ବାତ୍ୟା ବନ୍ୟା ମୁକାବିଲା ପ୍ରସ୍ତୁତି ବୈଠକ

ହିଂଜିଳିକାଟୁ (୧୮ା୬) : ବର୍ଷା ଋତୁ ପୂର୍ବରୁ ସାମ୍ଭାବ୍ୟ ବନ୍ୟା, ବାତ୍ୟାର ମୁକାବିଲା ନିମନ୍ତେ ଏକ ପ୍ରସ୍ତୁତି ବୈଠକ ହିଂଜିଳିକାଟୁ ବ୍ଳକ ପରିସରରେ ରବିବାର ଆୟୋଜିତ ହୋଇଯାଇଛି । ବିଡ଼ିଓ ସୁବ୍ରତ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ହିଂଜିଳିକାଟୁ ପୌର କାର୍ଯ୍ୟନିର୍ବାହୀ ଅଧିକାରୀ , ବିଦ୍ୟୁତ, ଗ୍ରାମ୍ୟ ଉନ୍ନୟନ, ପୂର୍ତ, ଜଳ ସମ୍ପଦ ବିଭାଗର ଯନ୍ତ୍ରୀ ଓ ଅଧିକାରୀମାନେ ଏଥିରେ ଯୋଗ ଦେଇଥିଲେ । ହିଂଜିଳିକାଟୁ ବ୍ଳକ ଅନ୍ତର୍ଗତ ବଳରାମପୁର, ବୁରୁପୋଡ଼ା, ଖଣ୍ଡରା, ଖରିଡ଼ା, ରାଳବ,ଆଲପୁର ବନ୍ୟା ଓ ବତ୍ୟା ଆଶ୍ରୟସ୍ଥଳୀର ସଭାପତି ଓ ସମ୍ପାଦକ ମାନେ ଏଥିରେ ଭାଗ ନେଇଥିଲେ । ପ୍ରାକୃତିକ ବିପର୍ଯ୍ୟୟ ବେଳେ ଜିରୋ କାଜୁଆଲିଟି ନିମନ୍ତେ ବୈଠକରେ ଗୁରୁତ୍ୱାରୋପ କରାଯାଇଛି । ଏହି ସମୟରେ ଲୋକ ଓ ଗୃହପାଳିତ ପଶୁ ପକ୍ଷୀଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର ଇତ୍ୟାଦି ନେଇ ଆଲୋଚନା ହୋଇଥିଲା । ପରେ ଅଗ୍ନିଶମ ବାହିନୀଙ୍କ ପକ୍ଷରୁ ବାତ୍ୟା ଆଶ୍ରୟସ୍ଥଳୀରେ ମକଡ଼୍ରିଲ ପ୍ରଦର୍ଶନ ହୋଇଥିଲା । ଏଥିରେ ସମ୍ପର୍କ ଏନଜିଓର ଅଧିକାରୀ , ଅଙ୍ଗନୱାଡ଼ି କର୍ମୀ, ସାମାଜିକ କର୍ମୀ ପ୍ରମୁଖ ଯୋଗ ଦେଇଥିଲେ ।

nis-ad
Leave A Reply

Your email address will not be published.