ବାଲିମେଳା ନଗର ବିଜେପି ସଭାପତି ହେଲେ ଶିବଦତ୍ତ ସାହୁ

ବାଲିମେଳା : ମାଲକାନଗିରି ଜିଲ୍ଲା ବାଲିମେଳା ନଗର ବିଜେପି ସଭାପତି ଭାବେ ଆଜି ଶିବଦତ୍ତ ସାହୁ ସର୍ବସମ୍ମତି କ୍ରମେ ମନୋନୀତ ହୋଇଛନ୍ତି।
ବାଲିମେଳା ନଗର ସ୍ଥିତ ଟାଉନ ହଲ ଠାରେ ବିଜେପି ରାଜ୍ୟ ଉପସଭାପତି ବଳଭଦ୍ର ମାଝୀଙ୍କ ଅଧ୍ୟକ୍ଷତାରେ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି।ଉକ୍ତ ବୈଠକରେ ସର୍ବସମ୍ମତି କ୍ରମେ ଶିବଦତ୍ତ ସାହୁଙ୍କୁ ବାଲିମେଳା ନଗର ସଭାପତି ଭାବେ ଦଳ ପକ୍ଷରୁ ମନୋନୀତ କରାଯାଇଥିଲା. ଏହାକୁ ସମସ୍ତେ ସମର୍ଥନ କରିଥିଲେ।ପୂର୍ବରୁ ନଗର ସଭାପତି ଓ ସାଧାରଣ ସମ୍ପାଦକ ପଦ ଦୀର୍ଘଦିନ ଧରି ଖାଲି ରହିଥିଲା। ନୂତନ ସଭାପତି ଭାବେ ଶ୍ରୀ ସାହୁଙ୍କୁ ପାଇ ବାଲିମେଳା ବିଜେପି କର୍ମୀ ମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି।

ଶ୍ରୀ ସାହୁ କହିଛନ୍ତି ସେ ବାଲିମେଳା ନଗର ବାସୀଙ୍କ ଉନ୍ନତି, ଦଳ ଓ ସଂଗଠନକୁ ସୁଦୃଢ କରିବା ନିମନ୍ତେ ଆବଶ୍ୟକୀୟ ସମସ୍ତ ପ୍ରକାର ପଦକ୍ଷପ ଗ୍ରହଣ କରିବା ଦିଗରେ କାର୍ଯ୍ୟ କରିବେ ବୋଲି କହିଛନ୍ତି ।

ଏହି ବୈଠକରେ ବାଲିମେଳା ଏନଏସିର ଅଧ୍ୟକ୍ଷ ପ୍ରଦୀପ କୁମାର ନାୟକ, ମାଲକାନଗିରି ଜିଲ୍ଲା ବିଜେପି ସଭାପତି ନିମାଇଁ ଚନ୍ଦ୍ର ପାଲ, ଉପସଭାପତି ସୁବାଷ ପଡ଼ିଆମୀ, ଜିଲ୍ଲା ସାଧାରଣ ସମ୍ପାଦକ ଅକ୍ଷୟ କୁମାର ବିଶ୍ବାଳ, ମାଣିକ ଲାଲ ଚକ୍ରବର୍ତ୍ତୀ, କୋଷାଧ୍ୟକ୍ଷ ସଞ୍ଜୟ ସରକାର, ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ପାର୍ଥି ପଦୁ ମାଝୀ, ଜିଲ୍ଲା ଆଦିବାସୀ ଜନଜାତି ମୋର୍ଚ୍ଚାର ସଭାପତି ବନମାଳୀ ବରଜା, ସ୍ଥାନୀୟ ବାଲିମେଳା ନଗର କାଉନସିଲର ମନୋଜ ଦେବ ପାଙ୍ଗି, ବିମଳ ବେହେରା, ଜ୍ୟୋତିରାଣୀ ପଣ୍ଡା, ପୁଷ୍ପାଞ୍ଜଳି ଚାଲାଣ, ପୂର୍ବତନ ନଗର ସଭାପତି ଶୁଭାଶିଷ କର,ପୂର୍ବତନ କାଉନସିଲର ଗୌର ଚନ୍ଦ୍ର ଖିଲ,ଟିକି ଚର୍ଚ୍ଚି, ଦୀପକ କୁମାର ସାହୁ, ଦଳର ବରିଷ୍ଠ କର୍ମୀ ଅରୁଣ କୁମାର ପାତ୍ର,ପ୍ରଦୀପ କୁମାର ନାୟକରବୀନ୍ଦ୍ର କୁମାର ନାୟକ, ସାରଦା ପ୍ରସାଦ ସ୍ବାଇଁ, ସୁନୀଲ ବେହେରା, ବୈଶାଖୀ ବରାଡ଼ଓ ଶତାଧିକ କର୍ମୀ ଉପସ୍ଥିତ ଥିଲେ।

nis-ad
Leave A Reply

Your email address will not be published.