ପୋଲିସ ର ବର୍ବରତା : ଯାଂଚବେଳେ ପୋଲିସର ଲାଠି ପାହାରରେ ଯୁବକ ଗୁରୁତର…

୫ଟି ଅଧୀନରେ ଥାଇ ଏପରି କାର୍ଯ୍ୟକୁ ନେଇ ୫ଟିର ସ୍ଵଛତା ଓ ଅନୁଶାସନ କୁ ନେଇ ଉଠୁଛି ପ୍ରଶ୍ନ..?

ମାଲକାନଗିରି : କାଲିମେଳା ପୋଲିସ ର କାର୍ଯ୍ୟ ଶୈଳୀ ରେ ପରିବର୍ତ୍ତନ ଆଣିବା ସହ ଲୋକେ ଯେପରି ପୋଲିସକୁ ଭୟ ନ କରି ପୋଲିସ ଉପରେ ବିଶ୍ୱାସ କରିବେ ସେଥିପାଇଁ ରାଜ୍ୟ ସରକାର ପୋଲିସ ବିଭାଗକୁ ୫ଟି ଅଧୀନକୁ ନେଇଥିଲେ । ତେବେ ପୋଲିସ ନିକଟକୁ ଆସୁଥିବା ଲୋକେ ଯେପରି ଉତ୍ତମ ବ୍ୟବହାର ପାଇବେ ଓ ନ୍ୟାୟ ପାଇବା ଦିଗରେ ପୋଲିସ ଲୋକଙ୍କୁ ସହାୟତା କରିବ ସେଦିଗରେ ପୋଲିସ କର୍ମଚାରୀ କାର୍ଯ୍ୟ କରିବାକୁ ୫ଟି ରେ ନିୟମ କରିଥିବା ବେଳେ ବର୍ତ୍ତମାନ କିନ୍ତୁ ଏହାର ଓଲଟା ଚିତ୍ର ଦେଖିବାକୁ ମିଳୁଛି ମାଲକାନଗିରି ଜିଲ୍ଲାରେ । ଯେଉଁଠି ପୋଲିସ ର ଲାଠି ମାଡ଼ ରେ ଜଣେ ଯୁବକ ଗୁରୁତର ହୋଇ ଚିକିତ୍ସାଧୀନ ଅବସ୍ଥାରେ ଅଛି । ସୂଚନା ଅନୁଯାୟୀ ଜିଲ୍ଲାର କାଲିମେଳାରେ ଗତକାଲି ଜୈନକ ଯୁବକ ମୋହନ ଗାଇନ ମାଲକାନଗିରି ରୁ ନିଜ ଗ୍ରାମ ଏମ ଭି ୮୦ କୁ ଫେରିବା ସମୟରେ କାଲିମେଳା ପୋଲିସ ପକ୍ଷରୁ ହାଟପଦା ନିକଟରେ ଯାନ ବାହାନ ଯାଞ୍ଚ ସମୟରେ ଯୁବକ ଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ । କିନ୍ତୁ ଯୁବକଙ୍କ ଗାଡିର ବେଗ ଅଧିକ ଥିବାରୁ ଯୁବକ ଜଣକ ଆଗକୁ ଯାଇ ଗାଡି ରଖିବାକୁ ଚେଷ୍ଟା କରୁଥିବା ସମୟରେ ଯାଂଚ ପୋଷ୍ଟରେ ଡିୟୁଟି ରତ କିଛି ପୋଲିସ କର୍ମଚାରୀଙ୍କ ଲାଠି ପାହାରରେ ଆଘାତ ପାଇଁ ସେହି ସ୍ଥାନରେ ପଡିଯାଇ ନିଶ୍ଚେତ ହୋଇଥିଲେ । ନିଜର ହୋସ ଆସିଲା ବେଳକୁ ଯୁବକ ଜଣକ ନିଜକୁ କାଲିମେଳା ମେଡିକାଲ ରେ ଥିବା ଜାଣିପାରିଥିଲେ । ଯୁବକଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବାରୁ ଯୁବକ ଙ୍କୁ ଅଧିକ ଚିକିତ୍ସା ପାଇଁ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟ କୁ ପଠାଇ ଦିଆ ଯାଇଥିବା ସୂଚନା ମିଳିଛି । ପୋଲିସର ଏପରି ଅମାନବୀୟ କାର୍ଯ୍ୟକୁ ନେଇ ସଧାରଣ ରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିବା ବେଳେ ଏଭଳି କାଣ୍ଡ ଭିଆଇ ଥିବା ପୋଲିସ କର୍ମଚାରୀ ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି । ଏହାସହ ରାଜ୍ୟ ସରକାର ୫ଟି ର ଯେଉଁ ଡିଣ୍ଡିମ ପିଟୁଛନ୍ତି ତାହା ଉପରେ ମଧ୍ୟ ପୋଲିସ କର୍ମଚାରୀ ଙ୍କ ଏପରି କାର୍ଯ୍ୟ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି

nis-ad
Leave A Reply

Your email address will not be published.