କଣ୍ଟେନର ନିଗମ ଲିମିଟେଡର ଆର୍ଥିକ ସହାୟତାରେ ସାଂସଦ ଅଚ୍ୟୁତ ସାମନ୍ତଙ୍କ ଦ୍ଵାରା ଦିବ୍ୟାଙ୍ଗଙ୍କୁ ସ୍କୁଟି ପ୍ରଦାନ

କନ୍ଧମାଳ : କନ୍ଧମାଳ ଜିଲ୍ଲାର ସ୍ଥାନୀୟ ବିଜୁ ସ୍ମୃତି କଲ୍ୟାଣ ମଣ୍ଡପ, ଫୁଲବାଣୀ ଠାରେ କଣ୍ଟେନର ନିଗମ ଲିମିଟେଡର ଆର୍ଥିକ ସହାୟତାରେ ସାଂସଦ ଅଚ୍ୟୁତ ସାମନ୍ତଙ୍କ ଦ୍ଵାରା 24 ଦିବ୍ୟାଙ୍ଗମାନଙ୍କୁ ମୋଟର ଯାନ ଟିଭିଏସ ସ୍କୁଟି ବଣ୍ଟନ କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ, ଫୁଲବାଣୀ ବିଧାୟକ ଅଙ୍ଗଦ କହଁର, ଏସଡିସି ଅଧ୍ୟକ୍ଷ ରୋଦନ ମଲ୍ଲିକ, ବିଜେଡି ଜିଲ୍ଲା ପର୍ଯ୍ୟବେକ୍ଷକ ବିଜୟ ନାୟକ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ନନ୍ଦିନୀ ମଲ୍ଲିକ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷା , ପୌରପରିସଦ ର ନିର୍ବାହୀ ଅଧିକାରୀ ଉପସ୍ଥିତ ରହିଥିଲେ।

ଏହି କାର୍ଯ୍ୟକୁ ସାଂସଦଙ୍କ ପିଏ ଦେବ ନାରାୟଣ ପୃଷ୍ଟି ସଂଯୋଜନା କରିଥିଲେ । ଏହି କଣ୍ଟେନର ନିଗମ ଲିମିଟେଡର ଆର୍ଥିକ ସହାୟତାକୁ ସାଂସଦ ଅଚ୍ୟୁତ ସାମନ୍ତ ପ୍ରଶଂସା କରିବା ସହିତ ଜିଲ୍ଲାର ୧୨ ଗୋଟି ବ୍ଲକର ୨୪ ଜଣ ଦିବ୍ୟାଙ୍ଗ ବ୍ୟକ୍ତିମାନଙ୍କୁ ମୋଟର ଯାନ ବା ଟିଭିଏସ ସ୍କୁଟି ସାଂସଦ ଜିଲ୍ଲାପାଳ, ଜିଲ୍ଲା ପରିଷଦ ଅଧ୍ୟକ୍ଷା , ଫୁଲବାଣୀ ବିଧାୟକ, କାଜୁ ନିଗମର ଅଧ୍ୟକ୍ଷ ବିଜୟ ନାୟକ ଉପସ୍ଥିତରେ ପ୍ରଦାନ କରାଯାଇଛି । ପରେ ଆଉ ୨୪ ଟି ସ୍କୁଟି ଦିଆଯିବ ବୋଲି ପ୍ରକାଶ କରିଥିଲେ ସାଂସଦ । ଏହି ବଣ୍ଟନକୁ ନେଇ ଜନସାଧାରଣ, ବୁଦ୍ଧିଜୀବୀ, ରାଜନୀତି ସ୍ଥରରେ ସାଂସଦଙ୍କ କାର୍ଯ୍ୟ କୁ ଭଲ ପଦକ୍ଷେପ ବୋଲି କହିଛନ୍ତି l

nis-ad
Leave A Reply

Your email address will not be published.