ଆବାସ ଯୋଜନା ଘର ଅପେକ୍ଷାରେ ଗରିବ ପରିବାର

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ୍ ଅନ୍ତର୍ଗତ ମିଡ଼ିଆକିଆ ପଞ୍ଚାୟତର ସେନାପଡ଼ି ଗ୍ରାମର କାର୍ଜି ଦିଗାଲ ଭଲ ଘରଟିଏ ନଥ‌ିବାରୁ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ପରିବାର ସହିତ ରହି ଆସୁଛନ୍ତି । ମାଟି ଘର ସହିତ ଭଙ୍ଗା ଟିଣ ଛପର କରି ରହୁଛନ୍ତି । ପରିବାର କହିଲେ ପାଞ୍ଚ ପ୍ରାଣୀ ସ୍ତ୍ରୀ ଏବଂ ୩ ସନ୍ତାନ । କାର୍ଜି ଦୈନନ୍ଦିନ ମଜୁରୀ କରି ପରିବାର ପ୍ରତିପୋଷଣ କରୁଛନ୍ତି । ବର୍ଷା ଦିନେ ଘରର ଅବସ୍ଥା ନ କହିବା ଭଲ ଘର ଉପରୁ ପାଣି ଝରୁଛି । ଅନେକ ଥର ପବନ ଯୋଗୁଁ ଟିଣ ଛପର ମଧ୍ୟ ଉଡ଼େଇ ନେଇଛି । ଆବାସ ଯୋଜନାରେ ଘର ପାଇଁ ଅନେକ ଥର ସ୍ଥାନୀୟ ସରପଞ୍ଚଙ୍କୁ ଅବଗତ କରିଛନ୍ତି ହେଲେ କୌଣସି ସୁଫଳ ମିଳିନାହିଁ । ଘର ମିଳିଯିବ ବୋଲି ଖାଲି ପ୍ରତିଶ୍ରୁତି ଦେଇଛନ୍ତି ।

ଏ ସମ୍ପର୍କରେ ମିଡ଼ିଆକିଆ ସରପଞ୍ଚ ଅଶୋକ ମଳିକଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ, କାର୍ଜି ଙ୍କର ଆବାସ ଯୋଜନା ଘର ନିମନ୍ତେ ସମସ୍ତ କାଗଜ ପତ୍ର ଅଫିସ ରେ ଦାଖଲ କରିଛନ୍ତି , ହେଲେ ଅଫିସ ତରଫରୁ ବର୍ତ୍ତମାନ ଯେଉଁ ଆବାସ ତାଲିକା ବାହାରିଛି, ସେଥିରେ ତାଙ୍କର ନା ନଥିବା ମଧ୍ୟ କହିଛନ୍ତି । ହେଲେ କାର୍ଜି ଦିଗାଲ ଙ୍କ ସମେତ ଆହୁରି ଅନେକ ଙ୍କ ର ଆବାସ ତାଲିକାରୁ ନାମ କଟିଛି, ନାମ କିପରି କଟିଲା ଏ ନେଇ ବିଭାଗୀୟ ଅଧିକାରୀ ଙ୍କୁ ଅଭିଯୋଗ କରାଯାଇଛି l ଏ ନେଇ ଅଞ୍ଚଳର ଯୁବ ସମାଜ ସେବୀ ବିଞ୍ଜାମିନ ନାୟକଙ୍କ ସମେତ ଗ୍ରାମବାସୀ ଉକ୍ତ ପରିବାରକୁ ତୁରନ୍ତ ସରକାରୀ ଘର ଯୋଗାଇ ଦେବାକୁ ବିଭାଗୀୟ କର୍ତ୍ତୃପକ୍ଷ ଙ୍କୁ ଅନୁରୋଧ କରିଛନ୍ତି l

nis-ad
Leave A Reply

Your email address will not be published.