ମମତାଙ୍କୁ ଜିଲ୍ଲା ପ୍ରଶାସନର ସହାୟତା

ମାଲକାନଗିରି (୧୦/୦୭) : ମାଲକାନଗିରି ଜିଲ୍ଲାର ମେଧାବୀ ଛାତ୍ରୀ ମମତା ପ୍ରଧାନୀଙ୍କୁ ସହାୟତାର ହାତ ବଢାଇଲେ ଜିଲ୍ଲା ପ୍ରଶାସନ । ଆଜି ଜିଲ୍ଲାପାଳ, ଶ୍ରୀ ବିଶାଲ ସିଂ ମାଥିଲି ବ୍ଲକର ଉଦୁଲିବେଡା ଗ୍ରାମପଞ୍ଚାୟତର ବାଲିଗୁଡା ନିବାସୀ ମମତା ପ୍ରଧାନୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ତିରିଶି ହଜାର ଟଙ୍କାର ଅର୍ଥରାଶି ସହାୟତା ପ୍ରଦାନ କରିଛନ୍ତି । କଠୋର ପରିଶ୍ରମ କରି ଉଜ୍ଜ୍ଵଳ ଭବିଷ୍ୟତ ଗଠନ କରିବାକୁ ଜିଲ୍ଲାପାଳ ଶୁଭେଚ୍ଛା ଜଣାଇଛନ୍ତି । ପାଠ ପଢିବାର ସ୍ଵପ୍ନକୁ ସାକାର କରିଥିବାରୁ ମମତା ଜିଲ୍ଲା ପ୍ରଶାସନଙ୍କୁ କୃତଜ୍ଞତା ଜଣାଈଛନ୍ତି ।
ସୂଚନା ଥାଉକି ମମତା ଜଣେ ମେଧାବୀ ଛାତ୍ରୀ ଏବଂ ସେ ଯୁକ୍ତ ଦୁଇ ବାଣିଜ୍ୟ ପରୀକ୍ଷାରେ ୮୩.୬୬ ଶତକଡା ନମ୍ବର ରଖି କୃତକାର୍ଯ୍ୟ ହୋଇଛନ୍ତି । ସେ ମାଥିଲି ଓଡିଶା ଆଦର୍ଶ ବିଦ୍ୟାଳୟରୁ ଦଶମ ଶ୍ରେଣୀରେ ୮୬ ପ୍ରତିଶତ ନମ୍ବର ହାସଲ କରି ପ୍ରଥମ ସ୍ଥାନ ଅଧିକାର କରିଥିଲେ ଏବଂ ତାପରେ ଗୋବିନ୍ଦପାଲ୍ଲୀ ଅନୁସୂଚିତ ଜାତି ଓ ଜନଜାତି ବିଦ୍ୟାଳୟରେ ପାଠ ପଢିଲେ । ସେ ସାମାଜିକ ଏବଂ ଶିକ୍ଷା ପଛୁଆ ବର୍ଗ ‘ରଣା’ ସମ୍ପ୍ରଦାୟରୁ ଅଟନ୍ତି ।
ମମତା ସାମସ ପୋର୍ଟାଲ ମାଧ୍ୟମରେ ବି॰କମ୍ ପାଠ ପଢା ପାଈଁ ବିକ୍ରମ ଦେବ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ ନିମନ୍ତେ ଆବେଦନ କରିଥିଲେ । ସେ ନିମ୍ନ ମଧ୍ୟବିତ ପରିବାରର ଅଟନ୍ତି । ବାପା ଆନନ୍ଦ ପ୍ରାଧାନୀ ଜଣେ କ୍ଷୁଦ୍ର ଚାଷୀ ଏବଂ ସ୍ୱଳ୍ପ ଆୟରେ ପରିବାର ଗୁଜୁରାଣ ମେଣ୍ଟାଇବା କଷ୍ଟକର । ମମତାଙ୍କ ନିମନ୍ତେ ହୋଷ୍ଟେଲ ବାବଦରେ ବର୍ଷକୁ ତିରିଶି ହଜାର ଟଙ୍କା ଆବଶ୍ୟକ ହେଉଥିଲା । ଭବିଷ୍ୟତରେ ଚାଟାର୍ଡ ଏକାଉଣ୍ଟାଣ୍ଟ ହେବାର ଲକ୍ଷ୍ୟ ରହିଛି ବୋଲି ମମତା କହିଛନ୍ତି ।

nis-ad
Leave A Reply

Your email address will not be published.