କଛପଗତିରେ ନିର୍ମାଣଚାଲିଛି ଟିପିସର ନାଳ : ଆସ୍କା ସହରବାସୀ ଅସନ୍ତୋଷ

ଆସ୍କା (୧୭/୬) : ଆସ୍କାସହରର କେନ୍ଦ୍ରସ୍ଥଳି ରେ ଥିବା ଟିପିସର ନାଳ ର ପୁନରୁଦ୍ଧାର କାର୍ଯ୍ୟ ଜୁନ ମାସ ୨୪ ତାରିଖ ରୁ ଆରମ୍ଭ ହୋଇଥିଲେ ମଧ୍ୟ ଏବେ କଛପ ଗତିରେ ଚାଲିଥିବା ଯୋଗୁଁ ସହର ବାସୀ ତଥା ବ୍ୟବସାୟୀ ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।ଆସ୍କା ସହର ଗଂଜାମ ଜିଲ୍ଲାର ଏକ ବ୍ୟବସାୟ ର ମୁଖ୍ୟ କେନ୍ଦ୍ରସ୍ଥଳୀ ଆସ୍କା ସହରକୁ ଦୈନିକ ଆଖପାଖ ଗ୍ରାମାଞ୍ଚଳରୁ ହଜାର ହଜାର ଲୋକ ବ୍ୟବସାୟ କରିବାକୁ ଆସନ୍ତି ।

ଆସ୍କା ସହର ର କେନ୍ଦ୍ର ସ୍ଥଳି ରେ ତଥା ଲକ୍ଷ୍ମୀ ବଜାର ନିକଟରେ ଥିବା ଟିପିସର ନାଳ ୧୯୫୭ମସିହାରେ ନିର୍ମିତ ହୋଇଥିଲା।ଇତି ମଧ୍ୟରେ ଉକ୍ତ ସେତୁ କୁ ୬୭ବର୍ଷ ହୋଇଥିଲା।ବର୍ଷା ଦିନେ ଟିପିସର ନାଳ ରେ ବର୍ଷା ଜଳ ନିଷ୍କାସନ ନହୋଇ କୁତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇ ସହର ରେ ବନ୍ୟା ଜଳ ଦୀର୍ଘ ଘଣ୍ଟା ନିଷ୍କାସନ ନ ହୋଇ ରହିବା ଫଳରେ ଲକ୍ଷ୍ମୀ ବଜ଼ାର, ବିନାୟକ ବଜାର ଓ ବସଷ୍ଟାଣ୍ଡ ରେ ପ୍ରତି ବର୍ଷ କୁତ୍ରିମ ବନ୍ୟା ସୃଷ୍ଟି ହେବା ଫଳରେ ବ୍ୟବସାୟ ମାନଙ୍କ ପ୍ରତିଷ୍ଠାନରେ କୋଟି କୋଟି ଟଙ୍କାର ସାମଗ୍ରୀ ନଷ୍ଟ ହେବ।ଯୋଗୁଁ ବ୍ୟବସାୟୀ ମାନେ ଟିପିସର ନାଳ ଉପରେ ଥିବା ଉକ୍ତ ସେତୁକୁ ଭାଙ୍ଗି ଉଚ୍ଚତମ ନୂତନ ସେତୁ କରିବାକୁ ଦୀର୍ଘ ବର୍ଷ ହେଲା ଦାବିକରି ଆସୁଥିଲେ। ଆସ୍କା ବାସୀ ଙ୍କ ଦୀର୍ଘଦିନର ଦାବିକୁ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ଗତ ମେ ମାସରେ ୯୫ଲକ୍ଷ ୫୪ହଜାର ଟଙ୍କା ବ୍ୟୟରେ ନୂତନ ସେତୁ ନିର୍ମାଣ କରିବାପାଇଁ କାର୍ଯ୍ୟ ଆରମ୍ଭ ହୋଇଛି ।

ବର୍ତ୍ତମାନ ଏହିକାର୍ଯ୍ୟ କଛପ ଗତିରେ ଚଳିଥିବା ଯୋଗୁଁ ସହରବାସୀ ଓ ବ୍ୟବସାୟୀ ଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଯାଇଛି।ଏହା ସାଙ୍ଗକୁ ଉକ୍ତ ସେତୁ ନିକଟରେ ଜନସାଧାରଣ ଙ୍କ ଯିବା ଆସିବା ପାଇଁ ଏକ ପଦାଚଲା ରାସ୍ତା ସଂକୀର୍ଣ୍ଣ ଭାବେ ନିର୍ମାଣ କରଯାଇଛି।ଏହି ପାଦ ଚଲା ରାସ୍ତାରେ ଦୁଇଚାକିଆ ଯାନବାହନ ଯିବା ଫଳରେ ଟ୍ରଫିକ୍ ସମସ୍ୟା ଲାଗିରହିବା ଓ ଦୀର୍ଘ ସମୟ ପର୍ଯ୍ୟନ୍ତ ଯିବା ଆସିବା ପାଇଁ ଲୋକେ ହନ୍ତସନ୍ତ ହେଉଥିଲେ ମଧ୍ୟ ପୋଲିସ କିମ୍ବା ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନାହିଁ।ଏଠାରେ ଚଳିଥିବା କାର୍ଯ୍ୟ କଛପ ଗତିରେ ଚାଲିଥିଲେ ମଧ୍ୟ କେତେକ ବ୍ୟବସାୟ ସଂଘ ନିର୍ବାଚିତ ପ୍ରତିନିଧି ଓ ବିଜ୍ଞାପିତ ପରିଷଦ ଅଧିକାରୀ ଚୁପ ହୋଇ ରହିବା ପଛରେ କଣ ରହସ୍ୟ ରହିଛି ତାହା ସହର ବାସୀ ଚୁପଚାପ ଦେଖିବାକୁ ବାଧ୍ୟ ହେଉଛନ୍ତି।ଖୋଦ ଗଞ୍ଜାମ ଜିଲ୍ଲା ପାଳ ବର୍ଷା ଦିନପୂର୍ବରୁ ଉକ୍ତ କାର୍ଯ୍ୟ ଶେଷ କରିବାକୁ ଠିକାଦାର ଉପରେ ଚାପ ପକାଇ ଲେ ସହର ବାସୀ ଓ ବ୍ୟବସାୟୀ ମାନେ ଉପକୃତ ହୋଇପାରିବେ ବୋଲି ସଚେତନ ମୋହଲ ରେ ଆଲୋଚନା ହେଉଛି।

nis-ad
Leave A Reply

Your email address will not be published.