ଗଦାପୁର – ପୁଟୁଡୁମା ପ୍ରଧାନମନ୍ତ୍ରୀ ରାସ୍ତା ମରଣଯନ୍ତା, ଗମନା ଗମନରେ ସମସ୍ୟା

ଦାରିଙ୍ଗବାଡ଼ି (୧୦/୭) : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ (ଆର ଡି) ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନ ଗ୍ରାମାଞ୍ଚଳର ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା ରାସ୍ତା ଗୁଡିକର ଦୁରାବସ୍ଥା ନକହିବା ଭଲ। ଗ୍ରାମାଞ୍ଚଳର ଜନ ସାଧରଣଙ୍କ ଗମନା ଗମନର ସୁବିଧା କରିବାକୁ ଯାଇ କେନ୍ଦ୍ର ଓ ରାଜ୍ୟ ସରକାର କୋଟି କୋଟି ଟଙ୍କାର ବ୍ୟୟ ବରାଦ କରି ଆସୁଛନ୍ତି। ହେଲେ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ରାସ୍ତା ଗୁଡିକର ମେଣ୍ଟେନାନ୍ସ କାମ ପ୍ରତି ଦୃଷ୍ଟି ଦିଆ ଯାଉ ନଥିବାରୁ ରାସ୍ତା ଗୁଡିକରୁ ପିଚୁ, ମେଟାଲ ଉଠି ଖାଲ ଖମା ହୋଇ ଗମନା ଗମନର ସମସ୍ୟା ପ୍ରାୟତଃ ଗ୍ରମାଞ୍ଚଳର ପ୍ରଧାନ ମନ୍ତ୍ରୀ ସଡକ ଯୋଜନା ରାସ୍ତାରେ ଦେଖିବାକୁ ମିଳୁଛି। ମୁଖ୍ୟକରି ଏହି ପରି ସମସ୍ୟା ଦାରିଙ୍ଗବାଡ଼ି ବ୍ଲକର ଗ୍ରାମ୍ୟ ଉନ୍ନୟନ ବିଭଗ ଦାଇତ୍ୱରେ ଥିବା ଗ୍ରାମାଞ୍ଚଳ ରାସ୍ତା ଗୁଡିକରେ ଏହି ପରି ବହୁ ସମସ୍ୟା ଦେଖା ଦେଇଛି। ଯାହାକି ଗଦାପୁର ଗ୍ରାମ ପଞ୍ଚାୟତର ଗଦାପୁର-ପୁଟୁଡୁମା ରାସ୍ତା ଏହାର ଜୋଳନ୍ତ ଉଦାହରଣ।

ଏହି ରାସ୍ତା ଖରାପ ନେଇଁ ଗତବର୍ଷ ବିଭିନ୍ନ ଗଣ ମାଧ୍ୟମରେ ପ୍ରକାଶିତ ହୋଇଥିଲା। ହେଲେ ଏହି ରାସ୍ତା ଯଥା ପୂର୍ବମ ତଥା ପରମ ସଦୃଶ୍ୟ ଏବେବି ପୂର୍ବ ବର୍ଷ ଠାରୁ ଗମନା ଗମନରେ ଅଧିକ ସମସ୍ୟା ଦେଖାଦେଇଛି। ଏନବିସିସି(ଇଣ୍ଡିଆ) ଲିମିଟେଡ଼ ମାଧ୍ୟମରେ ଠିକାଦାର ଭଗବତୀ କନଷ୍ଟ୍ରକସନ ରାସ୍ତା କାମ କରିଥିଲା। ଠିକାଦାର ଏହି ରାସ୍ତାର ରକ୍ଷଣାବେକ୍ଷଣ ଦାଇତ୍ୱ ତା ୮/୬/୨୦୨୩ ନେବ ବୋଲିକିନ୍ତୁ ଫଳକରେ ଲେଖା ରହିଛି। ଏହି ରାସ୍ତା ଉପରେ ପୁଟୁଡୁମା, ତାରମାହା, ଡେଙ୍ଗେରମାହା ଗ୍ରାମବାସୀ ନିର୍ଭର କରି ଆସୁଛନ୍ତି। ରାସ୍ତା ଖରାପ ଯୋଗୁଁ ନାହିଁ ନଥିବା ଅସବିଧାର ସମୁଖୀନ ହେଉଥିବା ଗ୍ରାମବାସୀ କହିଛନ୍ତି। ବର୍ଷା ଦିନ ହୋଇଥିଲେ ସୁଧା ବର୍ଷା ନଥିବାରୁ ବର୍ତ୍ତମାନ ଅଟୋ ଓ ଜରୁରୀ ପରିସ୍ଥିତିରେ ଆମ୍ବୁଲାନ୍ସ ଆସି ପାରୁଛି। ବର୍ଷା ହେଲେ କୌଣସି ଯାନ ବାହାନ ଚଳାଚଳ କରି ପାରିବ ନାହିଁ ବୋଲି ଗ୍ରାମ ବାସୀ କହିଛନ୍ତି। ଗମନା ଗମନର ସୁବ୍ୟବସ୍ଥା ପ୍ରତି ଜିଲା ପାଳ ଦୃଷ୍ଟି ଦେବାକୁ ଗ୍ରାମ ବାସୀ ଦାବୀ କରିଛନ୍ତି।

nis-ad
Leave A Reply

Your email address will not be published.