ଅଟୋ ଦୂର୍ଘଟଣାରେ ଜଣେ ମୃତ,୭ ଆହତ…

କୋରୁକୋଣ୍ଡା/ବାଲିମେଳା:(୧୩/୦୬/୨୦୨୩)

ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ନାକାମାମୁଡି ଗ୍ରାମ ପଞ୍ଚାୟତ ସଦରକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାରେ ଆଜି ସନ୍ଧ୍ୟା ସମୟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ପ୍ରକାଶ ଯୋଗ୍ୟ ଯେ , ଏକ ଯାତ୍ରୀବାହୀ ଅଟୋ ଦୂର୍ଘଟଣା ଘଟି ଅଟୋ ଚାଳକଙ୍କ ମୃତ୍ୟୁ ହୋଇଥିବା ବେଳେ ୭ଜଣ ଯାତ୍ରୀ ଗୁରୁତର ବୋଲି ଜଣା ପଡ଼ିଛି । ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳେ ରାସବେଡା ପଂଚାୟତ ଅନ୍ତର୍ଗତ ଗାଦିପୁଟକଲୋନୀ ର ଗୁରୁନାଥ ଦୋରା ,ହରିବନ୍ଧୁ ଦୋରା ,ତ୍ରିଲୋଚନ ହନ୍ତାଳ,ଅଭି ବୁରୁଡ଼ି ,ନୀଳ କୀର୍ଶନୀ ଏକ ଅଟୋ ଯୋଗେ ଚିତ୍ରକୋଣ୍ଡାର ସିଡିପାକାରେ ଥିବା ଗୋବିନ୍ଦ ଦୋରା ଓ ଗୁନୁ ଦୋରାଙ୍କୁ ଆଣିବାକୁ ବାହାରିଥିଲେ । ବାଲିମେଳା ଛକ ନିକଟରେ ଆସିଥିବା ଅଟୋ ରେ କିଛି ଅସୁବିଧା ହେବାରୁ ସେଠାରୁ ଅନ୍ୟ ଏକ ଅଟୋ

ଓଡ଼ି-୩୦ବି-୦୦୪୧ ଯୋଗେ ସେମାନେ ସିଡିପାକା ଯାଇଥିଲେ। କିନ୍ତୁ ଦୁର୍ଭାଗ୍ୟ ବଶତଃ ସନ୍ଧ୍ୟା ସମୟରେ ଫେରିବା ବାଟରେ ନକମାମୁଡି ନିକଟସ୍ଥ ଘାଟି ପାଖରେ ଅଟୋଟିର ବ୍ରେକ ଫେଲ ହୋଇ ଅଟୋଟି ଘାଟି ଉପରେ ହିଁ ଓଲଟି ପଡିଥିଲା । ଘଟଣା ସ୍ଥଳରେ ଅଟୋ ଡ୍ରାଇଭର ଆଶିଷ ଚକ୍ରବତୀ (୩୫)ଗ୍ରାମ ଏମ୍.ଭି. -୩୭ ମୃତ୍ୟୁ ଘଟିଥିବା ବେଳେ ଯାତ୍ରୀ ୭ଜଣ ଙ୍କୁ ଅଳ୍ପ ଆଘାତ ଲାଗିଥିବାର ଜଣା ପଡ଼ିଛି । ଆହତ ୭ଜଣ ବାଲିମେଳା ସ୍ୱାସ୍ଥ୍ୟକେନ୍ଦ୍ର ରେ ଚିକିତ୍ସା ହେବାର ଜଣା ପଡ଼ିଛି । ଖବର ପାଇ ଓରକେଲ ଥାନା ଥାନା ଅଧିକାରୀ ରଘୁନାଥ ମାଝୀଙ୍କ ନିର୍ଦେଶ କ୍ରମେ ଏ.ଏସ.ଆଇ ବିଭୁତି ଭୂଷଣ ସୁତାର ଓ ଟିମ ଘଟଣା ସ୍ଥଳରେ ପହଞ୍ଚି ଦୂର୍ଘଟଣା ଗ୍ରସ୍ତ ଗାଡି କୁ ଜବତ କରି ଶବ ବ୍ୟବଛେଦ ନିମନ୍ତେ ମାଲକାନଗିରି କୁ ପଠା ଯିବ ବୋଲି କହିଛନ୍ତି ।

nis-ad
Leave A Reply

Your email address will not be published.