତି ସ୍ୱାଭାବିକ ହୋଇଥିଲା

nis-ad
Leave A Reply

Your email address will not be published.