ବିଏସଏଫ ଦ୍ୱାରା ବିପୁଳ ମାଓ ସାମଗ୍ରୀ ଓ ବିସ୍ଫୋରକ ସାମଗ୍ରୀ ଜବତ

ମାଲକାନଗିରି, (୧୦।୭) : ସର୍ଚ୍ଚ ଅପରେସନ ବେଳେ ବିଶେଷ ସୂତ୍ରରୁ ସୂଚନା ପାଇ ବିପୁଳ ବିସ୍ଫୋରକ ସାମଗ୍ରୀ ଜବତ କଲେ ବିଏସଏଫ । ମିଳିଥିବା ସୂଚନା ଅନୁଯାୟୀ ମାଲକାନଗିରି ଜିଲ୍ଲା ବଡିଗେଟାରେ ଥିବା ୧୪୨ ବିଏନ୍ ବିଏସଏଫ ଜବାନ ମାନେ ମାଓ ଦମନ ପାଇଁ ସର୍ଚ୍ଚ ଅପରେସନ କରୁଥିବା ବେଳେ ଗମ୍ଫାକୋଣ୍ଡା ଜଙ୍ଗଲ ମଧ୍ୟରେ ବିପୁଳ ମାଓ ସାମଗ୍ରୀ ଥିବା ବିଶେଷ ସୂତ୍ରରୁ ସୂଚନା ପାଇଥିଲେ । ଏହାପରେ ଜଙ୍ଗଲର ମଧ୍ୟରେ ଅପରେସ ଆରମ୍ଭ କରି ଜଙ୍ଗଲରେ ଥିବା ଏକ ପୁରୁଣା ମାଓ ଡମ୍ପ ଉଦ୍ଧାର କରିଥିଲେ । କାଲିମେଳା ଥାନା ଅଞ୍ଚଳର ମାରିଗେଟା ନିକଟରେ ଥିବା ଜଙ୍ଗଲରୁ ଏହି ମାଓ ସାମଗ୍ରୀକୁ ପୋତି ରଖାଯାଥିବା ବେଳେ ଏହାକୁ ଜବାନ ମାନେ ଜବତ କରିଥିଲେ । ଜବତ ହୋଇଥିବା ସାମଗ୍ରୀ ମଧ୍ୟରେ ଇଲେକ୍ଟ୍ରିକ ଡିଟୋନେଟର ୨୫ଟି, ଜିଲେଟିନ ଷ୍ଟିକ ୧୦୮ଟି, ସେଫ୍ଟ ଫିୟୁଜ ତାର ୪ବଣ୍ଡଲ, ଅଫୁଟା ଗ୍ରେନେଡ଼ ୨୦ଟି ସହ ବହୁ ମାଓ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ, ବୋମା ତିଆରି ସାମଗ୍ରୀ ଆଦି ଜବତ କରିଥିଲେ। ଏହି ଅଞ୍ଚଳରେ ମାଓବାଦୀ ଏବଂ ସେମାନଙ୍କ ସହଯୋଗ ଙ୍କ ଦ୍ଵାରା ଏହି ସବୁ ସାମଗ୍ରୀ ରଖାଯାଇଥିବା ବେଳେ ସେଗୁଡିକ ଜବତ ପରେ ମାଓ ଗଡ଼କୁ ଏହା ଏକଶକ୍ତ ଝଟକା ବୋଲି କୁହାଯାଉଛି। ତେବେ ସମ୍ପୃକ୍ତ ଅଞ୍ଚଳରେ ଆଗକୁ ମଧ୍ୟ ଏହିପରି ସର୍ଚ୍ଚ ଅପରେସନ ଜାରି ରହିବ ବୋଲି ବିଏସଏଫ ପକ୍ଷରୁ କୁହାଯାଇଛି।

nis-ad
Leave A Reply

Your email address will not be published.