ଫୁଲବାଣୀରେ ଗୁଳି କାଣ୍ଡ…

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫୁଲବାଣୀର ଟାଉନ ଥାନା ଅନ୍ତର୍ଗତ ଡାକପାଲା ଗ୍ରାମରେ ଗୁଳି ମାଡ଼ରେ ଜଣେ ଯୁବକ ଗୁରୁତର ଅବସ୍ଥାରେ ପ୍ରଥମେ ଫୁଲବାଣୀ ମୂଖ୍ୟ ଚିକିତ୍ସାଳୟ ଓ ପରେ ବ୍ରହ୍ମପୁରକୁ ସ୍ଥାନାନ୍ତରିତ କରାନଯାଇଛି l ସୂଚନା ମୁତାବକ ଅଜିତ ଗତ ରାତି ପ୍ରାୟ 9 ସମୟରେ କାମ ସାରି ଘରକୁ ଫେରୁଥିବା ବେଳେ ସେହି ସାହିର ଦିଯବର ବିନ୍ଧାଣୀ ନାମକ ଜଣେ ବ୍ଯକ୍ତି ତାଙ୍କ ଉପରକୁ ଗୁଳି ମାଡ଼ କରିଥିବା ସୂଚନା ମିଳିଛି l ଅଜିତଙ୍କ ଛାତିରେ ଗୋଟଏ ଗୁଳି ବାଜିବା ଫଳରେ ସେ ଗୁରୁତର ହୋଇ ପଡିଥିଲେ l ସ୍ଥାନୀୟ ଗ୍ରାମବାସୀ ଅଜିତଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମରେ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟ ଓ ପରେ ବ୍ରହ୍ମପୁରକୁ ସ୍ଥାନାନ୍ତରିତ କରାଯାଇଛି l ପୂର୍ବ ଶତ୍ରୁତା କୁ ନେଇ ଏଭଳି ଗୁଳିକାଣ୍ଡ ହୋଇଛି ବୋଲି ସୂଚନା ମିଳିଛି l ଏ ନେଇ ଫୁଲବାଣୀ ଟାଉନ୍ ପୋଲିସ ଅଭିଯୁକ୍ତଙ୍କୁ ଖୋଜୁଛି l ଅଭିଯୁକ୍ତ ଫେରାର ଅଛି ।

nis-ad
Leave A Reply

Your email address will not be published.