ଛାତ୍ରଛାତ୍ରୀମାନେ ନିଜର ବ୍ୟକ୍ତିତ୍ୱ ଗଠନ ଓ ରାଷ୍ଟ୍ର ଗଠନ ଦିଗରେ ବ୍ରତୀ ହେବା ଉଚିତ : ଡଃ ସାମନ୍ତ

ଫୁଲବାଣୀ : କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ ଆଜି ଫୁଲବାଣୀ ସ୍ଥିତ ସରକାରୀ ବିଜ୍ଞାନ ସ୍ୱୟଂ ଶାସିତ ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ଭେଟି ସେମାନଙ୍କ ଭଲମନ୍ଦ ବୁଝିଥିଲେ। ଛାତ୍ରଛାତ୍ରୀଙ୍କ ସହ ଦୀର୍ଘ ସମୟ ଅତିବାହିତ କରିବା ସହ ଛାତ୍ରଛାତ୍ରୀମାନେ ନିଜର ବ୍ୟକ୍ତିତ୍ୱ ଗଠନ ଓ ରାଷ୍ଟ୍ର ଗଠନ ଦିଗରେ ବ୍ରତୀ ହେବା ନିମନ୍ତେ ଉପଦେଶ ଦେଇଥିଲେ। ଶ୍ରୀ ସାମନ୍ତ କହିଲେ, ଧୈର୍ଯ୍ୟ, ଅଧ୍ୟବସାୟ ଓ ନିଷ୍ଠା ରହିଲେ ଛାତ୍ରଛାତ୍ରୀମାନେ ନିଜ ଉଜ୍ଜ୍ଵଳ ଭବିଷ୍ୟତ ଗଠନ କରି ପାରିବେ। ଏହି କାର୍ଯ୍ୟକ୍ରମରେ 200 ରୁ ଅଧିକ ଛାତ୍ରଛାତ୍ରୀ ଉପସ୍ଥିତ ଥିବାବେଳେ ମହାବିଦ୍ୟାଳୟର ଅଧକ୍ଷ ପୌରାହିତ୍ୟ କରିଥିଲେ।

nis-ad
Leave A Reply

Your email address will not be published.