ପୁଣି କଳାବ୍ୟାଚ ପରିଧାନ କଲେ ଆଉଟସୋର୍ସିଙ୍ଗ କର୍ମଚାରୀ

ଫୁଲବାଣୀ :କନ୍ଧମାଳ ଜିଲ୍ଲାର ବିଭିନ୍ନ ସରକାରୀ ଦପ୍ତରମାନଙ୍କରେ ଥ‌ିବା ଆଉଟସୋର୍ସିଙ୍ଗ କର୍ମଚାରୀମାନେ କଳା ବ୍ୟାଚ ପରିଧାନ ପୂର୍ବକ ନିଜ ନିଜ ବିଭାଗରେ କାର୍ଯ୍ୟ କରୁଛନ୍ତି l ରାଜ୍ୟ ସରକାର ବାରମ୍ବାର ପ୍ରତିଶ୍ରୁତି ଦେଇ, ପ୍ରତିଶ୍ରୁତି ରକ୍ଷା କରି ନ ଥିବାରୁ ଓଡିଶା ସରକାରୀ ଆଉଟସୋର୍ସଙ୍ଗ କର୍ମଚାରୀ ମହାସଂଘ ରାଜ୍ୟଶାଖାର ଆହ୍ୱାନ କ୍ରମେ କନ୍ଧମାଳ ଜିଲ୍ଲାର ସରକାରୀ ଦପ୍ତରରେ ବିଭନ୍ନ ବିଭାଗରେ କାର୍ଯ୍ୟରତ ଥ‌ିବା ସବୁ ବର୍ଗର ଆଉଟସୋର୍ସିଙ୍ଗ କର୍ମଚାରୀ ତା.୧୦,୦୭ ୨୦୨୩ ରିଖଠାରୁ ତା ୧୫. ୦୭. ୨୦୨୩ ପର୍ଯନ୍ତ କଳା ବ୍ୟାଚ ଧାରଣକରି କାର୍ଯ୍ୟକୁ ସୂଚାରୁରୂପେ ନିଜ ନିଜ ବିଭାଗରେ ତ୍ଵରାନିତ କରିବେ ବୋଲି ସ୍ଥିର କରି ଏହି କାର୍ଯ୍ୟକ୍ରମକୁ ଆଜିଠାରୁ ଆରମ୍ଭ କରି ତା ୧୫.୦୭.୨୦୨୩ରିଖ ପର୍ଯ୍ୟନ୍ତ ଶାନ୍ତିପୂର୍ଣ୍ଣ ଭାବେ କରିବେ l ତା ୧୭.୦୭ ୨୦୨୩ରିଖରେ ସୁଦୂର କନ୍ଧମାଳ ଜିଲ୍ଲାର ମୁନିସିପାଲିଟି ଗୋଟିଏ ଉପଖଣ୍ଡ ଓ ସବୁ ବ୍ଲକର ଆଉଟସୋର୍ସିଙ୍ଗ କର୍ମଚାରୀମାନେ ସମସ୍ତେ ଏକତ୍ରିତ ହୋଇ ଓଡିଶାର ଦକ୍ଷିଣାଞ୍ଚଳ ରାଜସ୍ବ ଆୟୁକ୍ତ ମହୋଦୟଙ୍କ କାର୍ଯ୍ୟାଳୟ ସାମନାରେ ଏକଦିନିକିଆ ଶାନ୍ତିପୂର୍ଣ୍ଣ ଗଣଧାରଣା ସହ ଓଡିଶାର ବରେଣ୍ୟ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦକ୍ଷିଣାଞ୍ଚଳ ରାଜସ୍ବ ଆୟୁକ୍ତଙ୍କ ଜରିଆରେ ଏକ ସ୍ମାରକ ପତ୍ର ପ୍ରଦାନ କରିବେ। ପୁନର୍ବାର ସରକାରଙ୍କୁ ଏକ ସପ୍ତାହ ସମୟ ଦେଇ , ସେହି ସମୟସୀମା ଭିତରେ ଯଦି ରାଜ୍ୟସରକାର କିଛି ସକାରାତ୍ମକ ନିସ୍ପତି ନ ନୀଅନ୍ତି ଏବଂ ଆଉଟସୋର୍ସିଙ୍ଗ ଭଳି କୁଶ୍ଚିତ ପ୍ରଥାକୁ ବିଲୋପ କରି ସ୍ଥାୟୀ ନିଯୁକ୍ତି ଦେବାପାଇଁ ସେପରି କିଛି ନିସ୍ପତି ନ ନିଅଁନ୍ତି,ତେଵେ ଆନ୍ଦୋଳନ ଜାରୀ ରହିବ। ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ସଂଘର ଦାବୀ ପୂରଣ ହେଲେ ଓଡିଶାର ବରେଣ୍ୟ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ମହୋଦୟଙ୍କୁ ଓ ୫ଟି ସଚିବ ମହୋଦୟଙ୍କୁ ସୁସ୍ବାଗତ ଜଣାଇବା ସହ ସାରା ରାଜ୍ୟର ଆଉଟସୋର୍ସିଙ୍ଗ କର୍ମଚାରୀ ସମୂହ ରାଜଧାନୀ ଠାରେ ଏକତ୍ରିତ ହୋଇ ପୁଷ୍ପ ଗୁଚ୍ଛ ଅର୍ପଣ କରିବେ। ସରକାର ଅଣଦେଖା କଲେ ତା.୩୧.୦୭.୨୦୨୩ ରିଖଠାରୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ମହୋଦୟଙ୍କୁ ତାଙ୍କ ବାସ ଭବନରେ ଭେଟିବା ଚାଲ କାର୍ଯ୍ୟକ୍ରମ ରେ ଯୋଗଦେବା ସହ ଯେଉଁ ପର୍ଯ୍ୟନ୍ତ ଓଡିଶାର ୫ଟି ସଚିବ ମହୋଦୟ ଓ ବରେଣ୍ୟ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନପଟ୍ଟନାୟକ ମହୋଦୟ ଗଣ ମାଧ୍ୟମକୁ ଆସି ଆମ ଦାବିଉପରେ କିଛି ସାକାରତ୍ମକ ନିସ୍ପତି ନେଇନାହାନ୍ତି ସେତେଦିନ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଜାରିରହିଥ‌ିବ ବୋଲି ଆଉଟ ସୋସିଙ୍ଗ କର୍ମଚାରୀ ମହାସଂଘ କନ୍ଧମାଳ ଶାଖାର ଉପଦେଷ୍ଟା ସରୋଜ କୁମାର ନାୟକ, ରାଜ୍ୟ ସଂଘର ଯୁଗ୍ମ ସମ୍ପାଦକ ପୂର୍ଣ୍ଣ ଚନ୍ଦ୍ର ମିଶ୍ର, ଜିଲ୍ଲା ସାଙ୍ଘଠନିକ ସମ୍ପାଦକ ସୂର୍ଯ୍ୟ ନାରାୟଣ ସାହୁ ଏବଂ ଗଣମାଧମ ସମ୍ପାଦକ ଦୀପକ ରଥ ଓ ଗଣମାଧ୍ୟମ ସମ୍ପାଦିକା ଅମ୍ବିକାବାଳା ପାଢୀ ଓ ମଧୁସ୍ମିତା ପଟ୍ଟନାୟକ ସହ ଅନ୍ୟ ସଦସ୍ୟ ବୃନ୍ଦ ଚେତାବନୀ ଦେଇଛନ୍ତି ।

nis-ad
Leave A Reply

Your email address will not be published.