ସୁନ୍ଦରଗଡ଼ରେ ରଥଯାତ୍ରା ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ସୁନ୍ଦରଗଡ଼, (୧୮/୦୬) : ସୁନ୍ଦରଗଡ଼ ସହରରେ ଚଳିତ ରଥଯାତ୍ରା ନିମନ୍ତେ ସଦର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି I ସଦର ଉପଜିଲ୍ଲାପାଳ ଦାଶରଥି ସରାବୁଙ୍କ ଅଧ୍ୟକ୍ଷତାରେ ଅୟୋଜିତ ଏହି ବୈଠକରେ ରାଜବାଟି ରଥଯାତ୍ରା କମିଟି, ଭାଗବତ ମନ୍ଦିର, ସୁନାରୀପଡା ରଥଯାତ୍ରା କମିଟି, ଜଗନ୍ନାଥ ମନ୍ଦିର ମହେଶଡ଼ିହି ରଥଯାତ୍ରା କମିଟି, ଶଙ୍କରା ରଥଯାତ୍ରା କମିଟି ଏବଂ ରଙ୍ଗାଢ଼ିପା ରଥ ଯାତ୍ରା କମିଟିର କର୍ମକର୍ତ୍ତା ମାନେ ଉପସ୍ଥିତ ରହି ରଥଯାତ୍ରା ପ୍ରସ୍ତୁତି ଉପରେ ଆଲୋଚନା କରାଯାଇଥିଲା I
ରଥଯାତ୍ରା ସମୟରେ ଟ୍ରାଫିକ ପରିଚାଳନା, ଭିଡ଼ ପରିଚାଳନା, ବିଦ୍ୟୁତ୍ ଯୋଗାଣ ବିଚ୍ଛିନ୍ନ, ଅଗ୍ନିସମ ସେବା ତଥା ଆମ୍ବୁଲାନ୍ସ ସେବା ଉପଲବ୍ଧ କରାଇବା, ଟ୍ୟାଙ୍କର ମାଧ୍ୟମରେ ପାନୀୟ ଜଳ ଯୋଗାଣ, ମୁନିସିପାଲିଟି ଦ୍ଵାରା ରଥଯାତ୍ରା ସ୍ଥାନ ମାନଙ୍କରେ ପରିଛନ୍ନତା ବଜାୟ ରଖିବା ତଥା ବର୍ଜ୍ୟବସ୍ତୁ ପରିଚାଳନା ଆଦି ସମ୍ପର୍କରେ ବୈଠକରେ ଆଲୋଚନା କରାଯାଇଥିଲା I ଏହା ସହିତ ରଥଯାତ୍ରା ସମୟରେ ଆଇନ୍ ଶୃଙ୍ଖଳା ରକ୍ଷା ନିମନ୍ତେ ପର୍ଯ୍ୟାପ୍ତ ମାତ୍ରାରେ ପୁଲିସ ମୁତୟନ କରାଯିବା ସହ ସ୍ଵେଚ୍ଛାସେବୀମାନଙ୍କୁ ମଧ୍ଯ ନିୟୋଜିତ କରାଯିବାକୁ ବୈଠକରେ ଆଲୋଚନା କରାଯାଇଥିଲା I
ବୈଠକରେ ସଦର ଏସଡିପିଓ, ସଦର ତହସିଲଦାର କୁଳମଣୀ ରଣବିଡା , ସୁନ୍ଦରଗଡ଼ ପୌର ସଂସ୍ଥା ନିର୍ବାହୀ ଅଧିକାରୀ ମଧୁସ୍ମିତା ସିଂ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ନନ୍ଦିନୀ ମୁଣ୍ଡାରୀ, ଅଗ୍ନିସମ ଅଧିକାରୀ ଶ୍ରୀ ଅଜୟ ବରଦା, ବିଦ୍ୟୁତ ବିଭାଗ ର ଅଧିକାରୀ ଏବଂ ରଥଯାତ୍ରା କମିଟିର କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ I

nis-ad
Leave A Reply

Your email address will not be published.